Study Tips For Winter – ଶୀତ ଦିନେ ପାଠ ପଢ଼ିବାର ୫ ଟି ଚମତ୍କାରୀ ଉପାୟ ! ଜଣାନ୍ତୁ କଣ…

0 46

ବିଦ୍ୟା ଏମିତି ଗୋଟେ ବିଷୟ ଯାହା ବର୍ତମାନ ସମୟରେ ବହୁତ ଗମ୍ଭୀର ଏବଂ ଆବଶ୍ୟକ କଥା ଅଟେ, ବହୁତ ପିଲା କମ କଷ୍ଟ କଲେ ମଧ୍ୟ ବହୁତ ଭଲ ସ୍ମରଣ ଶକ୍ତି ପାଇଥାନ୍ତି ଯାହା ଫଳ ସ୍ୱରୂପରେ ଭଲ ମାର୍କ ରଖି ଥାନ୍ତି କିନ୍ତୁ ବହୁତ ଏମିତି ଛୁଆ ହୋଇଥାନ୍ତି!

ଯିଏ ବହୁତ କଷ୍ଟ କଲେ ମଧ୍ୟ ତାଙ୍କର ପାଠ ମନେ ରୁହେ ନାହିଁ ଓ ବହୁତ କଷ୍ଟ କଲା ପରେ ମଧ୍ୟ ସେ ପାଠରେ ଭଲ ମାର୍କ ଓ ଜ୍ଞାନ ପ୍ରାପ୍ତ କରି ପାରନ୍ତି ନାହିଁ ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣଙ୍କୁ ପାଠ ମନେ ରଖିବାରେ ସାହାଜ୍ଯ ହବ ।

୧. ପ୍ରଥମ କାରଣ ଶୀତ ଦିନରେ ଆପଣ ମାନଙ୍କୁ ଆଳସ୍ୟ ଆସିଯାଇଥାଏ ଯାହା ପାଇ ଆପଣ ପାଠ ଠାରୁ ଦୂରେଇ ଯାଇଥାନ୍ତି । ଯାହା ପାଇଁ ଆପଣଙ୍କ ଜ୍ଞାନ ବଢି ନଥାଏ ଓ ଆପଣଙ୍କୁ ପଢିବାକୁ ଇଛା ହୁଏ ନାହିଁ ତାହା ହେଉଛି ରେଗୁଲାର ନପଢିବା । ଯେଉଁ ପିଲା ରେଗୁଲାର ପାଠ ପଢନ୍ତି ନାହିଁ ଓ କେବଳ ପରୀକ୍ଷା ସମୟରେ ପାଠ ପଢନ୍ତି ତାଙ୍କ ସ୍ମରଣ ଶକ୍ତି ବହୁତ କମ ହୋଇଥାଏ ।

ପରୀକ୍ଷା ପୂର୍ବରୁ ସବୁଠାରୁ ମୁଖ୍ୟ କଥା ହେଲା ନିଜ ମାନସିକ ସ୍ଥିତିକୁ ଠିକ୍ ରଖିବା, ଯାହା ଆମର ଶରୀରକୁ ମଧ୍ୟ ଠିକ୍ ରଖିବ ଓ ଆମକୁ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିବ।ପିଲାମାନେ,

ତୁମେ କେତୋଟି ଛୋଟ ଛୋଟ କଥାକୁ ଧ୍ୟାନ ରଖିଲେ ପରୀକ୍ଷା ପୂର୍ବରୁ ନିଶ୍ଚୟ ନିଜକୁ ମାନସିକ ଓ ଶାରୀରିକ ରୂପରେ ସୁସ୍ଥ ରଖିପାରିବ ଓ ପରୀକ୍ଷାରେ ନିଜ ପରିଶ୍ରମ ଓ ମନମୁତାବକ ଫଳ ପାଇପାରିବ। ତା’ ହେଲେ ଚାଲ ସେଇ ଛୋଟ ଛୋଟ କଥାଗୁଡିକ କ’ଣ ସେ ଉପରେ ଆଲୋଚନା ।

ଯେଉଁ ଜାଗାରେ ବସି ପଢିବା କୁ ସବୁ ଠାରୁ ସହଜ ଓ ଭଲ ଲାଗୁଛି ସେଇ ଜାଗା ଟି କୁ ବାଛ। କିଛି ଜଣ ନିଚ୍ଛାଟିଆ, ଏକାନ୍ତରେ ବସି ପଢନ୍ତି ତ କିଏ ଲାଇବ୍ରେରୀରେ କି ପାର୍କ ରେ କିମ୍ବା ଛାତ ଉପରେ, କିଏ ଟେବଲ-ଚେୟାରରେ ତ କିଏ ସପ କିମ୍ବା ଜରି ପାରି।

ତୁମେ ନିଜକୁ ଯେଉଁଠି ସବୁ ଠୁ ସହଜ ଓ ସୁରକ୍ଷିତ ମନେ କର ସେଇଠି ବସି ପଢ। ଜରୁରୀ ନୁହେଁ ପଢିବା ବେଳେ “ପିନ୍-ଡ୍ରପ୍‌ ସାଇଲେନ୍ସ” ରହିବା ଦରକାର। ତୁମେ ମ୍ୟୁଜିକ୍‌ କିମ୍ବା ରେଡ଼ିଓ କିମ୍ବା କୌଣସି ଖେଳର କମେଣ୍ଟ୍ରି ଶୁଣିଶୁଣି ମଧ୍ୟ ନିଜ ପଢା ପୂରା କରି ପାରିବ।

ମନ ପସନ୍ଦ ର ଜାଗା ନ ହେଲେ ତୁମ ମନ ଅଶାନ୍ତ, ବିଚଳିତ, ଚିଡ୍‌ଚିଡା ଲାଗିବା ସହ ସ୍ମୃତି ଶକ୍ତି ଉପରେ କୁପ୍ରଭାବ ପକାଇବ। ପଢିବା ପାଇଁ ସଠିକ୍ ଜାଗା ବାଛିବା ହିଁ ଜଣେ ଛାତ୍ର ର ପଢାକୁ ଶୃଙ୍ଖଳିତ ଓ ଉପଯୋଗୀ କରିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.