Health Tips – ସୁସ୍ଥ କିଡ୍‌ନି ପାଇଁ କେତେ ପାଣି ପିଇବେ ଜାଣନ୍ତୁ ? DR JAYA CHHABAR

0 528

ଆମ ଶରୀର ରେ ୭୦ ପ୍ରତିଶତ ଜଳ ଅଛି ଆମ ଶରୀରକୁ ସୁସ୍ଥ ଏବଂ ଫିଟ୍ କରିବା ପାଇଁ ପାଣି ର ବହୁ ଗୁରୁତ୍ଵ ରହିଛି । ତେଣୁ ଆମକୁ ଦିନ ସାରା ପାଣି ପିଇବା ଦରକାର ହେଲେ ସକାଳୁ ଉଠିକି ପାଣି ପିଇଲେ ଏହି ସବୁ ଫାଇଦା ରହିଛି, ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ । ଅଧିକାଂଶ ଲୋକ ସକାଳୁ ଉଠିକି ପାଣି ପିଇଥାନ୍ତି, ହେଲେ ଏହାର ଉପଯୋଗୀତା କୁ ଅଧିକାଂଶ ଲୋକ ଜାଣି ନ ଥାନ୍ତି । ଯଦି ଆପଣ ବି ଏହି ଅଭ୍ୟାସ ରଖିଛନ୍ତି ତାହାଲେ ଜାଣନ୍ତୁ ସକାଳୁ ପାଣି ପିଇଲେ କଣ ଲାଭ ।

ଦିନକୁ 10 ଲିଟର ରୁ ଅଧିକ ପାଣି ମଧ୍ୟ ପିଇ ଥାଉ ଯାହା ଆମ ଶରୀର ପାଇଁ ଭଲ ହୋଇ ନଥାଏ , ଏହା ଯୋଗୁଁ ଆମ ଶରୀର ମଧ୍ୟ ଖରାପ ହୋଇଥାଏ । ତେଣୁ ଆମର ଯେତିକି ଦରକାର ଅର୍ଥାତ ଆବଶ୍ୟକ ମୁତାବକ ପାଣି ପିଇବା ଯୋଗୁ ଆମର ସମସ୍ତ ପ୍ରକାରର ଅସୁବିଧା ଦୂର ହୋଇଥାଏ ।

ଡାକ୍ତର ଙ୍କ ପରାମର୍ଶ ଅନୁସାରେ ଦିନ କୁ ଜଣେ ସୁସ୍ଥ ମନୁଷ୍ୟ ପାଇଁ 2-2.50 ଲିଟର ପାଣି ପିଇବା ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ ।ଯାହା ଯୋଗୁଁ ଆମ ଶରୀର ରେ କିଛି ବି ଅସୁବିଧା ଦେଖା ଜୀବନକ ଓ ଆମର ଶରୀର ସୁସ୍ଥ ରହିବ । ଏହା ବ୍ୟତୀତ କାର୍ଯ୍ୟ ଅନୁସାରେ ପାଣି ପିଇବା ଆବଶ୍ୟକ ଅର୍ଥାତ ଯଦି ଜଣେ ବିଳରେ କାମ କରୁଛି ଵା ଜିମ କୁ ଯାଉଛି ତାହେଲେ ଅଧିକ ପାଣି ଆବଶ୍ୟକ ,ଆଉ ଯିଏ ଅଫିସ ଵା ଘରେ ରହୁଛି ତା ପାଇଁ ନର୍ମାଲ ଯେତିକି ଜଳ ପିଇବା କଥା ପିଇବେ ।

ଖାଦ୍ୟ ଖାଇ ସାରିଲା ପରେ ପାଣି ପିଇବା ଭଲ ନୁହଁ, ଏହା ସମ୍ପୂର୍ଣ୍ଣ ଠିକ ଅଟେ କାରଣ ଆମର ଖାଦ୍ୟ ହଜମ ହେବା ପାଇଁ ଏସିଡ ସାହାଯ୍ୟ କରିଥାଏ । ତେଣୁ ଯଦି ଆମେ ଖାଇ ସାରିଲା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ତାହେଲେ ତାହା ଆମ ହଜମ ରେ ବାଧା ସୃଷ୍ଟି କରିଥାଏ, ଆହୁରି ମଧ୍ୟ କୁହା ଯାଇଛି କି ରାତିରେ ବେଶୀ ପାଣି ପିଇବା ଭଲ ନୁହଁ । ତେଣୁ ଏହି ଭଳି ଭାବରେ ଯଦି ଆମେ ପାଣି ପିଇବା, ତାହେଲେ ସ୍ୱାସ୍ଥ୍ୟ ଜଣିତ ସମସ୍ୟା କିଛି ଟା ଦୁରେଇ ଯିବ ।

ସକାଳୁ ପାଣି ପିଇଲେ ଶରୀରରେ ଥିବା କିଛିଟା ନକରାତ୍ମକ ଅଂଶ କମିଯାଇଥାଏ ଯାହା ଫଳରେ ଶରୀରରେ ଥିବା ଚର୍ବି କମିଥାଏ । ଖାଲିପେଟ ରେ ସକାଳୁ ପାଣି ପିଇଲେ ଆପଣଙ୍କ ମୁଣ୍ଡ ବ୍ୟଥା, ଶରୀର ବ୍ୟଥା, ହାର୍ଟ ରୋଗ, ହାଇ ବ୍ଲଡ଼ ପ୍ରେସର, ଅତ୍ୟଧିକ ମୋଟା ହେବା, କିଡ୍ନି ରୋଗ , ଗ୍ୟାସ, ପାଇଲ୍ସ, ଆଖି, କାନ, ନାକ ଏବଂ ମୁହଁ ରେ ଥିବା ସବୁ ରୋଗ କୁ ଦୂର କରିଥାଏ । ଏହି ଅଭ୍ୟାସ ରଖିଲେ ଏହି ସବୁ ରୋଗ ରୁ ମୁକ୍ତି ପାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.