Viral ଭିଡ଼ିଓ – ଶ୍ୱଶୂର ସହ ଶୋଇବାକୁ କହୁଛନ୍ତି ମୋ ସ୍ୱାମୀ.. ଶ୍ୱଶୂର ବି ମୋ ଦେହକୁ ଭାରି ଲୋଭ କରୁଛନ୍ତି…ଏମିତି କହିଲେ ବହୁ ,ଦେଖନ୍ତୁ Viral ଭିଡ଼ିଓ ଟିକୁ….
ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପାଇଁ ସାଥୀ କରିଥିବା ପତ୍ନୀ ଆଜି ମାଗୁଛି ହକ୍ । ନ୍ୟାୟ ପାଇଁ ସ୍ୱାମୀ ଘର ଆଗରେ ଧାରଣା ଦେବାକୁ ପଡୁଛି । ସକାଳ ଯାଇ ଶୀତୁଆ ରାତିସାରା ଶ୍ୱଶୁର ଘର ସମ୍ମୁଖରେ ବସିରହିଛି ବୋହୂ । ହେଲେ ପତ୍ନୀଙ୍କୁ ମିଳିଲାନି ହକ୍ କି ନ୍ୟାୟ । ସେପଟେ ଘରେ ତାଲା ମାରି ଛୁ ମାରିଛନ୍ତି ସ୍ୱାମୀ ଓ ଶ୍ୱଶୁର ଘର ପରିବାର ।
ଖବର ଅନୁଯାୟୀ, କଟକ ଜିଲ୍ଲା ସାଲେପୁର ଥାନା ମାଛୁଆତି ଗାଁର ସନାତନ ମହାରଣା ଙ୍କ ପୁଅ ସୁଷେନ ଢେଙ୍କାନାଳ ଜିଲ୍ଲାର ସତ୍ୟ ନାରାୟଣ ମହାରଣାଙ୍କ ଝିଅ ସସ୍ମିତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ୨୦୨୦ ମସିହା ଜୁଲାଇ ମାସ ୧୩ ତାରିଖରେ ହିନ୍ଦୁ ରିତି ନୀତି ରେ ବିବାହ କରିଥିଲେ।
ଆଉ ବିବାହ ସମୟ ରେ ଶଶୁର ଘର ଲୋକ ଙ୍କ ଦାବି ମୁତାବକ ଯୌତୁକ ବି ଦେଇଥିଲେ ସସ୍ମିତା ଙ୍କ ପରିବାର। ହେଲେ ପରବର୍ତ୍ତୀ ସମୟ ରେ ଶ୍ୱଶୁର ସନାତନ ମହାରଣା ଅଧିକ ଯୌତୁକ ମାଗିବା ସହିତ କାଳେ ବୋହୁ ଉପରେ ଲୋଲୁପ ଦୃଷ୍ଟି ପକାଉ ଥିଲେ ଶ୍ଵଶୁର। ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବୋହୂ ସସ୍ମିତା।
ସେପଟେ ଏଭଳି ଅଭିଯୋଗ ଆଣି ସାଲେପୁର ଥାନା ର ଦ୍ୱାରସ୍ଥ ହୋଇଥିଲେ ବୋହୂ ସସ୍ମିତା । କିନ୍ତୁ ଏବେ ଯାଏଁ ପୋଲିସ ର କାର୍ଯ୍ୟାନୁଷ୍ଠାନ ଶୂନ। ତେଣୁ ପୋଲିସ ଠାରୁ କୈାଣସି ନ୍ୟାୟ ନ ପାଇବା ରୁ ଶେଷ ରେ ବୋହୂ ସସ୍ମିତା, ଶ୍ଵଶୁର ଙ୍କ ଘର ଆଗ ରେ ଧାରଣା ରେ ବସିଲେ।
ଏ ଘଟଣା ଦେଖି ସ୍ଥାନୀୟ କିଛି ମହିଳା ଏବଂ କିଛି ସ୍ବେଛା ସେବୀ ସଂଗଠନ ବୋହୂ ସସ୍ମିତା ଙ୍କ ସାଙ୍ଗ ରେ ଧାରଣା ରେ ବସି ଥିବା ଦେଖିବା କୁ ମିଳି ଥିଲା । ସକାଳୁ ସଂଧ୍ୟା ଯାଏଁ ସାଲେପୁର ପୋଲିସ ବୋହୂ ସସ୍ମିତା ଙ୍କ ଧାରଣା ସ୍ଥଳକୁ ଆସି ନ ଥିଲା।
ତେଣୁ ସରକାର ଙ୍କ ସ୍ଲୋଗାନ, ମହିଳା ଙ୍କୁ ହକ୍ ଏବଂ ତ୍ବରିତ ନ୍ୟାୟ କଥା କୁ ବୋଧ ହୁଏ ଭୁଲି ଗଲା ସାଲେପୁର ପୋଲିସ। ଏ ଶୀତ ଦିନେ ଖୋଲା ଆକାଶ ତଳେ ଜଣେ ନବ ବିବାହିତା ବଧୂ ନିଜର ହକ୍ ପାଇଁ ଧାରଣା ଦେବା । ଆଉ ପୋଲିସ ସବୁ ଜାଣି ଶୁଣି ନିଦା ବିଷ୍ଣୁ ପାଲଟିବା ଘଟଣା ।
ସଭ୍ୟ ସମାଜ ପାଇଁ ଆଦୌ ଗ୍ରହଣୀୟ ନୁହେଁ ଶଶୁର ଚାହୁଁ ଥିଲେ ବୋହୂ ଙ୍କ ସହିତ ଅନୈତିକ ଶାରିରୀକ ସଂପର୍କ ରଖିବା ପାଇଁ କିନ୍ତୁ ବୋହୂ ଏହି କଥାରେ ରାଜି ହୋଇନଥିଲେ ବୋଲି ବୋହୂ କୁ ଘର ରୁ ବାହାର କରି ଦେଇଥିଲେ ତାହା ପରେ ବୋହୂ ସାଲେପୁର ଥାନା ରେ ଅଭିଯୋଗ କରିଥିଲେ କିନ୍ତୁ ପୋଲିସ କୌଣସି ପଦକ୍ଷେପ ନେଇ ନାହାନ୍ତି ବାଧ୍ୟ ହୋଇ ସେ ଶଶୁର ଘର ଆଗରେ ଧାରଣା ରେ ବସିଲେ ନବବଧୂ ଙ୍କୁ ନ୍ୟାୟ ପାଇବା ଆଶାରେ ରେ ସେ ଧାରଣା ରେ ବସିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।