ଟ୍ରେନ Dangerous Rail track… ଦେଖୁ ଦେଖୁ ପାଣି ଭିତରକୁ ପଶିଗଲା ଟ୍ରେନ ଏମିତି ଦୃଶ୍ୟ ଜୀବନରେ କେବେ ଦେଖି ନଥିବେ… 96 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0 141

ସାଧାରଣତଃ ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ମନକୁ ପ୍ରଥମେ ଟ୍ରେନ କଥା ଧ୍ୟାନକୁ ଆସେ। କାରଣ ଏଥିପାଇଁ ଭଡ଼ା ଓ ସମୟ ଉଭୟ କମ୍‌ ଲାଗିଥାଏ। ତେଣୁ ଆମ ଭିତରୁ ପ୍ରାୟ ଲୋକେ ଟ୍ରେନ ଯାତ୍ରାକୁ ଅଧିକ ପ୍ରିଫର କରନ୍ତି। ମନ ପସନ୍ଦ ସ୍ଥାନକୁ ଯିବା ପାଇଁ ହେଲେ ଟ୍ରେନ ଶସ୍ତା ହେବା ସହ ଆରାମଦାୟକ ମଧ୍ୟ ହୋଇଥାଏ। ସବୁ ଟ୍ରେନ ଲାଇନ ଜଙ୍ଗଲ ଓ ପାହାଡ ମଝି ଦେଇ ଯାଇଥାଏ। ତେଣୁ ଯାତ୍ରୀ ମାନେ ପ୍ରକୃତିର ଭରପୂର ମଜା ମଧ୍ୟ ନେଇଥାନ୍ତି। ତେବେ ଏହାରି ମଧ୍ୟରେ କିିଛି ଏମିତି ଭୟାନକ ଟ୍ରେନ ଲାଇନ ମଧ୍ୟ ରହିଛି , ଯେଉଁବାଟ ଦେଇ ଗଲେ ମନରେ ଡ଼ର ଆସିଥାଏ।

ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆମ ଭାରତରେ ମଧ୍ୟ ଏଭଳି ମାର୍ଗ ବା ଟ୍ରେନ ଲାଇନ ରହିଛି, ଯାହା ସବୁଠୁ ଖତରନାକ ଏବଂ ଭୟଙ୍କର ରେଲେଓ୍ଵ ଟ୍ରାକ ମଧ୍ୟରେ ଯାଉଛି। ଯାହା ଚେନ୍ନାଇ -ରାମେଶ୍ୱର ଲେନ୍‌ ଦେଇ ଯାଇଛି ଏବଂ ଏହାର ନାମ ପମ୍ବନ ବ୍ରିଜ।

ଭାରତ ମହାସାଗର ମଧ୍ୟରେ ଏହି ଟ୍ରେନ ଲାଇନ ତିଆରି ହୋଇଛି। ସମୁଦ୍ର ମଧ୍ୟରେ ଏହା ତିଆରି ହୋଇଥିବାରୁ ଏଠାକୁ ଯିବା ସମୟରେ ମନରେ ଭୟ ଆସିଥାଏ। 2.5 କିଲୋମିଟର ଏହି ରାସ୍ତା 1914 ମସିହାରେ ତିଆରି ହୋଇଥିଲା। ତେବେ ସବୁ ସମୟ ଅପେକ୍ଷା ସମୁଦ୍ର ପାଣି ବଢ଼ିବା ସମୟରେ ଏହି ଟ୍ରାକ ଅଧିକ ବିପଦପୂର୍ଣ୍ଣ ହୋଇଯାଇଥାଏ ।ଦୁନିଆର ଏଭଳି ଅଦ୍ଭୁତ ଓ ଭୟାନକ ଟ୍ରେନ ଲାଇନରେ ପ୍ରତ୍ୟେକ ଦିନ ଲୋକ ଯାତ୍ରା କରନ୍ତି। ମୃତ୍ୟୁର ସାମ୍ନା କରି ଏହି ମାର୍ଗ ଦେଇ ଯିବା ନିହାତି ବଡ଼ ଆଶ୍ଚର୍ଯ୍ୟ କାରୀ କଥା ।

 


ତେବେ ସୋସିଆଲ ମିଡିଆରେ ଆମେ ଟ୍ରେନ୍ ଦୁର୍ଘଟଣାର ଅନେକ ଭିଡିଓ ଦେଖିବାକୁ ପାଇଥାଉ। କେତେକ ଦୁର୍ଘଟଣା ଏତେ ବିପଜ୍ଜନକ ଯେ ଏହା ଦ୍ୱାରା ଧକ୍କା ହେବା ପରେ ସବୁକିଛି ନଷ୍ଟ ହୋଇଯାଏ । କିନ୍ତୁ ଅନେକ ଥର ଭାଗ୍ୟଶାଳୀମାନେ ବଡ଼ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଆନ୍ତି । କିନ୍ତୁ ଏବେ ଯେଉଁ ଟ୍ରେନ ଟ୍ରାକର ଭିଡିଓ ଟି ଭାଇରାଲ ହେଉଛି ତାହା ହେଉଛି ଏହି ଚେନ୍ନାଇ ରାମେଶ୍ଵର ଲାଇନ୍ ଅଟେ । ତେବେ ଏହି ରେଳ ଲାଇନ ଟି ଯାହାକୁ ଅତିକ୍ରମ କରିବା ମୃତ୍ୟୁ କୁ ଅତିକ୍ରମ କରିବା ସହ ସମାନ ହୋଇଥାଏ। ଏହି ରେଳ ରେ ଯାତ୍ର କରିବା ଯମ କି ଗୁଆ ଦେଇ ଯିବା ବୋଲି କହିବା ସହିତ ସମାନ ହୋଇଥାଏ।

ତେବେ ଏହି ରେଳ ଲାଇନ ଟି ଏପରି ରହିଛି ଯାହାକି ଦେଖିଲେ ଲାଗୁଛି ଯେପରି ଟ୍ରେନ ଟି ସମୁଦ୍ର ରେ ସୁଇମିଙ୍ଗ କରୁଛି ବୋଲି। ଭିଡ଼ିଓ ଟି ରେ ଦେଖା ଯାଇଛି କି ପମ୍ବନ ବ୍ରିଜ ରେଳ ଧାରଣା ସମୁଦ୍ର ମଧ୍ୟ ଦେଇ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଇଛି। ଯେଉଁ ଥିରେ କିଛି ଜାଗା ରେ ଟ୍ରାକ ଦେଖା ଯାଉଛି ଆଉ କେତେ ଜାଗା ରେ ଦେଖା ଯାଉ ନାହିଁ।ମାତ୍ର ତା ଭିତରେ ଟ୍ରେନ ଟି ପୁରା ଯାତ୍ରୀ କୁ ନେଇ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଭାବରେ ସମୁଦ୍ର ଭିତରେ ଥିବା ଟ୍ରାକ ରେ ଯାଉଛି ଆଉ ତାହାକୁ ଅତିକ୍ରମ ମଧ୍ୟ କରୁଛି। ତେବେ କିନ୍ତୁ ଯଦି ଟିକିଏ ଏପଟ ସେପଟ ହୋଇଯିବ ତେବେ ସମସ୍ତ ଯାତ୍ରୀ ଙ୍କ ସହ ଟ୍ରେନ ର କିଛି ପତା ମିଳିବ ନାହିଁ ବୋଲି ଲାଗୁଛି। ଯାହାର କିଛି ଫୋଟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।

Leave A Reply

Your email address will not be published.