Diabetes | ଡାଇବେଟିସ ଥିଲେ ଖାଆନ୍ତୁ ଏହି ସବୁ ଖାଦ୍ୟ ! ମୂଳରୁ ଶେଷ ହେବ କରନ୍ତୁ ଘରୋଇ ଉପଚାର |
ଶରୀର ପାଇଁ ପିତା ଖାଦ୍ୟ ନିତ୍ୟାନ୍ତ ଜରୁରୀ ଅଟେ । ପିତା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି, ଯକୃତ ସମସ୍ୟା, କର୍କଟ ରୋଗ ଏବଂ ହୃଦଘାତ ଭଳି ବିଭିନ୍ନ ରୋଗକୁ ରୋକିବାରେ ସାହାଯ୍ୟ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ବିଭିନ୍ନ ପିତା ଖାଦ୍ୟ ବିଷୟରେ ଯାହା ଶରୀର ପାଇଁ ଲାଭଦାୟକ ଅଟେ ।
ସ୍ୱାସ୍ଥ୍ୟ ପାଇଁ ଗୁଣକାରୀ କଲରା ପତ୍ର । ପ୍ରତିଦିନ କଲରା ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ।ଏହା ଖାଇବାକୁ ପିତା । କିନ୍ତୁ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ କଲରା ପତ୍ର ବେଶ ଉପଯୋଗୀ । ତେବେ ଆସନ୍ତୁ ଆଣିବା, କଲରା ପତ୍ରରେ ରହିଥିବା ଗୁଣ କେତେକ ସମ୍ବନ୍ଧରେ ।
ଯଦି ଆପଣ କଲରା ପତ୍ର ନିୟମିତ ଖାଇବେ, ତା’ହେଲେ କ୍ୟାନସର ଭଳି ରୋଗରୁ ଦୂରରେ ରହିପାରବେ । ଏହା ଖାଇବା ଦ୍ୱାରା ଶରୀରରେ କର୍କଟ ରୋଗ କୋଷ ହେବା ସମ୍ଭାବନା କମ ଦେଖାଦିଏ ।ଅଧିକାଂଶ ମାତ୍ରରେ ପୋଲିପେପ୍ଟାଇଡ ରହିଛି ।
ଯାହା ମଧୁମେୟ ରୋଗକୁ ନିୟନ୍ତ୍ରଣ ରଖିବାରେ ସକ୍ଷମ ହୋଇଥାଏ କଲରା ପତ୍ର ।କଲରା ସ୍ଵାଦରେ ପିତା ଅଟେ ବୋଲି ତାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ କଲରାର ସ୍ୱାସ୍ଥ୍ୟଗତ ଲାଭ ବିଷୟରେ ଯଦି କହିବା ଏଥିରେ ଥିବା ଭିଟାମିନ ଏ ,ଭିଟାମିନ ସି ,ପୋଟାସିୟମ ଓ ଆଣ୍ଟି ଆକ୍ସିଡେଣ୍ଟ ଆପଣଙ୍କୁ ଫିଟ୍ ରଖିବା ସହିତ ମଧୁମେହ ସମସ୍ୟାରୁ ମଧ୍ୟ ଦୁରେଇ ରଖେ ।
କୋକୋ:କୋକୋ ପାକଳ ହୋଇ ନଥିଲେ ଏହାର ସ୍ୱାଦ ପିତା ଲାଗିଥାଏ l କୋକୋରେ ଶକ୍ତିଶାଳୀ ଆଣ୍ଟି ଇମ୍ଫଲାମେଟୋରୀ ତତ୍ୱ ରହିଛି l ଏହା ରକ୍ତ ପ୍ରବାହକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଓ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରିତ କରେ ।
ପିତାଶାଗ:ଗାଁ ଗହଳିରେ ମିଳୁଥିବା ପିତା ଶାଗ ପୋଷାକ ତତ୍ତ୍ୱରେ ଭରପୁର ଅଟେ l ଶାଗ ଭାବରେ ଏହାକୁ ଯେପରି ଗ୍ରହଣ କରାଯାଏ ସେହିଭଳି ଗୋଟିଏ ଆୟୁର୍ବେଦର ପୋଷାକ ତତ୍ୱ ଭାବରେ ମଧ୍ୟ ଗ୍ରହଣ କରାଯାଇଥାଏ l ଏଥିରେ ଅନେକ ଗୁଡିଏ ଖଣିଜ ତତ୍ୱ ରହିଛି ।
ଏଥିରେ ଥିବା କେରୋଟେନୟଡ ଲ୍ୟୁଟିନ ଓ ଜେକ୍ସିଥିନ ଆପଣଙ୍କ ଚକ୍ଷୁକୁ ମୋତିଆଵିନ୍ଦୁରୁ ରକ୍ଷା କରିଥାଏ ।କମଳା ଓ ଲେମ୍ବୁ ଚୋପା:ଏହି ୨ଟି ଫଳରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି l ଏହି ଫଳ ମାନଙ୍କ ଚୋପାରେ ଫ୍ଲେବୋନଏଡ଼ ରହିଥିବା କାରଣରୁ ଏହାର ସ୍ୱାଦ ପିତା ଅଟେ ।
ଫ୍ଲେବୋନଏଡ଼ର କାମ ହେଉଛି ଫଳକୁ ପୋକ ଠାରୁ ରକ୍ଷା କରିବା । ଏହାର ଚାପରେ ରହିଥିବା ଏହି ଫ୍ଲେବୋ ନଏଡ କ୍ୟାନ୍ସର କୋଷିକକୁ ପ୍ରସାର କରିବାରେ ଅଟକାଇବା ସହିତ ଲିଭରକୁ ସୁସ୍ଥ ରଖିଥାଏ ।
ଗ୍ରୀନ୍ ଟି:ଗ୍ରୀନ୍ ଟି ପାଟିକୁ ପିତା ବା କଡ଼ବା ଲାଗିଥାଏ କିନ୍ତୁ ଏହା ଶରୀର ପାଇଁ ବହୁତ ଲାଭଦାୟକ ଅଟେ । ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଗ୍ରୀନ୍ ଟିରେ ଥିବା ପଲିଫେନୋଲ୍ କର୍କଟ କୋଷକୁ ମାରିବାରେ ସାହାଯ୍ୟ କରେ ଏବଂ ସେମାନଙ୍କୁ ବୃଦ୍ଧି ପାଇବାରେ ରୋକିଥାଏ । ଏହା ହୃଦ୍ରୋଗର ଆଶଙ୍କା ମଧ୍ୟ ହ୍ରାସ କରିଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।