Clove benefits – ରାତିରେ ଶୋଇବା ପୂର୍ବରୁ ଖାଇଦିଅନ୍ତୁ ୨ ଟି ଲବଙ୍ଗ ଆଉ ତାପରେ ଯାହା ହେବ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯଣାନ୍ତୁ କଣ ….
ରୋଷେଇ ଘରେ ଏପରି ଅନେକ ଜିନିଷ ଅଛି, ଯାହାକୁ ବ୍ୟବହାର କରି ଆମର ଜେଜେ ବାପା, ଜେଜେ ମା’ମାନେ ଅନେକ ରୋଗ ଭଲ କରିପାରନ୍ତି। ଆମ ରୋଷେଇ ଘରେ ମିଳୁଥିବା ମସଲା କେବଳ ଖାଦ୍ୟର ସ୍ୱାଦ ବଢାନ୍ତି ନାହିଁ, ବରଂ ସେଗୁଡିକ ଅନ୍ୟାନ୍ୟ ଉପାୟରେ ମଧ୍ୟ ବ୍ୟବହୃତ ହୁଏ।
ଆମର ରୋଷେଇ ଘର ପାତ୍ରରେ ଏପରି ଅନେକ ମସଲା ଅଛି, ଯାହାକୁ ବ୍ୟବହାର କରି ଆମେ ଛୋଟ ରୋଗରୁ ସୁସ୍ଥ ହୋଇପାରିବା। ତେବେ ସେହି ମସଲା ମଧ୍ୟରୁ ଲବଙ୍ଗ ଏକ ଉପକାରୀ ମସଲା, ଯାହା ଅନେକ ରୋଗ ପାଇଁ ଔଷଧ ଭାବେ କାର୍ଯ୍ୟ କରେ। ସାଧାରଣତଃ ଲବଙ୍ଗକୁ ମସଲା ରୂପେ ବ୍ୟବହାର କରା ଯାଇଥାଏ।
ଯଦି ଆପଣ ପ୍ରତିଦିନ ସକାଳେ-ସଂନ୍ଧ୍ୟାରେ ଗୋଟିଏ ଲେଖାଏଁ ଲବଙ୍ଗ ଖାଇବର ତେବେ ଏହା ଦ୍ୱାରା ଆପଣ ଙ୍କୁ ବିଭିନ୍ନ ପ୍ରକାରର ଶାରିରୀକ ସମସ୍ୟାରୁ ମୁକ୍ତି ମିଳିଥାଏ। ଲବଙ୍ଗରେ କ୍ୟାଲସିୟମ, ଫସଫରସ, ଆଇରନ, ସୋଡିୟମ, ପୋଟାସିୟମ ଏବଂ ଭିଟାମିନ-ସି ଭରି ରହିଥାଏ। ଜଣାନ୍ତୁ ପ୍ରତି ଦିନ ଲବଙ୍ଗ ଖାଇବା ଦ୍ୱାରା ମିଳୁଥିବା ଏହି ୧୦ଟି ଔଷଧିୟ ଗୁଣ ଫାଇଦା ସମ୍ପର୍କ ରେ ଆର୍ୟୁବେଦ ବିଶେଷଜ୍ଞ ଙ୍କ ମୂଳ ଔଷଧୀୟ ଗୁଣରେ ଭରପୁର ହୋଇଥାଏ ଲବଙ୍ଗ।
ଲବଙ୍ଗ ଖାଇବାଦ୍ୱାରା ମିଳୁଥିବା ଏହି ୧୦ଟି ଔଷଧିୟ ଗୁଣ ଫାଇଦା
ଓରାଲ ହେଲଥ :
ଲବଙ୍ଗରେ ଆଣ୍ଟିଇମ୍ଫେ୍ଲମେଟରୀ ରହିଥିବାରୁ ଯଦି ଆପଣ ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବେ ଏହା ଦ୍ଵାରା ମୁହଁରେ ଥିବା ବ୍ୟାକ୍ଟେରିଆ ନଷ୍ଟ ହୋଇ ଯାଇଥାଏ। ତେଣୁ ଦାନ୍ତ ମାଢି ରେ ହେଉଥିବା ସମସ୍ୟା ଏବଂ ଦାନ୍ତ ବ୍ୟଥା ଭଳି ସମସ୍ୟାରୁ ଉପଶମ ମିଳିଥାଏ।
ସାଇନସ:
ଲବଙ୍ଗରେ ଇଜେନାଲ ନାମକ ତତ୍ତ୍ୱ ରହିଥାଏ। ଏହି ତତ୍ତ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ। ଏହା ସାଇନସ ସମସ୍ୟାକୁ ନିୟନ୍ତ୍ରଣ ରଖେ।
ପାଚନକ୍ରିୟା:
ପ୍ରତିଦିନ ସକାଳେ-ସଂନ୍ଧ୍ୟାରେ ଖାଇବା ପୂର୍ବ ରୁ ଗୋଟିଏ ଲବଙ୍ଗ ଖା’ନ୍ତୁ। ଏହାଦ୍ୱାରା ପାଚନକ୍ରିୟା ସକ୍ରିୟ ହୋଇଥାଏ।
ପେଟ ବ୍ୟଥା:
ଲବଙ୍ଗରେ ଆଣ୍ଟିଇମ୍ଫେ୍ଲମେଟରୀ ଗୁଣ ରହିଥାଏ। ଏହାଦ୍ୱାରା ପେଟ ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ।
ସୁସ୍ଥ ତ୍ୱଚା:
ଏହା ତ୍ୱଚା ପାଇଂ ଖୁବ୍ ଲାଭଦାୟକ ହୋଇଥାଏ। ପ୍ରତିଦିନ ଲବଙ୍ଗ ଖାଇବାଦ୍ୱାରା ଶରୀରରେ ଥିବା ଟକ୍ସିନ ନିର୍ଗତ ହୋଇଥାଏ। ଏହାଦ୍ୱାରା ରକ୍ତ ପରିଷ୍କାର ହୋଇଥାଏ ଏବଂ ଏହାସହିତ ତ୍ୱଚା ମଧ୍ୟ ସୁସ୍ଥ ରହିଥାଏ।
ମାଂସପେଶୀ ବ୍ୟଥା:
ପ୍ରତିଦିନ ଲବଙ୍ଗ ଖାଇବାଦ୍ୱାରା ମାଂସପେଶୀ ଶିଥିଳ ହୋଇଥାଏ। ଏହାଦ୍ୱାରା ମାଂସପେଶୀରେ ହେଉଥିବା ବ୍ୟଥା ଦୂର ହୋଇଥାଏ।
ରୋଗରୁ ମୁକ୍ତି:
ଲବଙ୍ଗରେ ଭିଟାମିନ-ଇ, ଭିଟାମିନ-କେ ଏବଂ ମ୍ୟାଗ୍ନେସିୟମ ବୋହୁ ପରିମାଣରେ ରହିଥାଏ। ଏହାକୁ ସବୁବେଳେ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧ କ୍ଷମତା ବୃଦ୍ଧିପାଇ ଥାଏ । ଏହାଦ୍ୱାରା ଥଣ୍ଡା-ଜ୍ୱର ଭଳି ରୋଗରୁ ଲଢିବାପାଇଁ ଶରୀରକୁ ଶକ୍ତି ।
ଏସିଡିଟି:
ଏଥିରୁ ଏସିଡିଟି ଭଳି ସମସ୍ୟା ଦୂର ହୋଇଥାଏ। ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇବାଦ୍ୱାରା ପାଚନକ୍ରିୟା ଉତ୍ତମ ରୂପେ ହୋଇଥାଏ।
ମୁଣ୍ଡ ବିନ୍ଧାରୁ ଆରାମ ଦେଇଥାଏ:
ଲବଙ୍ଗ ତେଲରେ ଆଣ୍ଟି-ଇନ୍ଫ୍ଲାମେଟୋରୀ, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଭାଇରାଲ୍, ଆଣ୍ଟି-ସେପ୍ଟିକ୍ ଗୁଣ ରହିଥାଏ । ଏହା ମୁଣ୍ଡବିନ୍ଧାରୁ ମୁକ୍ତି ଦେବା ସହିତ ଫୁଲା କମାଇବାରେ ସାହାଯ୍ୟ କରିଥାଏ ।
ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ:
ଦାନ୍ତ ଯନ୍ତ୍ରଣା ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲବଙ୍ଗ ତେଲ ଉପକାରୀ ବୋଲି ବିବେଚନା କରାଯାଏ । ଏଥିପାଇଁ ତୁଳାରେ ୨-୩ ବୁନ୍ଦା ଲବଙ୍ଗ ତେଲ ପକାଇ ଦାନ୍ତରେ ଚାପି ଧରନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।