India କୁ ଧମକ ଦେଲେ ପାକିସ୍ତାନୀର ସୁନ୍ଦରୀ ମଡେଲ ଦେଲେ ଅଫର,ମ୍ୟାଚରେ ଭାରତକୁ ହରାଇ ଦିଅ..ମୁଁ ତୁମକୁ ବାହାହେବି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଆସନ୍ତା ମ୍ୟାଚ୍ରେ ଯଦି ଜିମ୍ବାୱେ ଭାରତକୁ ହରାଇ ଦେଲା ତେବେ ମୁଁ ଜଣେ ଜିମ୍ବାୱେ ଦେଶର ନାଗରିକଙ୍କୁ ବିବାହ କରିବି। ଜିମ୍ବାୱେ ଟିମ୍କୁ ଏମିତି ଅଫର ଦେଇଛନ୍ତି ପାକିସ୍ତାନ ଅଭିନେତ୍ରୀ ଶେହର ଶିନୱାରୀ। ଟି-୨୦ ବିଶ୍ୱକପରେ ନଭେମ୍ବର ୬ ତାରିଖରେ ଜିମ୍ବାୱେ-ଭାରତ ମଧ୍ୟରେ ମ୍ୟାଚ୍ ଖେଳାଯିବ। ତା ପୂର୍ବରୁ ଭାରତର ପରାଜୟ କାମନା କରି ଜିମ୍ୱାୱେ ଟିମ୍କୁ ଏମିତି ଅଫର ଦେଇଛନ୍ତି ଶିନୱାରୀ।
ସେ ଟ୍ୱିଟ୍ କରି ଏପରି ଅଫର ଦେବା ପରେ ଟ୍ୱିଟରାଟୀମାନେ ତାଙ୍କୁ ଭୟଙ୍କର ଭବରେ ଟ୍ରୋଲ କରିଛନ୍ତି। ଶିନୱାରୀ କହିଛନ୍ତି “ ମୁଁ ଜଣେ ଜିମ୍ବାୱେ ନାଗରିକଙ୍କୁ ବିବାହ କରିବି ଯଦି ଟିମ୍ ଆସନ୍ତା ମ୍ୟାଚ୍ରେ ଚମତ୍କାର ଭାବରେ ଭାରତକୁ ପରାସ୍ତ କରିବ।” ଶିନିୱାରୀଙ୍କ ଏହି ଟ୍ୱିଟ୍ ପରେ ତାଙ୍କୁ ଟ୍ରୋଲ କରିଛନ୍ତି ଟ୍ୱଟରାଟୀ।
ଏହା ପୂର୍ବରୁ ବାଂଲାଦେଶ ବିପକ୍ଷ ମ୍ୟାଚ୍ ରେ ଶନିବାର ବାରମ୍ବାର ଟ୍ୱିଟ୍ କରି ଭାରତ ର ପରାଜୟ କାମନା କରିଥିଲେ। ଆଉ ଏବେ ଜିମ୍ୱାୱେ ଟିମ୍ କୁ ଏମିତି ଅଫର ଦେବା ସୋସିଆଲ୍ ମିଡିଆ ରେ ଚର୍ଚ୍ଚା ରେ ରହିଛି। ତାଙ୍କର ଏହି ଟ୍ୱିଟ୍ରେ ୩ ହଜାରରୁ ଅଧିକ ଲାଇକ୍ ଓ ଏକ ହଜାରରୁ ଅଧିକ ରିପ୍ଲାଏ ମିଳି ସାରିଲାଣି।
ଟ୍ୱିଟରାଟୀ ମାନେ ଶନିୱାରୀ।ଙ୍କ ଟ୍ୱିଟ୍ କୁ ନେଇ ଭଳି ଭଳି କମେଣ୍ଟ ଦେଉଛନ୍ତି। ଜଣେ ଟ୍ୱିଟର ୟୁଜର ବାଂଲାଦେଶ ବିପକ୍ଷ ମ୍ୟାଚର ପୁରୁଣା ଟ୍ୱିଟ୍ କୁ ପୋଷ୍ଟ କରି ଲେଖିଛନ୍ତି, ମୁଁ ଦୁଃଖିତ ମ୍ୟାଡମ୍ ଆପଣ ଜୀବନ ସାରା ଏକା ରହି ଯିବେ। ଶିନୱାରୀ ଙ୍କ ଟ୍ୱିଟ୍ କୁ ନେଇ ହେଉଥିବା ଏପରି ଚର୍ଚ୍ଚା ପ୍ରଥମ ଥର ନୁହେଁ। ଏହା ପୂର୍ବ ରୁ ଅନେକ ଥର ଟିମ୍ ଇଣ୍ଡିଆ ବିରୋଧ ରେ ଟ୍ୱିଟ୍ କରି ସମାଲୋଚିତ ହୋଇଛନ୍ତି ଏହି ଅଭିନେତ୍ରୀ।
ଭାରତ କୁ ହରାଇବା ପାଇଁ ଲୋଭନୀୟ ତଥା ଅଜବ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ଅଭିନେତ୍ରୀ ସେହର ଶିନୱାରି। ଚଳିତ ବିଶ୍ୱକପ ରେ ଭାରତ ରବିବାର ତା’ର ଶେଷ ମ୍ୟାଚ୍ ରେ ଜିମ୍ବାୱେ କୁ ଭେଟିବ। ଜିମ୍ବାୱେ ପୂର୍ବ ରୁ ପାକିସ୍ତାନ କୁ ହରାଇଥିବା ରୁ ଏବେ ଭାରତ କୁ ମଧ୍ୟ ଉକ୍ତ ଦଳ ହରାଉ ବୋଲି ଚାହୁଁଛନ୍ତି ଅଭିନେତ୍ରୀ ସେହର।
ଭାରତ ହାରିଗଲେ ପାକିସ୍ତାନ ବିଶ୍ୱକପର ସେମି ଫାଇନାଲ ରେ ପ୍ରବେଶ କରିବ ବୋଲି ସେ ଆଶା ରଖିଛନ୍ତି। ତେଣୁ ସେ ଆଜି ଜିମ୍ବାୱେ ଖେଳାଳି ଙ୍କୁ ଅଜବ ପ୍ରସ୍ତାବ ଦେଇଛନ୍ତି। ଯଦି ଜିମ୍ବାୱେ ଶେଷ ମ୍ୟାଚ୍ ରେ ଭାରତ କୁ ହରାଇ ଦେବ, ତା’ହେଲେ ସେହର ଆଫ୍ରିକାନ ଦେଶ ର ଜଣେ ଯୁବକ ଙ୍କୁ ବିବାହ କରିବେ ବୋଲି କହିଛନ୍ତି।
ଭାରତ ତାର ପରବର୍ତ୍ତୀ ମ୍ୟାଚ୍ ରେ ପରାଜିତ ହେଲେ ପାକସ୍ତାନ ପାଇଁ ସେମି ଖେଳିବା ସମୀକରଣ ତିଆରି ହୋଇପାରେ । ତେବେ ଭାରତ ବିପକ୍ଷ ରେ ଜିମ୍ବାୱେ ବିଜୟୀ ହେଲେ, ପ୍ଲେୟାର ଅଫ ଦି ମ୍ୟାଚ୍ ବିବେଚିତ ହୋଇଥିବା କ୍ରିକେଟର ଙ୍କୁ ବିବାହ କରିବେ ବୋଲି ଘୋଷଣା କରିଛନ୍ତି ପାକ୍ ଅଭିନେତ୍ରୀ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।