Exclusive – ମଞ୍ଚ ଉପରକୁ ଜୋତା ଫିଙ୍ଗିଥିବା ମହିଳା ଜଣଙ୍କ କଣପାଇଁ ଏମିତି କଲେ ଶୁଣନ୍ତୁ ତାଙ୍କ ମୁହଁରୁ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 196

ଯାତ୍ରାର ରେକର୍ଡ ଡ୍ୟାନ୍ସ ଚାଲିଥିବା ବେଳେ, ନଗ୍ନ ନୃତ୍ୟ ଅଭିଯୋଗ ରେ ଜଣେ ମହିଳା ଚପଲ ଫୋପାଡି ପ୍ରତିବାଦ କରିବା କୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଭଦ୍ରକ ଜିଲ୍ଲା ଚରମ୍ପା ରେ ଚାଲି ଥିବା ଏକ ଯାତ୍ରା ରେ ଦେଖିବା କୁ ମିଳିଛି ଏଭଳି ଅଭାବନୀୟ ଘଟଣା । ରାଜ ନନ୍ଦିନୀ ପାର୍ଟି ପକ୍ଷରୁ ନାଚ ପରିବେଶ କରୁଥିଲେ ରାନୀ ପ୍ରିୟଦର୍ଶିନୀ । ତେବେ ରାନୀ ଙ୍କ ନାଚ କୁ ଜଣେ ମହିଳା ବିରୋଧ କରିଥିଲେ । ଆଉ ରାନୀ ଙ୍କ ଉପର କୁ ଚପଲ ଫୋପାଡ଼ି ଥିଲେ ।

ମନ୍ଦାକିନୀ ପଣ୍ଡା କଣ କହିଲେ ଶୁଣନ୍ତୁ ; ଫଳ ରେ ଯାତ୍ରା କିଛି ସମୟ ପାଇଁ ବନ୍ଦ ହୋଇଥିଲା । ଚପଲ ଫୋପାଡ଼ିଥିବା ମହିଳା ଜଣକ ମନ୍ଦାକିନୀ ପଣ୍ଡା ବୋଲି ଜଣା ପଡ଼ିଛି । ସେ ଏହା ନାଚ ନୁହେଁ, ଅଙ୍ଗ ପ୍ରଦର୍ଶନ ଥିଲା ବୋଲି କହିଛନ୍ତି ମନ୍ଦାକିନୀ ।

 ସେପଟେ ସୀମା ଭିତରେ ରହି ନାଚି ଥିବା କହିଛନ୍ତି ରାନୀ ପ୍ରିୟଦର୍ଶିନୀ ।ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଛନ୍ତି । ସେ ଯାହା କରିଛନ୍ତି ଠିକ୍ କରିଛନ୍ତି । ଏହା ନାଚ ନୁହେଁ, ଅଙ୍ଗ ପ୍ରଦର୍ଶନ ଥିଲା ବୋଲି କହିଛନ୍ତି ମନ୍ଦାକିନୀ । ସେପଟେ ସୀମା ଭିତରେ ରହି ନାଚିଥିବା କହିଛନ୍ତି ରାନୀ ପ୍ରିୟଦର୍ଶିନୀ ।

କିନ୍ତୁ ଏହି ଘଟଣାଟିର ଏକ ସୁକ୍ଷ୍ମ ବିଶ୍ଳେଷଣ ଜରୁରୀ । ବର୍ଷ ବର୍ଷ ଧରି ଯାତ୍ରାରେ ରେକର୍ଡ ଡ୍ୟାନ୍ସ ପରିବେଷଣ କରାଯାଉଛି । ଆଉ ଏହାର ଦର୍ଶକ ସଂଖ୍ୟା ବହୁତ ଅଧିକ । ଅନେକ କୁହନ୍ତି ଯାତ୍ରା ଦେଖିବା ଅପେକ୍ଷା ରେକର୍ଡ ଡ୍ୟାନ୍ସ ଦେଖିଲେ ମନ ଖୁସି ହୋଇଯାଏ । ହେଲେ ଭଦ୍ରକର ଏହି ଘଟଣା ସାରା ଓଡିଶା ଓ କଳାଜଗତ ପାଇଁ ଏକ ଭିନ୍ନ ବାର୍ତ୍ତା ରଖୁଛି ।


ଯାତ୍ରା ରେ ଅଶ୍ଲୀଳ ନାଚ କୁ ବିରୋଧ । ଜୋତା ଫିଙ୍ଗିବା ସହ ଯାତ୍ରା ବନ୍ଦ କଲେ ମହିଳା । କିଛି ସମୟ ପାଇଁ ଯାତ୍ରା ବନ୍ଦ ହୋଇଗଲା । ସୂଚନା ଅନୁଯାୟୀ କାଳୀ ପୂଜା ଉପଲକ୍ଷେ ଭଦ୍ରକ ଜିଲ୍ଲା ରେ ଚରମ୍ପା ଅଞ୍ଚଳ ରେ ଯାତ୍ରା ରାଜ ନନ୍ଦିନୀ ଯାତ୍ରା ପରିବେଷଣ କରୁଛି ।

ରାଜ ନନ୍ଦିନୀ ଯାତ୍ରା ପାର୍ଟି ର ରାନୀ ପ୍ରିୟଦର୍ଶିନୀ ନାମ କ ଅଭିନେତ୍ରୀ ନାଚ ପରିବେଷଣ କରିଥିଲେ । କିନ୍ତୁ ଅଶ୍ଳୀଳ ନାଚ ଦେଖି ଦର୍ଶକ ଙ୍କ ମଧ୍ୟରୁ ଜଣେ ମହିଳା ନାଚୁ ଥିବା ଯାତ୍ରା ଅଭିନେତ୍ରୀ ଙ୍କ ଉପର କୁ ଜୋତା ଫିଙ୍ଗି ଥିଲେ ।

ଜୋତା ଫିଙ୍ଗିବା ପରେ ମଧ୍ୟ ଅଭିନେତ୍ରୀ ଜଣ ଙ୍କ ନୃତ୍ୟ ଜାରି ରଖି ଥିଲେ । ପରେ ଅତିଷ୍ଠ ହୋଇ ମହିଳା ଜଣ ଙ୍କ ଯାତ୍ରା ପେଣ୍ଡାଲ ଉପର କୁ ଉଠି ଥିଲେ । ଏବଂ ଯାତ୍ରା ନୃତ୍ୟ ବନ୍ଦ କରିବାକୁ ମଞ୍ଚ ଉପରେ ଅଡ଼ି ବସି ଥିଲେ । ବେଶ କିଛି ସମୟ ପାଇଁ ବନ୍ଦ ହୋଇ ଯାଇ ଥିଲା ଯାତ୍ରା । ଆୟୋଜକ କମିଟି ସଦସ୍ୟ ଓ ଯାତ୍ରା ପାର୍ଟିର ସଦସ୍ୟ ମହିଳା ଙ୍କୁ ବହୁ ବୁଝା ସୁଝା କରିଥିଲେ । ପରବର୍ତ୍ତୀ ସମରେ ଯାତ୍ରା ପୁଣି ଆରମ୍ଭ ହୋଇଥିବା ସୂଚନା ରହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.