Viral ଭିଡ଼ିଓ – ଛିଃ…ଛିଃ..ନାମ ସଂକୀର୍ତ୍ତନରେ ଆଧୁନିକ ଗୀତରେ ଯୁବତୀ କଲେ ଅଣ୍ଟା ହଲା ଡ୍ୟାନ୍ସ I ଦେଖନ୍ତୁ viral ଭିଡ଼ିଓ ଟିକୁ….
ଜ୍ୟୋତିଷ ଶାସ୍ତ୍ର ଏବଂ ପୁରାଣ ଗ୍ରନ୍ଥଗୁଡ଼ିକରେ ଯୁଗର ଭିନ୍ନ ଭିନ୍ନ ମୂଲ୍ୟ ରହିଛି । ପୌରାଣିକ ଗ୍ରନ୍ଥ ଅନୁଯାୟୀ, ଚାରୋଟି ଯୁଗ ଅଛି ସେଗୁଡିକ ହେଉଛି ସତ୍ଯ, ତ୍ରେତୟା, ଦ୍ବାପର ଏବଂ କଳି । କୁହାଯାଇଥାଏ କଳିଯୁଗରେ ପାପ ଶିଖରରେ ରହିବ।
ବର୍ତ୍ତମାନ କଳିକାଳ ଅର୍ଥାତ କଳିଯୁଗ ଚାଲିଛି । ଏହି ଯୁଗରେ କ’ଣ ହେବ ଏବଂ କ’ଣ ଘଟିବ ତାହା ଗ୍ରନ୍ଥରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ଏଥିସହ ଏହି ଯୁଗରେ ଯେଉଁଠାରେ ପ୍ରଳୟ ହେବ ତେବେ କେବଳ ହରି କୀର୍ତ୍ତନ ହିଁ ରକ୍ଷା କରିପାରିବ। ତେବେ ଆସନ୍ତୁ ଜାଣିବା କଳିଯୁଗରେ କାହିଁକି ସାବଧାନ ରହିବାକୁ ହେବ ।
ଯେଉଁଠାରେ ନାମ କୀର୍ତ୍ତନ ହୁଏ ସେଠାରେ ଭଗବାନ ସ୍ବୟଂ ପ୍ରକଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଭଗବାନଙ୍କ ନାମରେ ଅପାର ମହିମା ରହିଛି। ଶ୍ରଦ୍ଧା ଓ ନିଷ୍ଠାର ସହିତ ବାରମ୍ବାର ଆବୃତ୍ତି କଲେ ଅନ୍ତଃକରଣରେ ପବିତ୍ରତା ଆସେ। ଦିବ୍ୟ ଆନନ୍ଦ ମିଳେ। ଦେବଭୂମି ଭାରତବର୍ଷରେ ହିନ୍ଦୁ ଧର୍ମ ଅନୁସାରେ ବିଭିନ୍ନ ପୁରାଣ ଶାସ୍ତ୍ରରୁ ଜଣାପଡ଼େ ସମୟ ଅବଧିକୁ ଚାରି ଯୁଗରେ ଗଣନା କରାଯାଇଛି।
ଯଥା-ସତ୍ୟ, ତ୍ରେତୟା, ଦ୍ୱାପର ଓ କଳିଯୁଗ। ପ୍ରତି ଯୁଗରେ ଭଗବାନଙ୍କ ସାନ୍ନିଧ୍ୟ ଲାଭ ଓ ଆଶୀର୍ବାଦ ପାଇଁ ପ୍ରାର୍ଥନା, ଭଜନ, ଜଣାଣ, ମନ୍ତ୍ର, କୀର୍ତ୍ତନ ଆଦି କରିବା ପାଇଁ ଭିନ୍ନ ଭିନ୍ନ ପ୍ରକ୍ରିୟା ରହିଛି। ଶ୍ରୀଜଗନ୍ନାଥ ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦର ସମ୍ପାଦକ ଜଟାଧାରୀ ମିଶ୍ର କୁହନ୍ତି,
ଶ୍ରୀଜଗନ୍ନାଥ ସଂସ୍କୃତିର ସଂକୀର୍ତ୍ତନ ଏକ ମୁଖ୍ୟ ଅଙ୍ଗ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ପୁରୁଷୋତ୍ତମ ଧାମରେ ସଂକୀର୍ତ୍ତନ ପରିବେଷଣ କରାଯାଉଥିବା ଜଣାପଡ଼େ। ସଂକୀର୍ତ୍ତନ ଦ୍ୱାରା ଶରୀରରେ ଅଷ୍ଟାଙ୍ଗଯୋଗ ସୃଷ୍ଟି ହୋଇଥାଏ। ଏହା ଭାଗବତ ଟୁଙ୍ଗି ସହିତ ଜଡ଼ିତ ।
ନାମସଂକୀର୍ତ୍ତନରେ ଝାଞ୍ଜ, ମୃଦଙ୍ଗ, ଖୋଳ ଆଦି ବାଦ୍ୟଯନ୍ତ୍ର ବାଦନର ତାଳେତାଳେ ସାଧୁସନ୍ଥ, ଶ୍ରଦ୍ଧାଳୁ, କଳାକାର ଓ ଭକ୍ତମାନେ ହରିନାମ ଗାନକରି ଭାବଭକ୍ତିରେ ନୃତ୍ୟ କରିଥାନ୍ତି। ସଂକୀର୍ତ୍ତନର ପୃଷ୍ଠଭୂମି, ନୀତିନିୟମ, ବ୍ୟବହୃତ ବାଦ୍ୟଯନ୍ତ୍ର, ସଂକୀର୍ତ୍ତନପ୍ରେମୀଙ୍କ ବେଶଭୂଷା ଏବଂ ହରିନାମ ଗାନ ବେଳେ ସ୍ବର ତାଳ ଲୟ ଆଦି ପ୍ରତି ଗୁରୁତ୍ୱ ଦିଆଯାଏ। ଏଥିପାଇଁ ମନ୍ତ୍ର ଜପ ଓ ନାମସଂକୀର୍ତ୍ତନରେ ପାପ ମୋଚନ ହୋଇଥାଏ ବୋଲି ବିଶ୍ୱାସ ରହିଛି।
ଶ୍ରୀହରିଙ୍କ ନାମସଂକୀର୍ତ୍ତନକୁ ଯୁଗଧର୍ମ ଭାବରେ ଅବିହିତ କରାଯାଇଛି। ଓଡ଼ିଆ ଭାଗବତରେ ରହିଛି- ସତ୍ୟଯୁଗର ଧ୍ୟାନଫଳ, ତ୍ରେତୟାର ଯଜ୍ଞାଦି ସକଳ, ଦ୍ୱାପରର ହରିପୂଜାଜ୍ଞାନ, କଳିଯୁଗେ ନାମସଂକୀର୍ତ୍ତନ। ଚାରିଆଡ଼େ ଅଶାନ୍ତିର ବାତ୍ତାବରଣ।
ଶ୍ରୀହରିଙ୍କ ନାମସଂକୀର୍ତ୍ତନ, ନାମ ଗାୟନ, ଶ୍ରବଣ, ମନନ କଲେ ପାପ ବିନାଶ ହୋଇ ପରମ ଶାନ୍ତି ପ୍ରାପ୍ତ ହୋଇପାରିବ ବୋଲି ବିଶ୍ୱାସ ରହିଛି। ଯଥା-‘ହରେକୃଷ୍ଣ ହରେକୃଷ୍ଣ, କୃଷ୍ଣକୃଷ୍ଣ ହରେହରେ। ହରେରାମ ହରେରାମ, ରାମରାମ ହରେହରେ।’ ଭଲ ମଣିଷ ହୁଅ।
ଅସତ୍ୟକୁ ସେ ବିଷପରି ମଣିଥାଏ। ବିଭିନ୍ନ ଶାସ୍ତ୍ର ପୁରାଣରେ ପରମାତ୍ମାଙ୍କ ପ୍ରାପ୍ତି ପାଇଁ ବିଭିନ୍ନ ସାଧନା ରହିଛି। ଗାବତ ନର ପାବ ହିଁ ଭବ ଥାହା। ସଂକୀର୍ତ୍ତନପ୍ରେମୀ ସର୍ବଦା ଭଗବାନଙ୍କ ନାମକୁ ସ୍ମରଣ ଓ କୀର୍ତ୍ତନକରି ଆନନ୍ଦ ଅନୁଭବ କରିଥାନ୍ତି।
ଏପରିକି ଅଷ୍ଟପ୍ରହର,ଚବିଶପ୍ରହର ଆଦି ନାମସଂକୀର୍ତ୍ତନ ବେଳେ ଭକ୍ତ ଭାବବିହ୍ବଳ ହୋଇ ସ୍ବତଃ ନାଚିବାକୁ ଲାଗିଥାଏ। ଉଭୟ ମଧୁର ରସରେ ରସାୟତ ଓ ଆକର୍ଷଣ ରହିଛି। ନାମସଂକୀର୍ତ୍ତନକୁ ଗାୟକ, ବାୟକ, ବାଦକ, ଭକ୍ତ, ଆଉ ଗାଇଉଠେ – ‘ହରି ଭଜନ ବିନା ସୁଖ ଶାନ୍ତି ନାହିଁ। ହରି ନାମ ବିନା ଆନନ୍ଦ କାହିଁ। ହରିନାମେ କି ରସ ଅଛି, ପାନକଲା ଲୋକ ସିନା ଜାଣିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।