viral video – ରସିକିଆ ସ୍କୁଲ ମାଷ୍ଟର ଗୋଟିଏ ଛାତ୍ରୀ ପାଇଁ ଦୁଇ ଶିକ୍ଷକ ପ୍ରେମରେ ପାଗଳ,ଦେଖିଲେ ହୋସ ଉଡିଯିବ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଆବାସିକ ବିଦ୍ୟାଳୟ ରେ ରହି ଶିକ୍ଷା ଲାଭ କରୁଥିବା ଗରିବ ଆଦିବାସୀ ଛାତ୍ରୀ ଙ୍କୁ କିଭଳି ଶିକ୍ଷା ଦାନ ନାମ ରେ ନିଜର କାମନା ଚରିତାର୍ଥ କରିବା ପାଇଁ ୨ ଶିକ୍ଷକ ପ୍ରଲୋଭିତ ପୂର୍ବକ ଅସଦାଚରଣ କରିଥିବା ନେଇ ଛାତ୍ରୀ ଙ୍କ ପରିବାର ପକ୍ଷ ରୁ ଥାନା ରେ ଲିଖିତ ଅଭିଯୋଗ ହୋଇଛି।
ସୂଚନାନୁଯାୟୀ, ବୀରମିତ୍ର ପୁର ଥାନା ଅନ୍ତର୍ଗତ କୁମଝରିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ବରଗଡ଼ ଜିଲା ର ସୁବନ ମୁନ୍ନା ଓ ଭଦ୍ରକ ଜିଲା ର ରତିକାନ୍ତ ବାରିକ କଳା ଓ ବିଜ୍ଞାନ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ହେଲେ ଉକ୍ତ ୨ ଶିକ୍ଷକ ବିଭିନ୍ନ ସମୟ ରେ ଉକ୍ତ ସ୍କୁଲ ହଷ୍ଟେଲ ରେ ରହି ୧୦ ମ ଶ୍ରେଣୀ ରେ ପଢୁଥିବା ଜଣେ ଗରିବ ଆଦିବାସୀ ଛାତ୍ରୀ ଙ୍କୁ ଏକାଧିକ ବାର ଅସଦାଚରଣ ପାଇଁ ବାରମ୍ବାର ଚାପ ପକାଉ ଥିଲେ।
ମାତ୍ର ଛାତ୍ରୀ ଜଣ ଙ୍କ ଏଥି ରେ ରାଜି ନ ହେବା ରୁ ତାଙ୍କୁ ଅଶ୍ଳୀଳ ଭାଷା ରେ ଗାଳି ଗୁଲଜ କରିବା ସହ ତାଙ୍କୁ ପରୀକ୍ଷା ରେ ଫେଲ୍ କରି ଦେବା ପାଇଁ ଧମକ ଚମକ ମଧ୍ୟ ଦେଇ ଆସୁ ଥିଲେ। ଏଥି ରେ ଅତିଷ୍ଠ ହୋଇ ଏ ନେଇ ସମ୍ପୃକ୍ତ ଛାତ୍ରୀ ଜଣ ଙ୍କ ନିଜ ମା’ ବାପା ଙ୍କୁ !
ଏ ବିଷୟ ରେ ଜଣାଇବା ପରେ ପରେ ଏହି ଛାତ୍ରୀ ପରିବାର ଲୋକ ଓ ଅନ୍ୟ ଅଭିଭାବକ ଙ୍କ ସହ ଯାଇ କୁଆଁରମୁଣ୍ଡା ସ୍ଥିତ ବିଇଓ କାର୍ଯ୍ୟାଳୟ ରେ ବିଇଓ ଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ରୁ, ପରିବାର ଲୋକେ ବୀରମିତ୍ର ପୁର ଥାନା ରେ ଏନେଇ ଲିଖିତ ଅଭିଯୋଗ କରିଥିଲେ।
ସୁନ୍ଦରଗଡ଼ ଏସ୍.ପି. ଘଟଣା ସମ୍ପର୍କ ରେ ଅବଗତ ହେବା ପରେ ଏହାର ତଦନ୍ତ ଦାୟିତ୍ଵ ବୀରମିତ୍ରପୁର ଏସ୍.ଡି.ପି.ଓ.ଙ୍କୁ ଦେଇଛନ୍ତିଘଟଣା ସମ୍ପର୍କ ରେ ମା’ ବାପା ସୁନ୍ଦରଗଡ଼ ଜିଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ଙ୍କ ଦୃଷ୍ଟି ଆକର୍ଷଣ କରି ଥିଲେ। ଏସ୍ପି ନାଥ ଘଟଣା ସମ୍ପର୍କ ରେ ଅବଗତ ହେବା ପରେ ତୁରନ୍ତ ଘଟଣା ର ତଦନ୍ତ ଦାୟିତ୍ୱ ବୀରମିତ୍ର ପୁର ଏସ୍ଡିପିଓ ମାନସରଞ୍ଜନ ପ୍ରଧାନ ଙ୍କୁ ଦେଇଥିଲେ।
ଏସ୍ପି ନାଥ ଙ୍କ ପରାମର୍ଶ କ୍ରମେ ସମ୍ପୃକ୍ତ ଛାତ୍ରୀ ଙ୍କ ମା’ ବାପା ବୀରମିତ୍ର ପୁର ଥାନା ରେ ଶନିବାର ଲିଖିତ ଅଭିଯୋଗ କରିବା ପରେ ବିଭିନ୍ନ ଦଫା ରେ ପୋଲିସ ୨୩୦ / ୨୨ ରେ ଏକ ମାମଲା ରୁଜୁ କରି ଘଟଣା ର ତଦନ୍ତ ଚାଲୁ ରଖିଛି।
ଏ ନେଇ ବୀରମିତ୍ର ପୁର ଏସ୍ଡିପିଓ ମାନସରଞ୍ଜନ ଙ୍କୁ ପଚାରିବା ରୁ ସେ କହିଲେ ଯେ,ସମ୍ପୃକ୍ତ ଛାତ୍ରୀ ଓ ତାଙ୍କ ମା’ ବାପା।ଙ୍କ ବୟାନ ରେକର୍ଡ କରା ଯାଇଛି। ଖୁବ୍ ଶୀଘ୍ର ଘଟଣା ର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ଡିପିଓ ସୂଚନା ଦେଇଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।