viral video – ଠାକୁର ଭସାଣି ବେଳେ ଭାସିଗଲେ ଯୁବତୀ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ମା ସର୍ବ ଜନନୀ ମା ଦୁର୍ଗା ଙ୍କ ପୂଜା ଶେଷ ହେଇଛି ଓ ଶେଷ ରେ ମା ଦୁର୍ଗା କୁ ବିସର୍ଜନ ମଧ୍ୟ ଦେଇଥାନ୍ତି ପଶ୍ଚିମବଙ୍ଗର ଜଲ ପାଇଗୁଡି ଜିଲ୍ଲା ର ମାଲ ନଦୀ ରେ ବୁଧବାର ରାତି ପ୍ରାୟ ୯ଟା ବେଳେ ମା’ ଦୁର୍ଗାଙ୍କ ବିସର୍ଜନ ଉତ୍ସବ ଚାଲିଥିବା ବେଳେ ବନ୍ୟା ଜଳ ଆସିବା ରୁ ଭାସିଯାଇ ୭ ଜଣ ଙ୍କ ମୃତ୍ୟୁ ହୋଇଥିବା ଏକ ସୂତ୍ର ରୁ ଜଣା ପଡିଛି। ତେବେ ସେ ଠାରେ ଥିବା ଅନେକ ଲୋକ ବି ନିଖୋଜ ଅଛନ୍ତି। ସେମାନ ଙ୍କ ର ପତ୍ତା ମିଳି ନାହିଁ। ଲଘୁ ଚାପ ବର୍ଷା ଯୋଗୁ ମାଲ ନଦୀ ରେ ବନ୍ୟା ଜଳ ଆସି ଥିଲା।
କୋଲକାତା ରେ ଦୁର୍ଗା ପୂଜା ଭସାଣି ବେଳେ ଅଘଟଣ। ମୂର୍ତ୍ତି ବିସର୍ଜନ ବେଳେ ନଦୀ ରେ ଭାସି ଯାଇ ୮ ଜଣ ଙ୍କ ମୃତ୍ୟୁ ଘଟିଛି। ପଶ୍ଚିମବଙ୍ଗ ଜଲପାଇ ଗୁଡ଼ି ମାଲ୍ ନଦୀ ରେ ଏହି ଅଘଟଣ ଘଟିଛି। ବିଜୟା ଦଶମୀ ଅବସର ରେ ମା ଦୁର୍ଗା ଙ୍କ ମୂର୍ତ୍ତି ବିସର୍ଜନ ବେଳେ ହଠାତ୍ ବନ୍ୟା ପାଣି ମାଡ଼ି ଆସିଥିଲା। ଏହି ଦୁର୍ଘଟଣା ରେ ଅନେକ ନିଖୋଜ ହୋଇଛନ୍ତି।
NDRF ପକ୍ଷ ରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମାଲ ନଦୀ ରେ ବୁଧବାର ରାତି ପ୍ରାୟ ୯ଟା ବେଳେ ମା’ ଦୁର୍ଗା ଙ୍କ ବିସର୍ଜନ ଉତ୍ସବ ଚାଲିଥିବା ବେଳେ ଲଘୁଚାପ ବର୍ଷା ଯୋଗୁ ମାଲ ନଦୀ ରେ ବନ୍ୟା ଜଳ ଆସିଥିଲା। ନଦୀରେ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମୂର୍ତ୍ତି ଭସାଣ କରୁଥିଲେ। ଏଥିରେ ଶହେରୁ ଅଧିକ ଭକ୍ତ ଭାସି ଯାଇ ଥିଲେ । ସେମାନ ଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮ ଜଣ ଙ୍କ ମୃତ ଦେହ ଉଦ୍ଧାର ହୋଇଛି ।
ମୃତକ ଙ୍କ ମଧ୍ୟରେ ୪ ମହିଳା ରହିଛନ୍ତି । ଭାସି ଯାଇଥିବା ଭକ୍ତ ଙ୍କ ମଧ୍ୟରୁ ୭୦ ଜଣ ଙ୍କୁ ଉଦ୍ଧାର କରା ଯାଇଛି। ୩୦ ରୁ ୪୦ ଜଣ ଏବେବି ନିଖୋଜ ଥିବା ଜଣା ପଡ଼ିଛି । ନିଖୋଜ ଶ୍ରଦ୍ଧାଳୁ ଙ୍କୁ ଉଦ୍ଧାର ଲାଗି ଚାଲିଛି ସର୍ଚ୍ଚ ଅପରେସନ୍ । NDRF, SDRF ଟିମ ସହ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ତରଫରୁ ଚାଲିଛି ଉଦ୍ଧାର କାର୍ଯ୍ୟ।
ନଦୀର ତଳିଆ ଅଂଚଳରେ ଖୋଜାଖୋଜି ଚାଲିଛି । ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ବିଜୟା ଦଶମୀ ଅବସରେ ଗତକାଲି ପଶ୍ଚିମବଂଗ ଜଲପାଇଗୁଡ଼ିରେ ଭସାଣ ଉତ୍ସବ ଚାଲିଥିଲା। ଭସାଣ ଚାଲିଥିବା ବେଳେ ରାତି ପ୍ରାୟ ସାଢେ ୮ଟା ସମୟ ରେ ଘଟିଥିଲା ଏହି ଅଘଟଣ ।
ଉଦ୍ଧାର ହୋଇଥିବା ଶ୍ରଦ୍ଧାଳୁ ଙ୍କ ମଧ୍ୟରୁ ୧୩ ଜଣ ଆହତ ହୋଇଛନ୍ତି। ସେମାନ ଙ୍କୁ ନିକଟସ୍ଥ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ଜଲପାଇଗୁଡ଼ିରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା କୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେମାନ ଙ୍କୁ ଉଦ୍ଧାର କରିବା କୁ କହିଥିଲେ ମୋଦି ।ପରିବାର ଲୋକ ଶୋକ ବ୍ୟକ୍ତ କରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !