BIG BREAKING NEWS – ଏବେ ଏବେ ଆସିଲା ବଡ ଖବର, ପୁଣି ବାହା ହେଲେ ସୁପରଷ୍ଟାର ଅନୁଭବ ( ANUBHAV )…. ଦେଖନ୍ତୁ VIRAL ଭିଡ଼ିଓ

0 2,176

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାହ ବିଚ୍ଛେଦ ଖବରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ପୁଣି ଥରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ପାଲଟିଥିଲେ। ଅନୁଭବଙ୍କୁ ନେଇ ଏକ ସୋସିଆଲ୍ ମିଡିଆ ପୋଷ୍ଟ ଅନେକ କିଛି କଳ୍ପନାଜଳ୍ପନାକୁ ଜନ୍ମ ଦେଇଥିଲା ।

ରାକେଶ ରୋଶନ୍ ମହାନ୍ତି ନାମକ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଅନୁଭବ ମହାନ୍ତି୍କ ସହ ନିଜର ଏକ ଫଟୋ ପୋଷ୍ଟ କରି ଏହି ଚର୍ଚ୍ଚାର ସୂତ୍ରପାତ କରିଥିଲେ। ଉକ୍ତ ପୋଷ୍ଟରେ ସେ ଅନୁଭବଙ୍କୁ ତାଙ୍କ ଜୀବନର ନୂଆ ଯାତ୍ରା ଲାଗି ଅଭିନନ୍ଦନ ଜଣାଇଥିଲେ ।
କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ନିଜ ପାରିବାରିକ ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଏହାରି ମଧ୍ୟରେ ଅନୁଭବଙ୍କୁ ନେଇ ଆସିଛି ଏକ ବଡ଼ ଖବର, ଯାହାକି ତାଙ୍କର ଦ୍ୱିତୀୟ ବିବାହକୁ ନେଇ ରହିଛି ।

ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପ୍ରକୃତରେ ସେ ସତ ସତିକା ବିବାହ କରିଛନ୍ତି ନା କୌଣସି ଚଳଚ୍ଚିତ୍ରର ସିନ୍, ତାହା ସ୍ପଷ୍ଟ ହୋଇନାହିଁ । ସୋସିଆଲ ମିଡିଆରେ ରାକେଶ ରୋଶନ ମହାନ୍ତି ନାମକ ଜଣେ ଅନୁଭବଙ୍କ ବଡ଼ ଫ୍ୟାନ୍ସ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ନୂଆ ଯାତ୍ରା ପାଇଁ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଭାଇରାଲ ହେଉଥିବା ଫଟୋରେ ଅନୁଭବଙ୍କ ସହ ରାକେଶ ଠିଆ ହୋଇଛନ୍ତି । ଏହା ସହ ଫଟୋରେ ଅନୁଭବ ବାହାଘର ପୋଷାକ ପିନ୍ଧିଥିବା ସହ ମଥାରେ ନାଲି ସିନ୍ଦୁର ଲଗାଇଥିବା ଜଣାପଡିଛି । ଏହା ସହ ଅନୁଭବଙ୍କ ଅନେକ କିଛି ବରବେଶର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କିଛି ଫ୍ୟାନ୍ସ ଅନୁଭବଙ୍କ ବିବାହକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଏହାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ପ୍ରଥମ ପତ୍ନୀ ଅର୍ଥାତ୍ ବର୍ଷା ପ୍ରିୟଦର୍ଶୀଙ୍କୁ ଛାଡ଼ପତ୍ର ନଦେଇ ସେ କିପରି ଦ୍ୱିତୀୟ ବିବାହ କରିପାରିବେ ବୋଲି ପ୍ରଶ୍ନ ଉଠୁଛୁ ।


ତେବେ ବରବେଶରେ ଅନୁଭବଙ୍କ ଫଟୋ ଭାଇରାଲ ହୋଇଥିଲେ ହେଁ ଏପର୍ଯ୍ୟନ୍ତ କନ୍ୟାର ଫଟୋ କିଛି ସାମ୍ନରାକୁ ଆସିନି । ସେ କାହାକୁ ବାହାହୋଇଛନ୍ତି, ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ ଉଦ୍ୱେଗ ସୃଷ୍ଟି ହୋଇଛି । ଅନୁଭବଙ୍କ ଏହି ବରବେଶର ଫଟୋ କେବେକାର ଜଣାପଡିନଥିବା ବେଳେ ଫଟୋଟି ଦିଲ୍ଲୀରେ ଉଠାଯାଇଥିବା ସୂଚନା ମିଳିଛି । ଏସମ୍ପର୍କରେ ଅନୁଭବ ମହାନ୍ତି ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି । ସେ ସତରେ ବିବାହ କରୁଛନ୍ତି ନା ଏହା କୌଣସି ସିନେମାର ଦୃଶ୍ୟ, ତାହା କେବଳ ଅନୁଭବ ମହାନ୍ତି ହିଁ କହିପାରିବେ ।

ଅନୁଭବଙ୍କର ଜଣେ ପ୍ରଶଂସକ ତଥା ଫେସ୍‌ବୁକ୍‌ ବ୍ୟବହାରକାରୀ ରାକେଶ ରୋଶନ ମହାନ୍ତି ତାଙ୍କ ସୋସିଆଲ୍‌ ମିଡିଆରେ କରିଥିବା ପୋଷ୍ଟ୍‌କୁ ନେଇ ଏହି ଚର୍ଚ୍ଚା ଜୋର୍‌ ଧରିଥିଲା। ରାକେଶ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌‌ରେ ‘ଆପଣଙ୍କ ନୂଆ ଯାତ୍ରା ପାଇଁ ଆପଣଙ୍କୁ ଶୁଭେଚ୍ଛା ଭାଇ’ ବୋଲି ଲେଖିଥିଲେ।

କେବଳ ସେତିକି ନୁହେଁ, ରାକେଶଙ୍କ ହ୍ବାଟ୍‌ସଆପ୍‌ ଷ୍ଟାଟସ୍‌ରେ ବି ସମାନ ଫଟୋ ଦେଖିବାକୁ ମିଳିଛି। ରାକେଶ ତାଙ୍କ ଷ୍ଟାଟସ୍‌ରେ ଫଟୋଟିକୁ ଦେବା ସହ ତଳେ ଲେଖିଥିଲେ, ‘ସମ୍‌ଥିଂ ଉଇଲ୍‌ ବ୍ଲାଷ୍ଟ୍‌ ସୁନ୍‌’। ଯାହାର ଅର୍ଥ ହେଉଛି, ଖୁବ୍ ଶୀଘ୍ର କିଛି ଗୋଟେ ବଡ଼ ଘଟଣା ଘଟିବାକୁ ଯାଉଛି। ଏହା ସ୍ପଷ୍ଟ କରୁଛି ଯେ ଏହା ସଂପୂର୍ଣ୍ଣ ଭାବେ ସୋସିଆଲ ମିଡିଆ ପାଇଁ ଏକ ପବ୍ଲିସିଟି ଷ୍ଟଣ୍ଟ୍ ହିଁ ଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.