ଦେଖନ୍ତୁ viral vedio -ଶ୍ବଶୁର ଓ ଦେଢଶୁର ଡେଇଁଲେ ସବୁ ସୀମା, ଦାଣ୍ଡରେ ଗୋଡାଇ ଗୋଡାଇ ଭାଈ ବୋହୂ ସହିତ ଏମିତି କାଣ୍ଡ କଲେ ଭିଡିଓ ଦେଖିଲେ ଆପଣଙ୍କ ହୋସ ରହିବନି….

0 716

ଆଜିକାଲି ସମୟରେ ପାରିବାରିକ କଳହ ଆଉ ଘର ଭିତରେ ରହୁ ନାହିଁ । ବରଂ ସବୁ କିଛି ଦାଣ୍ଡରେ ଲଙ୍ଗଳାପୁଙ୍ଗୁଳା ହୋଇ ପଡୁଛି ।ବିବାହ ଏବେ ଖେଳ ଘର ହୋଇ ଗଲାଣି ସମାଜ ପାଇଁ । ଟିକେ ଟିକେ କଥାରେ ସାନ ବଡଙ୍କ ଉପରକୁ ହାତ ଉଠାଉଛନ୍ତି ଏବଂ ବଡ ମାନେ ସାନଙ୍କୁ ବେଜିତ୍ କରୁଛନ୍ତି । ଲୋକଲଜ୍ୟା , ବିବେକ ସବୁ କିଛି ମାଟିରେ ମିଶି ଯାଇଛି ଏବଂ ବୋହୂକୁ ମାଡ ମାରିବା ଘଟଣା ଦେହସୁହା ହୋଇ ଗଲାଣି ଆମ ସମାଜ ପାଇଂ ।

ଶାଶୁ -ବୋହୂ, ସ୍ବାମୀ-ସ୍ତ୍ରୀ କଳି ଆପଣ ବହୁତ ଦେଖିଛନ୍ତି କିନ୍ତୁ ଏବେ ଶଶ୍ବୁର ଏବଂ ଦେଢଶୁର ମିଶି ଘରର ବୋହୁକୁ ମାରୁଥିବାର ଏକ ଭିଡିଓ ସୋସିଆମ ମିଡିଆରେ ବେଶ୍ ଭାଇରାଲ ହେଉଛି । ତେବେ ଏହା କୋଣସି ମଫସଲ୍ ଅଞ୍ଚଳରେ ନୁହେଁ ବରଂ ଏହି ଘଟଣାଟି ଘଟିଛି ଭୂବନେଶ୍ବରର ଡୁମଡୁମା ଅଞ୍ଚଳରେ ।

ବୋହୂ ବିଷ୍ଣୁପ୍ରିୟା ଗଉଡ 2021 ଜାନୁୟାରୀ 21 ତାରିଖରେ ହାଇଦର ଅଲ୍ଲୀଙ୍କୁ ବିବାହ କରିଥିଲେ । ବିବାହର ଗୋଟଏ ମାସରେ ପୁଣି ଥରେ ବିବାହ କରିବାକୁ ଯାଉଥିଲେ ହାଇଦର ହେଲେ ଦ୍ବିତୀୟ ବିବାହକୁ ଭାଙ୍ଗି କୋର୍ଟରେ କେଶ୍ କରିଥିଲେ ବିଷ୍ଣୁପ୍ରିୟା ପରେ ହାଇଦର ବେଲ୍ ରେ ଆସି 4 ମାସ ହେବ ଫେରାର ଥିଲା । ମଙ୍ଗଳବାର ଘରକୁ ଫେରିଥିବା ଖବର ପାଇ ସ୍ତ୍ରୀ ବିଷ୍ଣୁପ୍ରିୟା ସ୍ବାମୀଙ୍କୁ ଦେଖା କରିବାକୁ ଯାଇଥିଲେ କିନ୍ତୁ ହାଇଦର ତ ଦେଖା ଦେଲେନି ହେଲେ ଦାଣ୍ଡ ମଝିରେ ବୋହୂକୁ ଶଶ୍ବର ଏବଂ ଦେଢଶୁର ମିଶି ମାଡ ମାରିଲେ ।

ତେବେ ଏତେ ନୃଶଂସ ହୋଇଗଲେ ସ୍ବାମୀଙ୍କ ବଡ ଭାଇ ଯେ ବୋହୂକୁ ବାଡେଇ ଡ୍ରେନରେ ପକାଇ ଦେଲେ , ତଣ୍ଟି ବି ଚିପିଲେ ଆଉ ଶଶ୍ବୁର ବୋହୂ ହାତରୁ ମୋବାଇଲ୍ ଛଡେଇ ଆଣି ତଳେ କଚାଡି ଭାଙ୍ଗି ଦେଲେ । ଏ ହେଉଛି ଗୋଟିଏ ପରିବାରର ଅସଲ ରୂପ ରାସ୍ତାରେ ଖାଲି ଫୋନ୍ ଭାଙ୍ଗିଲାନି ବରଂ ଭାଙ୍ଗିଗଲା ଗୋଟିଏ ସଂପର୍କ । ଯେଉଁ ପରିବାର ସଦସ୍ୟ ମିଶି ପୁଅ ବୋହୂଙ୍କୁ ଏକାଠି ରହିବା ପାଇଂ ଚେଷ୍ଟା କରିବା କଥା ସେଠାରେ ଏଭଲି ନିର୍ଯ୍ୟାତନା ଦିଆ ଯାଇଛି ଜଣେ ବୋହୂଙ୍କୁ ।

2021 ଜାନୁୟାରୀରେ ବିବାହ ଆଉ ଜୁନ ବେଳକୁ ଡ୍ରେନରେ ପଡିଛି ସଂପର୍କ । ଏନେଇ ବୋହୂ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି , ଏହାକୁ ଗୁରୁତ୍ବର ସହ ନେଇ ତଦନ୍ତ କରୁଛି ଖଣ୍ଡଗିରି ପୋଲିସ୍ । ଏବେ ବୋହୂ ପାଇଂ ଚିନ୍ତା ସେ କଣ କରିବ । ବିଷ୍ଣୁପ୍ରିୟା ହିନ୍ଦୁ ଏବଂ ତାଙ୍କ ସ୍ବାମୀ ମୁସଲମାନ୍ , ପ୍ରେମ ବିବାହ କରିଥିଲେ ପୁଅ ମୁସଲମାନ୍ ବୋଲି ଝିଅ ଘର ଲୋକେ ପର କରି ଦେଇଛନ୍ତି ବିଷ୍ଣୁପ୍ରିୟାଙ୍କୁ । ତେଣୁ ଏବେ ସେ କୁଆଡେ ଯିବେ , କେଉଁଠି ରହିବେ କଣ ସେ ଭଲପାଇ ଭୁଲ କରିଲେ ନାଁ ଭାଗ୍ୟରେ ଏସବୁ ଲେଖାଥିଲା ।

ବିଷ୍ଣୁପ୍ରିୟା ଏବେ ଚାହୁଁଛି ନ୍ୟାୟ , ସେ ଚାହୁଁଛି ତା ସ୍ବାମୀ ସହ ମିଶି ଏକାଠି ରହିବାକୁ । ତେବେ ଏବେ କେବଳ ଦେଖିବାକୁ ବାକି ରହିଲା ଆମ ଆଇନ୍ ବ୍ୟବସ୍ଥାରେ କେତେ ଦମ୍ ଅଛି । ଦୁଇଜଣଙ୍କୁ ମିଶାଇ ପାରିବ କି ନାହିଁ ନାଁ ପରିବାର ଲୋକଙ୍କ ରାଗରେ ଭଷ୍ମ ହୋଇଯିବ ନୂଆ ଜୀବନ ଆରମ୍ଭ କରିଥିବା ଗୋଟେ କାହାଣୀ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.