Special Tips – କଣନଖା ର ଘରୋଇ ଉପଚାର, ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ ଜୀବନରେ କେବେ ବି ହେବ ନାହିଁ
ଆମ ଶରୀରରେ କେତେବେଳେ କେଉଁ ପ୍ରକାରର ରୋଗ ଆସିବ ତାହା କିଏ କହି ପାରିବ ।ତେବେ ସ୍ୱାସ୍ଥ୍ୟ ହି ସମ୍ପଦ ଅଟେ । ଆଉ ସ୍ୱାସ୍ଥ୍ୟ କୁ ସବୁବେଳେ ଠିକ ରଖିବା ଆବଶ୍ୟକ ହୋଇଥାଏ ମଣିଷ ପାଇଁ।ତେବେ ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ପାଖରେ କିଛି ନା କିଛି ରୋଗ ଅଛି। ଆଉ ସେହି ରୋଗକୁ ଭଲ କରିବା ପାଇଁ ସେମାନେ ବିଭିନ୍ନ ପ୍ରକାରର ମେଡିସିନ ର ସେବନ କରିଥାନ୍ତି। କିନ୍ତୁ ତାହା ଫଳପ୍ରଦ ହୋଇ ନଥାଏ।
ହେଲେ ଏମିତି କିଛି ରୋଗ ଅଛି ଯାହାକୁ ପ୍ରାକୃତିକ ଉପାୟରେ ଖୁବ୍ ଶୀଘ୍ର ଦୂର କରାଯାଇପାରେ। ତେବେ ସେହି ରୋଗ ହେଉଛି କଣନଥା। ତାହା ନଖର କୋଣରେ ଘା ହୋଇ ଯାଇଥାଏ। ଏହି କଣନଥା ପାଇଁ କେହି କେହି ତାର ଅସ୍ତ୍ରୋପଚାର କରିଥାନ୍ତି। ହେଲେ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହା ଦ୍ଵାରା ଆପଣଙ୍କ କଣନଖା ସବୁଦିନ ପାଇଁ ଦୂର ହୋଇଯିବ।
କଣନଖା ହେବାର କାରଣ –
୧- ଯଦି ପ୍ରତ୍ୟେକ ଦିନ ଆପଣ ବେଶି ସମୟ ଧରି ଗୋଡ଼ ଓ ହାତର ନଖ ପାଣିରେ ବୁଡ଼ି ରହେ, ତାହେଲେ କଣନଖା ହେବାର ସମ୍ଭାବନା ଥାଏ।
୨- ଯଦି ଆପଣମାନେ ଖାଲି ପାଦରେ ଅପରିଷ୍କାର ଜାଗାକୁ ଯାଉଛନ୍ତି ଯେଉଁଠାରେ ଇନଫେକସନ୍ ହେବାର ସମ୍ଭାବନା ଥାଏ। ତାହେଲେ କଣନଖା ହୋଇଥାଏ।
୩- ଆପଣ ଯଦି ସକ୍ସ ବ୍ୟବହାର କରୁଛନ୍ତି ତାହେଲେ ତାକୁ ବାରମ୍ବାର ନ ପିନ୍ଧି ଧୋଇ ବ୍ୟବହାର କରନ୍ତୁ, ଏମିତି ନ କଲେ କଣନଖା ହେବାର ସମ୍ଭାବନା ଥାଏ।
୪- ଆପଣ ବ୍ୟବହାର କରୁଥିବା ନେଲପଲିସ୍ ଯଦି ଲୋକାଲ ହୋଇଥିବ ତାହେଲେ ସେଥିରେ ମଧ୍ୟ କଣନଖା ହେବାର ସମ୍ଭାବନା ଥାଏ।
ଲକ୍ଷଣ –
୧- କଣନଖା ହେଲେ ପ୍ରଥମେ ଆଙ୍ଗୁଳି ଫୁଲିଯିବ।
୨- ଆଙ୍ଗୁଳି ଫୁଲିବା ମାତ୍ରକେ ଆପଣଙ୍କୁ ଚାଲିବାରେ ବହୁତ କଷ୍ଟ ହେବ , ଏବଂ ରାତିରେ ଶୋଇବା ପୂର୍ବରୁ ପରିଷ୍କାର ନକରନ୍ତି ତେବେ ସେ କଣନଖା ରେ ପୁଜ ହୋଇ ଯାଇଥାଏ । ଏହାର ଉପଚାର ନକରାଗଲେ ଧୀରେ ଧୀରେ ଏହା ବଡ ଘା ରେ ପରିଣତ ହୋଇଥାଏ ।
ଘରୋଇ ଉପଚାର –
ଏଥିପାଇଁ ଆପଣ ରାତିରେ ଶୋଇବା ପୂର୍ବରୁ ଦେଶି ଗାଈର ଗୋମୂତ୍ର ନିଅନ୍ତୁ ଏବଂ ଗୋଡ ବା ହାତରେ ହୋଇଥିବା କଣନେଖା କୁ ଭଲ ଭାବରେ ପରିଷ୍କାର କରନ୍ତୁ । କିନ୍ତୁ ସେଥିରେ କୌଣସି ପ୍ରକାର ଡେଟଲ , ସାବୁନ ବା ଅଏଣ୍ଟମେଣ୍ଟ ଲଗେଇବେ ନାହିଁ । ଏହାପରେ ଆପଣ ମାନେ ଏକ ଗେଣ୍ଡୁଫୁଲ ନିଅନ୍ତୁ ଏବଂ ତାର ପାଖୁଡ଼ା ବାହାର କରି ସେଥିରେ ଏକ ଚାମଚ ହଳଦୀ ଗୁଣ୍ଡ ଓ ଗୋମୂତ୍ର ମିଶାଇ ତାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ।ଗୋମୂତ୍ର ସାହାଯ୍ୟରେ କଣନଖା କୁ ଭଲ ଭାବରେ ପରିଷ୍କାର କରି ସାରିବା ପରେ , ଏହି ପେଷ୍ଟକୁ ସେଥିରେ ଲଗାଇ ଦେବେ । ଏହାକୁ ଦିନକୁ 2 ଥର ବ୍ୟବହାର କରନ୍ତୁ ସକାଳେ ଏବଂ ସନ୍ଧ୍ୟାରେ ସକାଳେ ପ୍ରସ୍ତୁତ କରିଥିବା ପେଷ୍ଟକୁ ସନ୍ଧ୍ୟାରେ ଲଗାଇବେ ନାହିଁ । ସନ୍ଧ୍ୟାରେ ପୁଣିଥରେ ପ୍ରସ୍ତୁତ କରିବେ , ଏହିପରି ଲଗାତାର 15 ଦିନ କରନ୍ତୁ ଆପଣଙ୍କର କଣନଖା ସମସ୍ୟା ଦୂର ହୋଇଯିବ ।