ଦେଖନ୍ତୁ Socking ଭିଡ଼ିଓ – ମୁହଁରେ ଷ୍ଟିଜ୍, ହାତରେ ମାଇକ୍ ଧରି , ଯାତ୍ରା ପେଣ୍ଡାଲରେ hot ଡ୍ୟାନ୍ସ କଲେ ରାନୀ ପଣ୍ଡା….
କିଛି ଲୋକ କହୁଛନ୍ତି କି ଅଭିନେତ୍ରୀ ରାନୀ ପଣ୍ଡା ଆଉ ମଞ୍ଚରେ ରାନୀ ପଣ୍ଡା ରୋଲ କରିବ ନାହିଁ। ଆଉ ଯେଉଁ ମାନଙ୍କ କଥା କୁଆଡେ ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ଗଭୀର ଆଘାତ ଦେଇଛି।ଆଉ ସେମାନଙ୍କ ପାଇଁ ସେ ଷ୍ଟୋରୀ ମାଧ୍ୟମରେ କିଛି ଲେଖିଛନ୍ତି।ସେ କହିଛନ୍ତି ମୁଁ ଆସୁଛି ମଇଦାନକୁ ଖୁବ ଶୀଘ୍ର। ଖାଲି ମୋ ଦେହ ଟିକିଏ ଭଲ ହୋଇଯାଉ।ରାନୀ ପଣ୍ଡାଙ୍କ ଏକ ଦୁର୍ଘଟଣା ହୋଇଥିଲା। ଯେଉଁଥିରେ ଜଣଙ୍କ ଜୀବନ ମଧ୍ୟ ଚାଲି ଯାଇଥିଲା। ଆଉ ଯାହାକୁ ନେଇ ଗଭୀର ଭାବେ ଆଘାତ ପାଇଛନ୍ତି ରାନୀ ପଣ୍ଡା। ତାଙ୍କ ଛାତି ବେକ ପେଟ ଜାଗାରେ ଗଭୀର ଆଘାତ ଲାଗିଛି।ଯାହା ପାଇଁ ସେ ଚିକିତ୍ସିତ ହେଉଛନ୍ତି। ସେ ଠିକରେ ସୁସ୍ଥ ହୋଇ ନାହାନ୍ତି।
ତଥାପି ତାଙ୍କୁ ବିଭିନ୍ନ ଆଡୁ ଆକ୍ରସ କରାଯାଉଛି। କିଏ କହୁଛି ରାନୀ ପଣ୍ଡା ଫଟୋ ଉଠାଉ ଥିଲେ କିଏ କହୁଛି ରାନୀ ପଣ୍ଡାଙ୍କର କିଛି ହୋଇ ନାହିଁ।କିଏ କହୁଛି ରାନୀ ପଣ୍ଡା ଅଭିନୟ କରୁଛନ୍ତି।କିନ୍ତୁ କଥା କଣ ତାହା ରାନୀ ପଣ୍ଡା ହିଁ ଜାଣିଛନ୍ତି।କାରଣ ସେ ଦୁର୍ଘଟଣା କୁ ଅତି ପାଖରୁ ଦେଖିଛନ୍ତି।କିଏ କଣ ଚାହେଁ ତା ଗାଡ଼ି ଚକା ତଳେ ଜଣଙ୍କ ଜୀବନ ଚାଲି ଯାଉ। ଠିକ ସେମିତି ସେମିତି ଅଚାନକ ତାଙ୍କ ଗାଡ଼ି ଦୁର୍ଘଟଣା ହେଲା।ଆଉ ସେହି ସମୟରେ ଗୋଟିଏ ଜୀବନ ଚାଲିଗଲା।ସେଥି ପାଇଁ ସେ ଅନୁତପ୍ତ।
ଆଉ ଆଇନ ଯାହା ଦଣ୍ଡ ଦେବ ସେ ଗ୍ରହଣ କରିବେ।ଆଉ ଯେଉଁ ପରିବାରରେ ମୃତ୍ୟୁ ହୋଇଛି ସେ ପରିବାର ପାଖରେ ଛିଡ଼ା ହେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ଏହା ଭିତରେ ତାଙ୍କୁ ନେଇ ନକାରାତ୍ମକ ମନ୍ତବ୍ୟ ଦେବାରେ ସବୁ ବ୍ୟସ୍ତ। ଯାହାର ଜବାବ ଷ୍ଟୋରୀ ମାଧ୍ୟମରେ ଦେଇଥିଲେ ରାନୀ ପଣ୍ଡା। ଆଉ ସେ ଲେଖିଥିଲେ ମୁଁ ଆସୁଛି ମଇଦାନକୁ ଖାଲି ମୋ ଦେହ ଟିକିଏ ଭଲ ହୋଇଯାଉ।
ଆଉ ଆସି ଯାଇଛି ରାନୀ ପଣ୍ଡା ମୁହଁ ରେ ଷ୍ଟିଜ୍, ହାତରେ ମାଇକ୍ ଧରି ଯାତ୍ରା ପେଣ୍ଡାଲରେ ଦର୍ଶକଙ୍କୁ କରାଉଛନ୍ତି ମନୋରଞ୍ଜନ। ଯେଉଁ ରାନୀ ପଣ୍ଡା କିଛି ଦିନ ତଳେ ଇନଷ୍ଟାଗ୍ରାମ୍ ରେ ଲାଇଭ୍ ଆସି ରାଜ୍ୟବାସୀଙ୍କୁ ନିଜ ଭୁଲକୁ ନେଇ ସଫେଇ ଦେଇଥିଲେ ଆଜି ଯାତ୍ରା ପେଣ୍ଡାଲରେ ଅଭିନୟ କରୁଛନ୍ତି ରାନୀ ପଣ୍ଡା। ଆଉ ତାହାର ଫଟୋ ସେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି।
ଆଉ କ୍ୟାପସନ ରେ ଲେଖିଛନ୍ତି ମୁଁ ଗୋଟେ କଳାକାର ମୋର କଳା ପରିବେଷଣ କରିବା ନିହାତି ଦରକାର, ହୃଦୟରେ ଯେତେ କଷ୍ଟ ଥାଉ ଦର୍ଶକଙ୍କୁ ମୋତେ ହସେଇବାକୁ ପଡ଼ିବ। ତେବେ ସବୁ କଷ୍ଟକୁ ଛାତିରେ ରଖି ପୁଣି ମନୋରଞ୍ଜନ କରିବା ପାଇଁ ଯାତ୍ରା ପେଣ୍ଡାଲରେ ଛିଡ଼ା ହୋଇଛି ରାନୀ। ହେଲେ କେମିତି ଭୁଲିବେ ସେହି ବାପା ମା ଯାହାକୁ ଛୋଟରୁ ବଡ଼ କରିଥିଲେ। କେମିତି ଭୁଲିଯିବ ସେହି ଛୋଟିଆ ପିଲାଟି ତା ବାପାଙ୍କ ଫେରିବା ବାଟକୁ ଚାହିଁ ବସିଛି। ଏବେ ସାରା ଜୀବନ କେମିତି ଏକା ବଞ୍ଚିବେ ଯିଏ ସାତ ଜନ୍ମ ର ସାଥୀ ହୋଇ ରହିବ ବୋଲି କଥା ଦେଇଥିଲା। ହୁଏତ ରାନୀ ପଣ୍ଡା ଦିନେ ନା ଦିନେ ଭୁଲି ଯାଇପାରେ। ହେଲେ ସୁକାନ୍ତଙ୍କ ପରିବାର ପାଇଁ ଏହା ଚିରସ୍ମରଣୀୟ ହୋଇ ରହିଯିବ।