ଶୀତଦିନେ ତୁଣ୍ଡ ଘା ( Mounth ulcer ) ର ଘରୋଇ ଚିକିତ୍ସା ଜାଣନ୍ତୁ…dr.lakshmi

0 621

ଶୀତଦିନ ଆସିବା ମାତ୍ରେ ଆମ ପାଟି ଘା ଓ ଜିଭ ଘା ହେବାର ଦେଖା ଯାଇଥାଏ। ଯାହା ଫଳରେ ଆମେ ଯେଉଁ ବି ଖାଦ୍ୟ ଖାଇଥାଉ ଆମ ପାଟି ଜଳିଥାଏ। ଯେମିତି ଆମେ ଲଙ୍କା ଖାଇଲେ ଆମ ପାଟି ଜଳିଥାଏ। ସେମିତି ଯେଉଁ ବି ଖାଦ୍ୟ ଆମେ ଖାଉ ଆମ ପାଟି ଜଳିବା ଆରମ୍ଭ କରିଥାଏ ଓ ଆମକୁ କଷ୍ଟ ଦେଇଥାଏ। ଆଉ ଏହି ସମୟରେ ଆମେ କିଛି ବି ମନ ମୁତାବକ ଖାଦ୍ୟ ଖାଇବାକୁ ଇଚ୍ଛା କରିଥାଉ ତାକୁ ଶାନ୍ତିରେ ଖାଇପାରି ନଥାଉ। ଆଉ ଏମିତି ସବୁ ଅସୁବିଧା ଦେଖା ଦେଇଥାଋ। ତେବେ ଆଜି ଆମେ ଆପଣଙ୍କୁ ଜଣେଇବୁ ଏହି ପାଟି ଘା ବା ଜିଭ ଘା ହେବାର କାରଣ କଣ ଲକ୍ଷଣ କଣ ଏବଂ ଏହାର ଘରୋଇ ଉପଚାର କିପରି କରି ପାରିବେ।

ପାଟି ଘା ବା ଜିଭ ଘା ହେବାର କାରଣ କଣ?

 

୧- ଯଦି ଆପଣଙ୍କ ପେଟ ଭଲ ଭାବରେ ସଫା ହେଉ ନଥାଏ ଅର୍ଥାତ୍ ଆପଣ ଯେଉଁ ସକାଳେ ଝାଡ଼ା ଯାଉଛନ୍ତି ଆଉ ଏହି ସମୟରେ ଆପଣଙ୍କ ଝାଡ଼ା ଭଲ ଭାବରେ କ୍ଲିୟର ହେଉ ନାହିଁ ବା ପେଟ ଭଲ ଭାବରେ ସଫା ହେଉନାହିଁ ତେବେ ଆପଣଙ୍କ ପାଟି ଆଉ ଜିଭ ରେ ଏଭଳି ଘା ହୋଇଥାଏ।

୨- ଆପଣଙ୍କ ଶରୀରରେ ଯେତିକି ଭିଟାମିନ ବି କମ୍ପ୍ଲେକ୍ସ୍ ରହିବା କଥା ତା ଠାରୁ ଯଦି ଆପଣଙ୍କ ଶରୀରରେ ଭିଟାମିନ ବି କମ୍ପ୍ଲେକ୍ସ୍ କମ ରହିଥାଏ ତେବେ ପାଟି ଘା ବା ଜିଭ ଘା ଭଳି ସମସ୍ୟା ଦେଖା ଯାଇଥାଏ।

ପାଟି ଘା ବା ଜିଭ ଘା ହେବାର ଲକ୍ଷଣ କଣ?

 

ଯେତେବେଳେ ବି ଆପଣଙ୍କର ଘା ବା ଜିଭ ଘା ଭଳି ସମସ୍ୟା ଦେଖା ଯାଇଥାଏ। ସେତେବେଳେ ଆପଣ ଯେଉଁ ବି ଖାଦ୍ୟ ଖାଆନ୍ତୁ ନା କାହିଁକି ଆପଣଙ୍କ ପାଟି ଜଳିଥାଏ। ଏହା ସହିତ ଯେତେବେଳେ ଆପଣ ଖାଦ୍ୟ ଖାଉଛନ୍ତି ସେହି ସମୟରେ ଆପଣଙ୍କ ପାଟିରୁ ବହୁତ ଲାଳ ବାହାରିଥାଏ। ସମୟ ସମୟରେ ପାଟି ଭିତରେ କୁଣ୍ଡେଇ ହୋଇଥାଏ। ଏହା ସହିତ ଯେଉଁଠି ଆମର ଘା ହୋଇଥାଏ ସେଠାରୁ ରକ୍ତ ମଧ୍ୟ ବାହାରିଥାଏ।

ଉପଚାର –

 

ଯଦି ଆପଣଙ୍କ ଦାନ୍ତ ସାରଫ ଥାଏ ତେବେ ଏହା ଗାଲର କିଛି ଅଂଶ ଚୁବିହୋଇ ଆଲସର ହେଉଛି ତେବେ ଏହି କ୍ଷେତ୍ରରେ ଦାନ୍ତ ହାଲକା ଗ୍ରାଇଣ୍ଡିଙ୍ଗ କରିଦେବା ଉଚିତ ।ଯଦି ଆପଣଙ୍କର କୌଣସି ଖରାପ ହେବିଟି କିଛି ରହିଛି ତେବେ ଆପଣ ଏହାକୁ ବନ୍ଦ କରିଦିଅନ୍ତୁ ତାହା ଦ୍ଵାରା ଆପଣଙ୍କ ଏହି ତୁଣ୍ଡ ଘା ଧୀରେ ଧୀରେ ସମ୍ପୂର୍ଣ ଭଲ ହୋଇଯିବ ।ଯଦି ଆପଣ ଡାଇବେଟିସରେ ଆକ୍ରାନ୍ତ ଅଛନ୍ତି ତେବେ ଏହି କ୍ଷେତ୍ରରେ ଆଲସାର ହିଲିଙ୍ଗ ହେବାପାଇଁ ସମୟ ଲାଗିବ ତେଣୁ ଆପଣ ଏଥିପାଇଁ ଡାକ୍ତରଙ୍କ ପରାମର୍ଶରେ ଔଷଧ ଗ୍ରହଣ କରନ୍ତୁ ।ଏହି ପରି ଆପଣ କିଛି ଦିନ ଚିକିତ୍ସାରେ ରହିବା ଦ୍ଵାରା ଆପଣଙ୍କ ଏହି ତୁଣ୍ଡ ଘା ସମ୍ପୂର୍ଣ ଭଲ ହୋଇଯିବ ଏବଂ ଆପଣ ସୁସ୍ଥ ହୋଇଯିବେ ।

Leave A Reply

Your email address will not be published.