Exclusive – ରାସ୍ତାରେ ଶୋଇ ପ୍ରତିବାଦ କଲେ ପିଙ୍କି ପ୍ରଧାନ,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 17

ରାଜ୍ୟ ସରକାର ଓ ବିଜୁ ଜନତା ଦଳ ଉଭୟ ସର୍ବଦା ମା’କୁ ସମ୍ମାନର କଥା କହୁଛନ୍ତି । କିନ୍ତୁ ବାସ୍ତବରେ ବିଜୁ ଜନତା ଦଳର ନେତା, ବିଧାୟକ ଓ ମନ୍ତ୍ରୀମାନେ ଦୁଷ୍କର୍ମ, ହତ୍ୟା, ଯୌନ କେଳେଙ୍କାରୀରେ ଲିପ୍ତ ରହୁଛନ୍ତି । ଶାସକ ଦଳର ନେତାଙ୍କ ଦୁଷ୍କର୍ମ ବଢ଼ୁଥିଲେ ମଧ୍ୟ ଶାସକ ଦଳର ମୁଖିଆ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇବା ଓ ଚୁପ୍‌ ରହିବା ଏକ ଅଭ୍ୟାସରେ ପରିଣତ ହୋଇଛି ।

ଓଡ଼ିଶାରେ ଜନତାଙ୍କ ସ୍ୱରକୁ ସ୍ୱାଧିନ କରିବାଲାଗି ଭାରତୀୟ ଜନତା ପାର୍ଟି ସର୍ବଦା ପ୍ରୟାସ କରୁଛି । ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ନଂ ଜିଲ୍ଲା ପରିଷଦ ସଭ୍ୟ ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ସହିତ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ଓ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନୀରବ ରହିଥିବାରୁ ଘଂଟ, ଘଂଟା ବଜାଇ ମୁଖ୍ୟମନ୍ତ୍ରୀଙ୍କ କୁମ୍ଭକର୍ଣ୍ଣ ନିନ୍ଦ୍ରା ଭାଙ୍ଗିବାକୁ ଆଜି ନବୀନ ନିବାସ ଘେରାଉ କରିଛି ଭାରତୀୟ ଜନତା ପାର୍ଟି ।

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଓ ଅର୍ଚ୍ଚନା ନାଗଙ୍କ ବ୍ଲାକମେଲିଂରେ ବିଜେଡି ମନ୍ତ୍ରୀ, ବିଧାୟକଙ୍କ ସଂପୃକ୍ତିର ସମସ୍ତ ତଥ୍ୟ ପୋଲିସ ପାଖରେ ରହିଛି । କିନ୍ତୁ ରାଜ୍ୟ ପୋଲିସ ଓ ଓଡିଶା ସରକାର ସମସ୍ତ କଥା ଜାଣିବି କାହିଁକି ନୀରବ ବସିବା ସହ ତଦନ୍ତ କରୁନାହିଁ ।

ଅର୍ଚ୍ଚନା ନାଗ ୫ବର୍ଷ ଭିତରେ ପାଖାପାଖି ୧୦୦କୋଟି ସମ୍ପତିର ଅଧିକାରୀ କିପରି ହେଲେ ତାହାର ଜବାବ ରାଜ୍ୟ ସରକାର ରଖନ୍ତୁ । ଅର୍ଚ୍ଚନାଙ୍କ ସତ୍ୟବିହାର ଘରେ ଟ୍ରାନ୍ସଫର୍‌, ପୋଷ୍ଟିଂ ଓ ଟେଣ୍ଡର ଫିକ୍ସିଂ ଭଳି ନିଷ୍ପତି ନିଆଯାଉଥିଲା ।

ସେହିପରି ଅର୍ଚ୍ଚନାଙ୍କୁ ବାରବାଟୀ ଷ୍ଟାଡିୟମକୁ କଡନକରି କେଉଁ ବିଜେଡି ନେତା ନେଇକି ଯାଇଥିଲେ । ବିଧାନସଭାକୁ ଅର୍ଚ୍ଚନା କିପରି ମୁଖ୍ୟ ଦ୍ୱାରରେ ପ୍ରବେଶ କରୁଥିଲା । ଅର୍ଚ୍ଚନାଙ୍କ ସହ ଶାସକ ଦଳର ନେତା, ମନ୍ତ୍ରୀଙ୍କ ସମ୍ପୃକ୍ତି ଫଟୋଗ୍ରାଫ ସହ ସ୍ପଷ୍ଟ ପ୍ରମାଣ ସାଧାରଣରେ ଘୁରି ବୁଲୁଛି ।

କକ୍‌ଟେଲ, ହନିଟ୍ରାପିଂ, ବ୍ଲାକମେଲିଂ ଓ କର୍ପୋରେସନ, ନେପୋଟିଜିମ୍‌ର ଭଳି ସମସ୍ତ ବିଷୟକୁ ବାରମ୍ବାର ବିଜେପି ପ୍ରେସ ମିଟ୍ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି କିନ୍ତୁ ମୁଖିଆ କୁମ୍ଭକର୍ଣ୍ଣ ନିଦ୍ରାରେ । ରାଜ୍ୟ ସରକାର ଜାଗୃତ ହୋଇ ଜନତାଙ୍କ ପ୍ରଶ୍ନର ଉତର ରଖନ୍ତୁ ଏବଂ ପୋଲିସର ହାତ ନବାନ୍ଧି ଉଭୟ ଘଟଣାରେ ସମ୍ପୃକ୍ତ ବିଜେଡିନେତା, ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ କରନ୍ତୁ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ରାଜ୍ୟ ସରକାରଙ୍କ ଅସଲ ମୁଖା ଖୋଲିବା ପର୍ଯ୍ୟନ୍ତ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବ ବିଜେପି ।

ସାହୁ ମୃତ୍ୟୁ ପୂର୍ବରୁ ଏକ ଭିଡିଓ ବାର୍ତା ଜରିଆରେ ରାଜନୈତିକ ବିବାଦ ହିଁ ପାରିବାରିକ କଳହର ମୁଖ୍ୟ କାରଣ ବୋଲି କହିଥିଲେ । ଭାଇରାଲ ଅଡିଓ କ୍ଲିପରେ ମଧ୍ୟ ସ୍ୱର୍ଗତଃ ସାହୁ ନିଜ ମୃତ୍ୟୁର କାରଣ ପାଇଁ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ସମୀର ଦାଶ ଦାୟୀ ବୋଲି ସ୍ପଷ୍ଟ କରିଥିଲେ । ଶ୍ରୀ ଦାଶ ମଧ୍ୟ ସ୍ୱର୍ଗତଃ ସାହୁଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିବା ଅଡିଓ ପୋଲିସ ପାଖରେ ଅଛି ।

ଶାସକ ଦଳର ମନ୍ତ୍ରୀମାନେ ରାଜ୍ୟରେ ମହିଳାଙ୍କ ଇଜ୍ଜତ ଓ ସ୍ୱାଭିମାନ ସହ ଖେଳୁଛନ୍ତି । ଶାସକ ବିଜେଡିର ବହୁ ନେତା ଓ ମନ୍ତ୍ରୀଙ୍କ ଯୌନ କେଳେଙ୍କାରୀ ଓ ଅର୍ଥନୈତିକ ଅପରାଧରେ ଲିପ୍ତ ରହିଛନ୍ତି । ଗତ ୫ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଆସୁଥିବା ‘ଅର୍ଚ୍ଚନା ନାଗ ହନିଟ୍ରାପ୍‌’ ଓ ବ୍ଲାକମେଲିଂ ରାକେଟ୍ ସମସ୍ତ ପ୍ରମାଣ ଥିଲେ ବି ଏଭଳି ସମ୍ବେଦନଶୀଳ ଘଟଣାର ତଦନ୍ତକୁ ପୋଲିସ କାହା ଚାପରେ ଚାପି ଦେବାର ପ୍ରୟାସ କରୁଛି ତାହାକୁ ରାଜ୍ୟ ସରକାର ସ୍ପଷ୍ଟ କରିବାକୁ ବିଜେପି ଦାବି କରିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.