OMG ! ଗୋଟିଏ ବରକୁ ବାହା ହେଲେ ଦୁଇ ଜାଆଁଳା ଭଉଣୀ ଇଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ viral ଭିଡ଼ିଓ ଟିକୁ….

0 137

ମହାରାଷ୍ଟ୍ରର ସୋଲାପୁରରେ ଯାଆଁଳା ଭଉଣୀ ଜଣେ ଯୁବକଙ୍କୁ ବିବାହ କରିଛନ୍ତି । ଶୁକ୍ରବାର ମାଲଶିରସରେ ଏହି ବିବାହ ହୋଇଥିଲା । ଦୁଇ ଭଉଣୀ ଆଇଟି ଇଞ୍ଜିନିୟର ଅଟନ୍ତି । ଦୁହେଁ ପିଲା ଦିନରୁ ସାଙ୍ଗ ପରି ରହି ଆସୁଥିଲେ ଏବଂ ଭବିଷ୍ୟତରେ ମଧ୍ୟ ଏହିପରି ରହିବାକୁ ଚାହୁଁଥିଲେ ।

ଦୁହେଁ ଅତୁଲ ନାମକ ଜଣେ ଯୁବକଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ସାମନାକୁ ଆସିବା ପରେ ଏବେ ଲୋକଙ୍କ ପ୍ରଶ୍ନ ଏହିପରି ବିବାହ ଆଇନ ସମ୍ମତ କି ବର୍ତ୍ତମାନ ପୋଲିସ ବର ବିରୋଧରେ ମାମଲା ରୁଜୁ କରିଛି ।

ମିଡିଆ ରିପୋର୍ଟ ଅନୁସାରେ ଅତୁଲଙ୍କ ମୁମ୍ୱାଇରେ ଏକ ଟ୍ରାଭେଲ ଏଜେନ୍ସିର ବ୍ୟବସାୟ ରହିଛି । ସେ ମାଲଶିରସର ମୂଳ ବାସିନ୍ଦା । କିଛି ଦିନ ତଳେ ପିଙ୍କି ଏବଂ ରିଙ୍କିଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ଦୁଇ ଭଉଣୀ ମାଆଙ୍କ ସହ ମାଲଶିରସରେ ରହି ଆସୁଥିଲେ ।

ବାପାଙ୍କ ଦେହାନ୍ତ ପରେ ଦୁଇ ଭଉଣୀଙ୍କ ମାଆ ମଧ୍ୟ ଅସୁସ୍ଥ ହୋଇଥିଲେ । କିଛି ପୂର୍ବେ ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିଲା । ଏହି ସମୟରେ ଅତୁଲ ସେମାନଙ୍କ ମାଆଙ୍କୁ ହସ୍ପିଟାଲ ନେବା ଆଣିବାରେ ସାହାଯ୍ୟ କରିଥିଲେ । ପରେ ଧିରେଧିରେ ଅତୁଲ, ପିଙ୍କି ଏବଂ ରିଙ୍କିର ନିକଟତର ହୋଇଥିଲେ ।

ଏବେ ପରିବାର ସହମତିରେ ତିନି ଜଣ ବିବାହ କରିଛନ୍ତି ।ସେମାନଙ୍କ ଜୀବନରେ ଅତୁଲ ଆସିଥିଲେ। ସେ ମଧ୍ୟ ମଲସୀରସ ତାଲୁକାର ବାସିନ୍ଦା ଏବଂ ମୁମ୍ବାଇରେ ତାଙ୍କର ଟ୍ରାଭେଲ ଏଜେନ୍ସିର ବ୍ୟବସାୟ ରହିଛି। କିଛିଦିନ ତଳେ ଯାଆଁଳା ଭଉଣୀ ଦ୍ୱୟଙ୍କର ବାପାଙ୍କ ନିଧନ ଘଟିଥିଲା, ଯାହାପରେ ସେମାନେ ମା’ଙ୍କ ସହିତ ଆସି ଏଠାରେ ରହିବାକୁ ଲାଗିଥିଲେ।


ବର୍ତ୍ତମାନ ସେମାନଙ୍କ ବିବାହ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଜଣେ ବ୍ୟକ୍ତି ପୋଲିସରେ ଅଭିଯୋଗ କରିଛନ୍ତି । ଏହାପରେ ପୋଲିସ ଆକ୍ସନକୁ ଆସି ବର ବିରୋଧରେ ଧାରା ୪୯୪ ଅଧିନରେ ମାମଲା ରୁଜୁ କରିଛି ।

ସେପଟେ ସୋସିଆଲ ମିଡିଆରେ ବିବାହର ଭିଡିଓ ଭାଇରାଲ ହେବା ପରେ ୟୁଜରମାନେ ନାନା ପ୍ରଶ୍ନ ଉଠାଇଛନ୍ତି। ଏହି ବିବାହ ଆଇନତଃ ବୈଧ କି ନୁହେଁ, ସେମାନେ ପ୍ରଶ୍ନ କରିଛନ୍ତି। କୁହାଯାଉଛି ଯେ ଯାଆଁଳା ଭଉଣୀ ପିଙ୍କି ଓ ରିଙ୍କି ଦୁହେଁ ମୁମ୍ବାଇରେ ଚାକିରି କରନ୍ତି। ଦୁଇଜଣ ଅତୁଲ ନାମକ ଯୁବକଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ ପିଲାବେଳୁ ହିଁ ଗୋଟିଏ ଘରେ ଏକାଠି ରହି ଆସୁଥିଲେ ଏବଂ ବିବାହ ପରେ ମଧ୍ୟ ଏକ ସାଥୀରେ ରହିବାକୁ ଚାହିଁଥିଲେ।

ଦିନେ ଯେବେ ସେମାନଙ୍କ ମା’ଙ୍କ ଦେହ ଅସୁସ୍ଥ ଥିଲା, ତ ତାଙ୍କୁ ହସ୍ପିଟାଲ ନେଇଯିବାରେ ଅତୁଲଙ୍କ କାର ବ୍ୟବହୃତ ହୋଇଥିଲା। ଏହି ସମୟରେ ଅତୁଲ ଉଭୟ ଉଭଣୀଙ୍କର ନିକଟତର ହୋଇଥିଲେ। ପରେ ଦୁଇ ଉଭଣୀ ଅତୁଲଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ଏବେ ବିବାହ ପରେ ତିନିଜଣ ବହୁତ ଖୁସି ଥିବା ଜଣାପଡ଼ିଛି। ତେବେ ଏଭଳି ଏକ ନିଆରା ବିବାହରେ ସ୍ଥାନୀୟ ପୋଲିସ ଆଇନଗତ ଯାଞ୍ଚ ଆରମ୍ଭ କରିଥିବା ବେଳେ ଏ ନେଇ ଉଭୟ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସି ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.