ସର୍ଜରୀ କରି ଲିଙ୍ଗ ପରିବର୍ତ୍ତନ ସିନା କରିପାରିବ ହେଲା ,ସେଇଟା ହେଇପାରିବନି…ଦେଖନ୍ତୁ video

0 87

ପ୍ରେମ ଏବଂ ଯୁଦ୍ଧରେ ସବୁକିଛି ଠିକ୍ ଅଟେ କିନ୍ତୁ ଯେତେବେଳେ ଲିଙ୍ଗକୁ ନେଇ କଥା ଆସେ ଏହା ନିଶ୍ଚିତ ରୂପେ ଆଶ୍ଚର୍ଯ୍ୟକର ହୋଇଥାଏ । ପ୍ରାୟ ଏଥିପାଇଁ ରାଜସ୍ଥାନର ଜଣେ ମହିଳା ନିଜର ପରିବାର ଲୋକଙ୍କ କଥାକୁ ଖାତିର ନକରି ନିଜର ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ରାଜସ୍ଥାନର ମୀରାଙ୍କୁ ଏବେ ଲୋକେ ଆରବ କୁନ୍ତଲ ନାମରେ ଜାଣୁଛନ୍ତି । ଖବର ଅନୁଯାୟୀ ଫିଜିକାଲ ଟିଚର୍ ମୀରାଙ୍କୁ ନିଜର ଛାତ୍ରୀ କଳ୍ପନାଙ୍କ ସହିତ ପ୍ରେମ ହୋଇଯାଇଥିଲା । ତେବେ ମୀରାଙ୍କ ଉପରେ ପ୍ରେମ ଏତେ ମାତ୍ରାରେ ଚଢିଯାଇଥିଲା ଯେ, ସମାଜର କଥାକୁ ଭୃକ୍ଷେପ ନକରି ସେ ନିଜର ଲିଙ୍ଗ ପରିବର୍ତ୍ତନ କରି ଦେଇଥିଲେ । ଏହା ପରେ ଦୁଇ ଦିନ ତଳେ ସେମାନଙ୍କର ବିବାହ ହୋଇଥିବା କୁହାଯାଉଛି ।


କଳ୍ପନାଙ୍କ ବିବାହ ପ୍ରସ୍ତାବ ଗ୍ରହଣ କରିବା ପରେ ମୀରା ଏହି ବଡ ନିଷ୍ପତ୍ତି ନେଇଥିଲେ। ବିବାହ ପରେ ଦୁହେଁ ବହୁତ ଖୁସି ଦେଖାଯାଉଛନ୍ତି। ଏଥି ସହିତ ତାଙ୍କ ପରିବାର ମଧ୍ୟ ଏହି ବିବାହରେ ବହୁତ ଖୁସି ଅଛନ୍ତି। ଲିଙ୍ଗ ପରିବର୍ତ୍ତନ କରିବା ପରେ ମୀରାରୁ ଆରବ ହୋଇଥିବା ବର କହିଛନ୍ତି, ‘ମୁଁ ଏକ ସରକାରୀ ବିଦ୍ୟାଳୟରେ ଜଣେ ଶାରୀରିକ ଶିକ୍ଷକ।

ସେହି ଗାଁର ଛାତ୍ର କଳ୍ପନା ଖେଳ କୁଦାରେ ବହୁତ ମାହିର ଥିଲେ। ସେହି ସମୟ ମଧ୍ୟରେ ଆମେ ଦୁହେଁ ପ୍ରେମରେ ପଡିଗଲୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ମୁଁ ଆରମ୍ଭରୁ ଲିଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଥିଲି। ମୁଁ ଏକ ଝିଅ ଭାବରେ ଜନ୍ମ ହୋଇଥିଲି କିନ୍ତୁ ମୁଁ ଭାବିଲି ଯେ ମୁଁ ଜଣେ ପୁଅ ଏବଂ ଝିଅ ନୁହେଁ, ତେଣୁ ମୁଁ ମୋର ଲିଙ୍ଗ ପରିବର୍ତ୍ତନ କରି ୨ ଦିନ ପୂର୍ବରୁ ମୋ ଛାତ୍ର କଳ୍ପନା ସହିତ ବିବାହ କଲି। ବର୍ତ୍ତମାନ ଆମ ପରିବାର ସଦସ୍ୟ ଖୁସି ଅଛନ୍ତି।

ରାଜସ୍ଥାନର ଭରତପୁରର ଡିଗ ତହସିଲରେ ଘଟିଥିବା ଏହି ବିବାହ ବିଷୟରେ ବିଶେଷ କଥା ହେଉଛି ଯେ, ଏହି ସମ୍ପର୍କ ଉଭୟ ପରିବାରର ସମ୍ମତି ଏବଂ ସ୍ନେହର ବନ୍ଧନ ସହିତ ଜଡିତ, ଯେଉଁଥିରେ ଉଭୟ ବର ଏବଂ କନ୍ୟା ପକ୍ଷର ପରିବାର ଉପସ୍ଥିତ ରହିଥିଲେ।


ଏହି ଘଟଣା କୁ ନେଇ ଆଉ ଜଣେ ସମଲିଙ୍ଗ ବ୍ୟକ୍ତି କହିଛନ୍ତି ଯେ , ଲିଙ୍ଗ ବଦଳେଇଲେ ବିବାହ କରିହେବ କିନ୍ତୁ ସେ କେବେ ମା ହୋଇପାରିବେ ନାହିଁ । ଲିଙ୍ଗ ସର୍ଜରୀ କରିଥାଉ ଏହି ସମାଜର କଟୁ କଥାରୁ ମୁକ୍ତି ପାଇବା ପାଇଁ କିନ୍ତୁ ଆମେ କେବେ ମାଆ ହୋଇପାରିବା ନାହିଁ। ଆମେ ଦେବକୀ ହୋଇପାରିବା ନାହିଁ କିନ୍ତୁ ଆମେ ନିହାତି ଗୋଟିଏ ଯଶୋଦା ହୋଇପାରିବା ।

ଆମେ ସର୍ଜରୀ କରୁ କାହିଁକି ନା ସମାଜ ର ଟାହି ଟାପୁର କୁ ଆମେ ସହି ପାରୁନାହିଁ ସେଇଥି ପାଇଁ ଆମେ ସର୍ଜରୀ କରିଥାଉ । ସର୍ଜରୀ ପାଇଁ ଆମ କୁ ବହୁତ କଷ୍ଟ ହୋଇଥାଏ ଲିଙ୍ଗ ପରିବର୍ତନ କରିବା ସହଜ କଥା ନୁହେଁ ଏଥିରେ ବହୁତ ଜୀବନ ପ୍ରତି ରିଷ୍କ୍ ହୋଇ ଥାଏ। ଆମେ ଯଦି ମାଆ ହେଇପାରନ୍ତି ତାହା ହେଲେ ସମସ୍ତେ ଏମିତି ଲିଙ୍ଗ ପରିବର୍ତ୍ତନ କରି ମାଆ ହୋଇପାରିବେ କେହି ଆଉ କିନ୍ନର ରହିବେ ନାହିଁ ।ଏମିତି ହୁଏ ନାହିଁ ଆମେ ଯେତେ ଲିଙ୍ଗ ପରିବର୍ତ୍ତନ କରିଲେ ବି ଆମେ ମାଆ ହୋଇପାରିବୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.