jyotish Shstra –ଶନିଦେବଙ୍କ କୋପ ଦୃଷ୍ଟି ପଡିଛି କି ? ଡେରି ନକରି ପାଳନ କରନ୍ତୁ ଏହି 6 ଟି ସହଜ ଉପାୟ..
ଆପଣମାନେ ସମସ୍ତେ ଜାଣିଥିବେ ଶନି ଦେବଙ୍କୁ ନ୍ୟାୟ ର ଦେବତା ବୋଲି କୁହାଯାଏ। ତାଙ୍କୁ ପାଇବା ହେଲେ ବହୁତ ନିଷ୍ଠାର ସହିତ ପୂଜାର୍ଚ୍ଚନା କରିବା ପାଇଁ ପଡ଼ିଥାଏ। ତେଣୁ ଯେଉଁ ମାନଙ୍କ ଉପରେ ଶନି ଦେବଙ୍କ ଦୋଷ ପଡ଼ିଛି ସେମାନେ ନିଷ୍ଠାର ସହିତ ପୂଜା କରିବା ଉଚିତ୍। ତେବେ କୌଣସି ଦେବତାଙ୍କ ପୂଜାର୍ଚ୍ଚନା କରିବା ପାଇଁ ହେଲେ ବିଶେଷ କାର୍ଯ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ସେହିଭଳି ଶନିଦେବ ଙ୍କ ପୂଜା ଅର୍ଚ୍ଚନା କରିବା ବେଳେ କିଛିଟା ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ ,ତେବେ ଜାଣିବା ଶନିଦେବଙ୍କ ସେହି ୬ଟି ଉପାୟ ବିଷୟରେ। ଯାହାଦ୍ୱାରା ଶନିଦେବ ସନ୍ତୁଷ୍ଟ ହୋଇଥାନ୍ତି। ତେବେ ଉପାୟ ଗୁଡ଼ିକ ହେଲା –
୧- ଶନିବାର ଦିନ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଜୋତା କିମ୍ୱା ଚପଲ ଦାନ କରିବା ଆବଶ୍ୟକ । ଯଦି ଚପଲ କିମ୍ୱା ଜୋତା ଚମଡା ରେ ହେଇଥିବ ତାହାଲେ ଏହା ବହୁତ ଶୁଭ ସଂକେତ ଦେଇଥାଏ ।
୨- ଶନିବାର ଦିନ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ବର ଗଛ ମୂଳେ ତେଲ ଅର୍ପଣ କରି ରାଶି ତେଲରେ ଏକ ଦ୍ୱୀପ ଜଳାନ୍ତୁ ।
୩- ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଏହାର ତୃତୀୟ ନିୟମ ହେଉଛି । ଶନିବାର ଦିନ ବର ଗଛ ମୂଳେ ତେଲ ଦାନ ଅର୍ପଣ କରନ୍ତୁ ବା ଶନିଦେବ ଙ୍କ ମୂର୍ତ୍ତି ନିକଟରେ ତେଲ ଅର୍ପଣ କରନ୍ତୁ , ନହେଲେ କୌଣସି ବ୍ରାହ୍ମଣ କୁ ବା ଗରିବ ଲୋକଙ୍କୁ ତେଲ ଦାନ କରନ୍ତୁ ।
୪- ଯେଉଁ ମାନେ ଶନିଦେବ ଙ୍କୁ ପୂଜା କରୁଛନ୍ତି ସେମାନେ ସଦାସର୍ବଦା ସତ୍ୟ ଆଚରଣ କରିବା ଉଚିତ । ଏହା ସହିତ କାହାର ମନକୁ ଦୁଃଖ ଦେବା ଉଚିତ ନୁହେଁ ।ବିଶେଷ କରି ଶନିଦେବ ଙ୍କ ପ୍ରିୟ ଶ୍ରମିକ, କୁଲି, ଦିନ ମଜୁରିଆ, ଗରିବ, ଦୁଃଖୀ ଏବଂ ଅସହାୟ ମାନଙ୍କୁ ସାହାଯ୍ୟ କରିବା ଉଚିତ ।ଏହିପରି କରିବା ଦ୍ୱାରା ଆପଣଙ୍କ ଉପରେ ଶନିଦେବ କୃପା ଦୃଷ୍ଟି ରହିବ ବୋଲି କୁହାଯାଏ ।
୫- ଶନିବାର ଦିନ ଯେତେବେଳ ଆପଣ ତେଲ ଅର୍ପଣ କରୁଛନ୍ତି ବା କାହାକୁ ଦାନ କରୁଛନ୍ତି । ତାହାଲେ ମନେ ରଖନ୍ତୁ ଏହି ସମୟରେ ତେଲ କୌଣସି ସ୍ଥାନରେ ନ ପଡିବା ଆବଶ୍ୟକ ।
୬- ଶନିଦେବ ଙ୍କ ପୂଜା କରିବା ସମୟରେ ମନେ ରଖନ୍ତୁ ଶନିଦେବ ଙ୍କ ମୃତ୍ତି ସମୁଖରେ ଛିଡା ହେଇ ପୂଜା କରନ୍ତୁ ନାହିଁ । ପୂଜା କରିବା ସମୟରେ ଆପଣ ତାଙ୍କର ଚରଣ ତଳେ ବସି ପୂଜା କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ କୃପା ଭାବ ଦେଖି ଶନିଦେବ ସନ୍ତୁଷ୍ଟ ହେବେ ।