ହେ ଭଗବାନ ମୁଁ କି ଭୁଲ କରିଛି, ମତେ କାହିଁକି ଏମିତି କଷ୍ଟ ଦେଉଛ, ଆଉ କଷ୍ଟ ଦିଅନି ସୁକାନ୍ତ ଭାଇ ପରିବାରକୁ… ଏମିତି କହିଲେ ରାଣୀ ପଣ୍ଡା….ଦେଖନ୍ତୁ viral ଭିଡ଼ିଓ ଟିକୁ….
ମୋ ସୁନାର ସଂସାର ଉପରେ କାହା ନଜର ଲାଗିଗଲା। ପ୍ରଥମେ ଭଗବାନ ମୋ ସ୍ୱାମୀକୁ ନେଇଗଲେ, ଏବେ ପୁଅକୁ ନେଇଗଲେ। ଭଗବାନ ବହୁତ ନିଷ୍ଠୁର। ଯେପରି ସବୁ ଦୁଃଖ ମୋ ଭାଗ୍ୟରେ ଲେଖି ଦେଇଛନ୍ତି। ମୁଁ କିପରି ବଞ୍ଚିବ?
ଏ ଦୁନିଆରେ ମୋର ଆଉ କିଏ ଅଛି ଏମିତି ସବୁ କହି କାନ୍ଦିକାନ୍ଦି ଗଡ଼ିଯାଉଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ଧକ୍କାରେ ପ୍ରାଣ ହରାଇଥିବା ସୁକାନ୍ତ ବେହେରାଙ୍କ ପତ୍ନୀ। କଟକ ଜିଲ୍ଲା ରାଜନଗର ଗାଁର ସୁକାନ୍ତ ବେହେରାଙ୍କ ମୃତ୍ୟୁକୁ ମାସେ ପୂରି ନଥିବା ବେଳେ ଆଜି ସକାଳେ ତାଙ୍କର ୨ ବର୍ଷର ପୁଅର ମୃତ୍ୟୁ ଘଟିଛି। ସ୍ୱାମୀଙ୍କ ପରେ ପୁଅର ମୃତ୍ୟୁରେ ଧୈର୍ଯ୍ୟହରା ହୋଇ ପଡ଼ିଛନ୍ତି ସୁକାନ୍ତଙ୍କ ସ୍ତ୍ରୀ।
ଏମିତି ବି କଣ ଦୁଃଖ ଆସିପାରେ, ଦୁଃଖ ପରେ ଦୁଃଖ । ଏ ନିଷ୍ଠୁର ସମୟ କେତେବେଳେ ଯେ କଣ ଅଘଟଣ ଘଟାଇ ଦିଏ, ଯାହାକୁ କେହି ବି କେବେ କଳ୍ପନା କରିପାରନ୍ତି ନାହିଁ ଆଗରୁ । ଏଇ ଯେମିତି ସୁକାନ୍ତଙ୍କ ମୃତ୍ୟୁକୁ କିଛି ଦିନ ଯାଇ ନାହିଁ, ତାଙ୍କ ତିନି ବର୍ଷର ପୁଅଟା ବି ଚାଲିଗଲା ।
କଣ ହେଉଥିବ ସେ ମାଆର ମନଟା ।କଣ ହେଉଥିବ ସେ ସ୍ୱାମୀର ସ୍ତ୍ରୀର ମନଟା । ହଁ ସୁକାନ୍ତର ସ୍ତ୍ରୀ ଆଉ ସୁକାନ୍ତ ପୁଅର ମାଆର ହୃଦୟଟା ଫାଟିଯାଉଥିବ । ଜୀବନଟା ଥିବ ସତ, ଜୀବନଟା ନଥିବା ଭଳିଆ ଲାଗୁଥିବ । କାରଣ ଦୁଇ ଆଖିର ଦୁଇଟି ଚାନ୍ଦ ତାର କୁଆଡେ ହଜିଗଲା । ଗୋଟିଏ ପଟେ ସ୍ୱାମୀ ଆଉ ଗୋଟେ ପଟେ ପୁଅ ବି ଚାଲିଗଲା । ଭଗବାନ କଣ ଏତେ ଦୁଃଖ ଦେଇପାରନ୍ତି ।
ଗତ ୧୦ ଦିନ ତଳେ ସ୍ୱର୍ଗତ ସୁକାନ୍ତ ବେହେରା ଙ୍କ ୨ ବର୍ଷ ର ପୁଅ ଖେଳୁଥିବା ସମୟ ରେ ତା’ ଉପରେ ଗରମ ପେଜ ପଡ଼ିଯାଇଥିଲା। ପରିବାର ଲୋକେ ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଥିବାବେଳେ ଆଜି ସକାଳେ ତାର ମୃତ୍ୟୁ ଘଟିଥିଲା।
ଶିଶୁ ଟି ର ଶରୀର ର ପ୍ରାୟ ୩୬ ଭାଗ ପୋଡ଼ି ଯାଇଥିଲା। ସୂଚନାଯୋଗ୍ୟ, ନଭେମ୍ବର ୨୫ ତାରିଖରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍ ଧକ୍କାରେ ସୁକାନ୍ତଙ୍କ ମୃତ୍ୟୁ ଘଟିଥିଲା। ସୁକାନ୍ତଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଗୋଟେ ପୁଅ ଓ ଗୋଟେ ଝିଅର ବାପା ଥିଲେ ସୁକାନ୍ତ।
ଏଇ କିଛି ଦିନ ହେବ ଆପଣଙ୍କର ମନେ ଥିବ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଏକ ବାହାଘର ଭୋଜିରୁ ଫେରୁଥିବା ବେଳେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଠଗଡ଼ ମୁଣ୍ଡୁଳି ରାସ୍ତାର ଡାଳଖାଇ ଛକରେ ବାଇକକୁ ରାଣୀ ପଣ୍ଡାଙ୍କ କାର ଧକା ଦେଇଥିଲା । ଯେଉଁଥିରେ ବାଇକ ଅରୋହୀ ସୁକାନ୍ତ ବେହେରା ମୃତ୍ୟୁ ହୋଇଥିଲା ।
ଆଉ ତାପରେ ସବୁକିଛି ଧିରେ ଧିରେ ଠିକ ହେଲା ବେଳକୁ ଗରମ ପେଜ ଢାଳ ହୋଇଗଲା ସୁକାନ୍ତର ତିନି ବର୍ଷର ପୁଅ ଉପରେ । ଆଉ ଆଜି ସେ ଜୀବନ ଆଉ ମୃତ୍ୟୁ ସହ ସଂଘର୍ଷ କରି କରି ଶେଷ ନିଶ୍ୱାସ ତ୍ୟାଗ କରିଛି । କଅଁଳା ପିଲାଟିଏ ତା ବାପା ପରେ ଅଫେରା ରାଇଜର ରାଜକୁମାର ପାଲଟି ଯାଇଛି । ଆଉ ଏ ଦୃଶ୍ୟକୁ ଯିଏ ଦେଖୁଛି ସତରେ ତା ଛାତି ଫାଟି ଯାଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।