Rupa Pin2 Khushi – ରୁପାଙ୍କ ଘରକୁ ଆସିଲେ ନୂଆ ସଦସ୍ୟ,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ମାତ୍ର ୪ ଘଣ୍ଟାରେ 240k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ଆପଣ ମାନେ ଓଡ଼ିଶାର ଲୋକପ୍ରିୟ ଯୋଡ଼ି ରୂପା ଓ ପିଣ୍ଟୁ କୁ ତ ନିଶ୍ଚୟ ଭାବରେ ଜାଣିଥିବେ। ସୋସିଆଲ ମିଡିଆରେ ଦୁହେଁ ଅତି ପରିଚିତ ଚେହେରା। ପ୍ରଥମେ ଏହି ସ୍ବାମୀ ସ୍ତ୍ରୀ ଟିକଟକ୍ ଆପ ଜରିଆରେ ଭିଡିଓ କରିବା ଆରମ୍ଭ କରିଥିଲେ।
ଧିରେ ଧିରେ ତାଙ୍କର ଭିଡିଓ ସବୁ ଲୋକ ମାନଙ୍କୁ ଭଲ ଲାଗିଲା। ଏହିଭଳି ଭାବରେ ଦୁହେଁ ଓଡ଼ିଶାରେ ଲୋକପ୍ରିୟ ହେବାକୁ ଲାଗିଲେ। ପରବର୍ତ୍ତୀ ସମୟରେ ଦୁହେଁ ମିଶି ଏକ ୟୁ ଟ୍ୟୁବ୍ ଚ୍ୟାନେଲ ଖୋଲିଥିଲେ। ଯାହାର ନାଆଁ ହେଉଛି ରୂପା ,ପିଣ୍ଟୁ ଓ ଖୁସି ଏକ୍ସପ୍ରେସ।
ତେବେ ଏହି ଚ୍ୟାନେଲରେ ଦୁହେଁ ନିଜର ଦୈନନ୍ଦିନ ଜୀବନର କାର୍ଯ୍ୟ ସବୁ ରେକର୍ଡ କରି ପୋଷ୍ଟ କରିଲେ। ଓଡ଼ିଶାର ଲୋକମାନେ ମଧ୍ୟ ଏହାକୁ ଦେଖିବାକୁ ଭଲ ପାଇଲେ। ଏହିଭଳି ଭାବରେ ଧୀରେ ଧୀରେ ଦୁହିଁଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଲା।
ଏବେ ଏହି ଯୋଡ଼ି ୟୁ ଟ୍ୟୁବ୍ ମାଧ୍ୟମରେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ତେବେ ଦୁହିଁଙ୍କ ଲୋକପ୍ରିୟତା ଦେଖି ଦୁହିଁଙ୍କୁ ଏକାଠି ଆଲବମ୍ କରିବାର ସୁଯୋଗ ମଧ୍ୟ ଦିଆଗଲା। ଦୁହେଁ ଏକାଠି ଅନେକ ଓଡ଼ିଆ ଆଲବମ୍ ରେ ନଜର ଆସିଛନ୍ତି। ଆଉ ସେହି ସବୁ ଆଲବମ୍ ଗୁଡିକ ସୁପରହିଟ ମଧ୍ୟ ହୋଇଛି।
ତେବେ ନିକଟ ରେ ପିଣ୍ଟୁ ନିଜର ୟୁ ଟ୍ୟୁବ୍ ଚ୍ୟାନେଲ ରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁ ଥିରେ ରୂପା ଥିବା ର ଦେଖିବା କୁ ମିଳୁଛି।ଏହି ଦୈନନ୍ଦିନ ଭିଡିଓ ରେ ରୂପା ଓ ପିଣ୍ଟୁ ଙ୍କ ପରିବାର ଲୋକ ଙ୍କୁ ମଧ୍ୟ ଦେଖିବା କୁ ମିଳୁଛି। ଆପଣ ମାନେ ବ୍ଲଗ୍ ରେ ଦେଖି ଥିବେ ରୂପା ଓ ପିଣ୍ଟୁ ଙ୍କ ର ଏକ କୁନି ଝିଅ ଅଛି ଯାହାର ନାଁ ହେଉଛି ଖୁସି।
ସେହି ଭଳି ପିଣ୍ଟୁ ଙ୍କ ବାପା ମାଆ ଓ ଜେଜେ ମା ଙ୍କୁ ମଧ୍ୟ ବ୍ଲଗ ରେ ଦେଖିବା କୁ ମିଳୁଛି। ଏମାନଙ୍କ ବ୍ୟତୀତ ପିଣ୍ଟୁ ଙ୍କ ର ତିନି ଜଣ ଭଉଣୀ ମଧ୍ୟ ଅଛନ୍ତି ଯାହାଙ୍କ ନାଁ ହେଉଛି ସୁଚି, ସୁନା ଓ ରୁନା।ସୁଚିଓ ସୁନାଙ୍କ ର ବିବାହ ସରିଥିବା ବେଳେ ରୁନା ବର୍ତ୍ତମାନ ବାହା ହୋଇନାହାନ୍ତି।
ରୂପା ଓ ପିଣ୍ଟୁ ଙ୍କ ଘରେ ଏବେ ଦୀପାବଳି ର ଉତ୍ସବ ପାଳନ କରିଛନ୍ତି ଓ ସକାଳେ ଖୁସି ଉଠି ସେ ମୁରୁଜ ସବୁ କୁ ବୁଣି ପକାଇଥିଲେ ।ତାପରେ ଦେଖିବାକୁ ମିଳିଛି ଯେ ଖୁସି ଙ୍କ କାନ ପାଚି ଯାଇଛି ଓ ତାଙ୍କୁ ଡ଼ାକ୍ତର ଙ୍କ ପାଖକୁ ନେଇ ଯାଇଥିଲେ ଓ ବହୁତ୍ ମେଡ଼ିସିନ୍ ଆଣିଥିଲେ ଏହା ପରେ ଖୁସି ପାଠ ପଡ଼ିବାର ଦେଖିବାକୁ ପାଇବେ । ରୂପା ଓ ପିଣ୍ଟୁ ଙ୍କ ଘର କୁ ନୂଆ ସଦଶ୍ୟ ଆସିଛନ୍ତି ତାଙ୍କର ଘରେ ଥିବା ପାଳିତ କୁକୁର କୁ ଛୁଆ ଦୁଇଟି ହେଇଛି । ସେମାନେ ଏହି କୁକୁର ଛୁଆ କୁ ସମସ୍ତେ ନେଇଥିଲେ ଓ ଖୁସି ହେଉଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।