ଦେଖନ୍ତୁ ollywood ଭି଼ଡିଓ ରାଜୁ ଙ୍କ ହାତ ଗଣ୍ଠି ଫିଟେଇଲା ବେଳେ କମେଡି କଲେ ରାଜୁ – Raju Das

0 1,227

ତେବେ ଆଜିକାଲି ର ଯୁଗରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି ଯାହାକି ଏହା ଦ୍ୱାରା ଆମେ ଅନେକ କିଛି ଦେଖି ପାରି ଥାଉ ଏବଂ ମନରଞ୍ଜନ ମଧ୍ୟ ନିଜକୁ କରାଇ ପାରି ଥାଉ | ଅନେକ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଏହି ସୋସିଆଲ ମିଡ଼ିଆ ରେ ନିଜର ପ୍ରତିଭା ଓ କଳା କୁ ପ୍ରଦର୍ଶନ କରି ଫେମସ ହୋଇ ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ପୁଣି ଆଉ କିଏ ଅଭିନୟ କରି ଲୋକ ମାନଙ୍କର ମନରଞ୍ଜନ କରାଇ ତାଙ୍କର ପ୍ରିୟ ପାତ୍ର ହୋଇ ପାରି ଥାଆନ୍ତି |

ତେବେ ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଆମ ଓଡ଼ିଆ ରେ ଅନେକ ହାସ୍ୟ ଅଭିନେତା ଅଛନ୍ତି ଯେଉଁ ମାନେ ତାଙ୍କର ମଜାଳିଆ ଅଭିନୟ ଏବଂ ମଜାଳିଆ ଢଙ୍ଗ ଦ୍ୱାରା ଲୋକ ମାନଙ୍କ ମୁହଁରେ ହସ ଫୁଟାଇ ସେମାନଙ୍କର ମନକୁ କିଣି ନେଇ ଥାଆନ୍ତି |

ତେବେ ଅନେକ କମେଡିଆନ ୟୁଟ୍ୟୁବ ମଧ୍ୟ ଅଛନ୍ତି ଯେଉଁ ମାନେ ନିଜ କଳା ଦ୍ୱାରା ଓଡ଼ିଶା ର ଘରେ ଘରେ ପରିଚିତ ହୋଇ ପାରିଛନ୍ତି | ତେବେ ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କମେଡିଆନ ରାଜୁ ଦାସ, ଯିଏ କି ୟୁଟ୍ୟୁବ ରେ ତାଙ୍କର ପ୍ରଥମ କ୍ୟାରିୟର ଆରମ୍ଭ କରି ଥିଲେ | ଏହାପରେ ଆସ୍ତେ ଆସ୍ତେ ସେ ସଫଳତା ର ସିଡ଼ି ଚଢି ଥିଲେ, ତେବେ ସେ ତାଙ୍କ କଥା ମାଧ୍ୟମ ରେ ହିଁ ଲୋକ ଙ୍କ ମୁହଁରେ ହସ ଖେଳାଇ ଦେଇ ଥାଆନ୍ତି |

ବର୍ତ୍ତମାନ ସମୟରେ କମେଡିଆନ ରାଜୁ ଙ୍କର ବିବାହ ହୋଇ ଯାଇଛି ଯାହାକି ସେ ଏକ ସୁନ୍ଦରୀ ଝିଅ ଙ୍କୁ ମଧ୍ୟ ବିବାହ କରି ଥିବାର ଦେଖିବା ପାଇଁ ମିଳିଛି | ଏହି ବିବାହ ରେ ହାତ ଗଣ୍ଠି ଫିଟାଇଲା ସମୟରେ ଏକ ମଜାଦାର ଦୃଶ୍ୟ ମଧ୍ୟ ଦେଖିବା ପାଇଁ ମିଳିଛି | ତେବେ ଆପଣ ତ ଜାଣିଛନ୍ତି କନ୍ୟା ର ଭଉଣୀ ମାନେ ହିଁ ବର କନ୍ୟା ଙ୍କର ହାତ ଗଣ୍ଠି ଫିଟାଇ ଥାଆନ୍ତି ଆଉ ହାତ ଗଣ୍ଠି ଫିଟାଇବା ପୂର୍ବରୁ ପଇସା ନଚେତ ସୁନା ମଧ୍ୟ ମାଗି ଥାଆନ୍ତି |


ତେବେ ଏଠାରେ ମଧ୍ୟ ରାଜୁ ଓ ତାଙ୍କ ପତ୍ନୀ ଙ୍କର ହାତ ଗଣ୍ଠି ରାଜୁ ଙ୍କର ଏକ କୁନି ଶାଳୀ ଫଟାଇବା ପାଇଁ ଆସିଛନ୍ତି | ଆଉ କୁନି ଝିଅ ଟି କହିଛି ମତେ ସୁନା ନ ମିଳିଲେ ମୁଁ ହାତ ଗଣ୍ଠି ଫଟାଇବି ନାହିଁ, ଏହାପରେ ରାଜୁ ଯେତେ ବେଳେ ତାଙ୍କୁ ପଇସା ଦେଉଛନ୍ତି ସେ ମନା କରି ଦେଉଛନ୍ତି ଆଉ କହୁଛନ୍ତି ମୋର ସୁନା ହିଁ ଦରକାର | ଏହାପରେ ରାଜୁ ମଜାଳିଆ ଢଙ୍ଗରେ କହୁଛନ୍ତି କି ଆମର ଲୋକ ସବୁ ଗଲେ କୁଆଡେ ଆରେ କେମିତି ଏଇ ଜାଗାରେ ଖସିବା କୁହ, ଏହାପରେ ସମସ୍ତେ ତାଙ୍କ କଥାରେ ହସି ଦେଇ ଥିଲେ | ତେବେ ପରେ ପରେ ଏଭଳି ହସଖୁସି ମାହଲ ରେ ହିଁ ତାଙ୍କର ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଥିଲା |

Leave A Reply

Your email address will not be published.