Pimples close – ମୁହଁରୁ କେମିତି ଯିବ ବ୍ରଣ ? କରନ୍ତୁ ଏହି ଉପାୟ….. Dr.ଆର୍ପିତ….
ମୁହଁରେ ବ୍ରଣ ହେଲେ ଏହା ଆମର ତ୍ଵଚାର ସୁନ୍ଦରତାକୁ ନଷ୍ଟ କରି ଦିଏ । ଯାହାଫଳରେ ଆମେ ଖୁବ ଚିନ୍ତିତ ହୋଇପଡୁ । ଅନେକ ଲୋକ ବ୍ରଣରେ ବାରମ୍ବାର ନଖ ମାରି ଏହାକୁ ଅଧିକ ଖଣ୍ଡିଆ କରି ଦିଅନ୍ତି ଓ ଏଠୁ ସେଠୁ ଶୁଣି ନାନା ପ୍ରକାର ଉପଚାର ମଧ୍ୟ କରିବାକୁ ଚେଷ୍ଟା । କିନ୍ତୁ ଏଥିରୁ କୌଣସି ବିଶେଷ ଲାଭ ମିଳି ନଥାଏ ବରଂ ଏପରି କରିବା ଦ୍ଵାରା ଆମ ତ୍ଵଚା ଆହୁରି ଅଧିକ କ୍ଷତିଗ୍ରସ୍ତ ହୋଇଥାଏ ।
ଆପଣ ମାନେ ବ୍ରଣ ସହିତ ଖେଳନ୍ତୁ ନାହିଁ । ବ୍ରଣ କୁ ଜମା ହାତ ମାରନ୍ତୁ ନାହିଁ । ମାତ୍ର ଯଦି ଆପଣ ହାତ ଲଗାଇବେ ତେବେ ଗୋଟିଏ ଦାଗ ହୋଇପାରେ ଅଥବା ସେହି ଜାଗାରେ ଏକ ଖାଲ ହୋଇପାରେ । ଏହା ଫଳରେ ଭବିଷ୍ୟତ ରେ ଆପଣଙ୍କ ମୁହଁ ବିକୃତ ଦେଖାଯାଏ ।
ଏଣୁ ପ୍ରଥମେ ବ୍ରଣ ସହିତ ଖେଳନ୍ତୁ ନାହିଁ । ଏହା ସହିତ ଆପଣ ଯେତେବେଳେ ଘରେ ଥାନ୍ତି ଘରେ ଯଦି କ୍ରିମ ଅଛି, ଆପଣଙ୍କ ମୁହଁରେ ଯଦି ଅନେକ ପ୍ରକାରର କସମେଟିକ ଲଗାଉଛନ୍ତି, ଏହିସବୁ ଆପଣ ଅତ୍ୟଧିକ ମାତ୍ରାରେ ଲଗାଇବେ ନାହିଁ । ଆପଣ ବେସୀ ଲଗାଇଲେ ମୁହଁର ଛିଦ୍ର ବନ୍ଧ ହେବାର ସମ୍ଭାବନା ବେସୀ ରହିବ ।
ଏହା ସହିତ କୌଣସି ପାର୍ଟି ଫଙ୍ଗସନକୁ ଯଦି ଆପଣ ମେକଅପ ଲଗାଇ ଯାଉଛନ୍ତି ତେବେ ଆପଣ ଆସି ତାହାକୁ ଭଲ ଭାବରେ କ୍ଲୀନ କରନ୍ତୁ । ମେକଭ ରିମୋଭାଲ ଆସୁଅଛି ଅଥବା ଗୋଲାପ ଜଳ ଆସୁଅଛି । ଆପଣ ନଡିଆ ତେଲ ରେ ମଧ୍ୟ ମେକଅପ କୁ ରିମୁଭ କରି ପାରିବେ । ଆପଣଙ୍କ ବାନ୍ଧବୀ ଯାହା କହୁଛନ୍ତି ବ୍ୟବହାର କରିବା ନିମନ୍ତେ, ଯେଉଁ କ୍ରିମ ରେ ଅତ୍ୟଧିକ ଷ୍ଟିରଏଡ ରହୁଛି ଆପଣ ସେ ସବୁ ଆଦୌ ବ୍ୟବହାର କରିବେ ନାହିଁ ।
ଆଜିକାଲି ବହୁତ ଜଙ୍କଫୁଡ ଖାଉଛନ୍ତି ଏହାର ମାତ୍ରା କୁ କମ କରିବେ । ଆପଣ ଅଧିକ କ୍ଷୀର ପିଇବେନି ଅଳ୍ପ ମାତ୍ରାରେ କ୍ଷୀର ପିଇବେ । କ୍ଷୀର ରିଲେଟେଡ ପ୍ରଡ଼କ୍ଟ ଯେପରି ପନିର, ଛେନା, ଦହି ତଥା ଆଇସକ୍ରିମ ଏହାର ପରିମାଣ କୁ କମାଇ ଦେବେ । ଏ ସବୁକୁ ଆପଣ ଅଧିକ ଖାଇବେ ନାହିଁ । ବହୁତ ଲୋକ ଭାବନ୍ତି ଯେ ମାଂସ ଖାଇବା ଦ୍ଵାରା ମଧ୍ୟ ବ୍ରଣ ବଢିପାରେ । ଆପଣ ଚିନୀ ର ମାତ୍ରା ଏବଂ କ୍ଷୀରର ମାତ୍ରା ଖାଦ୍ୟରେ କମ କରନ୍ତୁ ।
ଯଥା ସମ୍ଭବ ଏକ ହେଲ୍ଦି ଲାଇଫ ଷ୍ଟାଇଲ ବଞ୍ଚନ୍ତୁ । ଆପଣଙ୍କୁ ଭଲ ଭାବରେ ନିଦ୍ରା ପ୍ରାଏ ୮ ଘଣ୍ଟା ଦିନକୁ ନିଦ୍ରା ଦରକାର । ଏବଂ ଆପଣ ଏଣୁ ତେଣୁ କୌଣସି ପ୍ରକାରର ଚିନ୍ତା କରନ୍ତୁ ନାହିଁ । ସାଧାରଣତ ଆମ୍ଭ ମୁହଁ କୁ ଆମ୍ଭେ ଭଲ ଭାବରେ କ୍ଲୀନ କରି ପାରିବା ।
ଫେସୱାସ ଯଦି ଆପଣ ବ୍ୟବହାର କରୁଛନ୍ତି ତେବେ ସେଥିରେ oil control କରିବାର କ୍ଷମତା ଜେଭଳି ରହୁଥିବ ସେହିଭଳି ଫେସୱାସ ବ୍ୟବହାର କରନ୍ତୁ । ଏହାକୁ ସାଧାରଣତ ୩୦ ସେକେଣ୍ଡ ମୁହଁରେ ହାଲ୍କା ହାଲ୍କା ମସାଜ କରି ୱାସ କରିବେ ଯାହା ଦ୍ଵାରା ଆପଣଙ୍କ ମୁହଁରେ ତେଲ ର ପରିମାଣ କଣ୍ଟ୍ରୋଲ ହୋଇ ରହିବ ।
ଏହା ସହିତ ଏକ ହେଲ୍ଦି ଲାଇଫ ଷ୍ଟାଇଲ ନିମନ୍ତେ ଏକ ସଂସ୍କ୍ରିନ ଆପଣ ବ୍ୟବହାର କରନ୍ତୁ । କାରଣ ଯେଉଁମାନେ ଅଧିକ ସୂର୍ଯ୍ୟ କିରଣ ରେ ବୁଲନ୍ତି ତାଙ୍କର ବ୍ରଣ ର ମାତ୍ରା ବଢିଯାଇଥାଏ । ଏଣୁ ଆପଣ ସଂସ୍କ୍ରିମ ବ୍ୟବହାର କରିବା ଭୁଲିବେ ନାହିଁ । ଭଲ ଭାବରେ ମୁହଁ କୁ ଧୋଇ ବ୍ୟବହାର କରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।