Papu Pom Pom ଗାଇଲେ ନମିତା ଅଗ୍ରୱାଲଙ୍କ ଗୀତ, ଗୀତ ଶୁଣି ହେଲା ଆଶ୍ଚର୍ଯ୍ୟ ନାମିତ ଅଗ୍ରୱାଲ ! ମାତ୍ର ୪ ଘଣ୍ଟାରେ 240k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ସୋସିଆଲ ମିଡିଆରେ ବହୁତ ମାତ୍ର ରେ ଭାଇରାଲ ହେବାକୁ ଲାଗିଛି ସେହି ଭଜନ ଯାହା ଓଡିଶା ରିୟାଲିଟି ଶୋ “ମୁ ବି ନମିତା ଅଗ୍ରୱାଲ ହେବି” । ଏହି ରିୟାଲିଟି ଶୋ ଟି ଛୋଟ ଛୋଟ ପିଲା ମାନଙ୍କୁ ନେଇ ଆରମ୍ଭ କରିଥିବା ଏହି ରିୟାଲିଟି ଶୋ ।
ଯାହା ମାଧ୍ୟମ ରେ ଓଡିଶା ରେ ଥିବା ବିଭିନ୍ନ କଣ୍ଠ ଶିଳ୍ପୀ ମାନେ ତାଙ୍କର ପ୍ରତିଭା ଦେଖାଇବା ଏହି ରିୟାଲିଟି ଶୋ ରେ ଭାଗ ନେଇ ଥାନ୍ତି । ତେବେ ସିଦ୍ଧାର୍ଥ ଟିଭି ରେ ଆରମ୍ଭ ହେଇଥିବା ରିୟାଲିଟି ଶୋ ମୁ ବି ନମିତା ଅଗ୍ରୱାଲ ହେବି । ଏହି ଶୋ ଆରାଧ୍ୟ ନମିତା ଅଗ୍ରୱାଲ ବହୁ ଚର୍ଚ୍ଚିତ ଭଜନ ଗୀତ ଟି ଯାହାର ସଂଗୀତ ନିର୍ଦେଶକ ଥିଲେ ମନ୍ମଥ ମିଶ୍ର ।
ଆଉ ଏତେ ସୁନ୍ଦର ଭାବରେ ଗାଇଛନ୍ତି କି ଯାହା ଦର୍ଶକ ମାନଙ୍କର ମନକୁ ମଧ୍ୟ ବେଶ ଆକର୍ଷିତ କରିଛି । ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଗୀତ ଉପରେ ଟିକିଏ ନଜର ପକାଇବା ।ପପୁ ପମ ପମ ଜଜ ହେଇ କି ଆସିଥିଲେ ଅନ୍ୟନାମ “ପପୁ”, ତତ୍ତ୍ୱ ପ୍ରକାଶ ଶତପଥୀ ନାମରେ ଜନ୍ମିତ ଜଣେ ଓଡ଼ିଆ କଥାଚିତ୍ର, ଟେଲିଭିଜନ ଓ ମଞ୍ଚ ହାସ୍ୟ ଅଭିନେତା । ସେ ୨୦୧୫ ମସିହା ସୁଦ୍ଧା ୧୫ଟି ଓଡ଼ିଆ କଥା ଚିତ୍ରରେ ଅଭିନୟ କରିସାରିଛନ୍ତି ।
ପପୁ ଜଣେ ତାଲିମ ପ୍ରାପ୍ତ ହିନ୍ଦୁସ୍ଥାନୀ ଗାୟକ । ସ୍ନାତକ କରିବା ପରେ ଗାୟନ ଓ ଅଭିନୟରେ ନିଜର ବୃତ୍ତି କରିବା ଲାଗି ସେ ଭୁବନେଶ୍ୱର ଚାଲି ଆସିଲେ । ପ୍ରଥମେ ସେ କାମ ପାଇବା ପାଇଁ ଅସମର୍ଥ ହେଲେ । ପ୍ରଥମେ ପପୁ ଓଡ଼ିଆ ଆଲବମ ଗୀତରେ ଗାଇଥିଲେ ଏବଂ ୬୦ଟି ଆଲବମ ଗୀତରେ ନିଜର ସ୍ୱର ଦେଇଥିଲେ ଯାହା ସଫଳତା ପାଇଲା ନାହିଁ ।
ସେ ୨୦୦୨ ମସିହାରେ ନିଜ ପରିବାରର ଇଛା ବିରୁଦ୍ଧରେ ବାହା ହୋଇଥିଲେ ଓ ଏହାପରଠାରୁ ତାଙ୍କ ଘରର କବାଟ ସବୁଦିନଧରି ତାଙ୍କ ପାଇଁ ବନ୍ଦ ହୋଇଗଲା । ୨୦୦୭ ମସିହାରେ ତାଙ୍କ ପୁଅ ଜନ୍ମ ହେଲାପରେ ପରିବାର ତାଙ୍କୁ ଆପଣେଇଥିଲେ ।
ଏହାପରେ ସେ ଏକ ଘରୋଇ ରେଡ଼ିଓ ଚ୍ୟାନେଲ ରେଡିଓ ଚକୋଲେଟ ୧୦୪ ଏଫଏମରେ ପପୁ ପମ ପମ ନାମରେ ଉପସ୍ଥାପକ ଭାବେ କିଛିଦିନ କାମ କରିଥିଲେ । ଏହାପରେ ତାଙ୍କ ଭାଗ୍ୟ ଭଲ ମୋଡ଼ ନେଲା । ୨୦୦୯ ମସିହାରେ ତରଙ୍ଗ ଟିଭି ସହିତ କମେଡି ଧାରାବାହିକରେ ଅଭିନୟ କରିବା ପାଇଁ ଚୁକ୍ତି କରିଥିଲେ ।
ଏହାପରଠାରୁ ସେ ତରଙ୍ଗ ଟିଭି ଓ ତରଙ୍ଗ ମ୍ୟୁଜିକର ଅନେକ ଧାରାବାହିକରେ କମେଡି ଭୁମିକାରେ ଅଭିନୟ ସାଙ୍ଗକୁ ତୋ ଆଖିରେ ମୁ, ସଞ୍ଜୁ ଆଉ ସଞ୍ଜନା, ଦିୱାନା, ବାଳୁଙ୍ଗାଟୋକା ଏପରି ଅନେକ ଚଳଚ୍ଚିତ୍ରରେ ନିଜ ଅଭିନୟ ଦକ୍ଷତା ଦେଖାଇଛନ୍ତି ।ସେବି ବହୁତ ଭଲ ସଙ୍ଗୀତ ଗାଇଥାନ୍ତି ଏହି “ମୁଁ ବି ନମିତା ଅଗ୍ରୱାଲ ହେବି” ରିୟାଲିଟି ଶୋ ରେ ପପୁ ପମ ପମ ସଙ୍ଗୀତ ଗାଇଥିଲେ ଭଜନ ତାଙ୍କର ଭଜନରେ ସମସ୍ତେ ମୁଗ୍ଧ ହୋଇ ଯାଇଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।