Neem Leaf – ନିମ୍ବ ପତ୍ର ଭଲ କରିଥାଏ ଏହି ସବୁ ( ବଡ ରୋଗ ) ଜାଣନ୍ତୁ କେଉଁ କେଉଁ ସବୁ ରୋଗ….

0 297

ନିମ ପତ୍ର କୁ ବହୁ ପୁରାତନ କାଳ ରୁ ଡାଇବେଟିସ ସମସ୍ୟା ପାଇଁ , ତ୍ୱଚା ଜନିତ ସମସ୍ୟା ପାଇଁ , ପେଟ ରୋଗ ପାଇଁ ବ୍ୟବହାର କରାଯାଏ । ନିମ ପତ୍ର ରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ, ଆଣ୍ଟି ଫଙ୍ଗାଲ ଗୁଣ , ଆଣ୍ଟି ଇନ୍ଫ୍ଲାମେଟରୀ ଗୁଣ ଆଦି ରହିଥାଏ ଯାହା ଆମ ଶରୀର ର ବିଭିନ୍ନ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ । ନିମ ପତ୍ରକୁ ଆୟର୍ବେଦିକ ଔଷଧ ଭାବେ ବ୍ୟବହାର ମଧ୍ୟ କରାଯାଏ ।

ତେବେ ଯଦି ନିମ ପତ୍ରକୁ ସଠିକ୍ ଭାବେ ବ୍ୟବହାର କରାଯାଏ ନାହିଁ ତେବେ ଏହାର କୌଣସି ବି ସଠିକ୍ ପ୍ରଭାବ ଶରୀର ଉପରେ ପଡେ ନାହିଁ । ଏହାର ଖରାପ୍ ପ୍ରଭାବ ମଧ୍ୟ ଶରୀର ଉପରେ ପଡ଼ିଥାଏ। ତେଣୁ ଆଜି ଆମେ ଜାଣିବା ନିମ ପତ୍ରର ଉଚିତ୍ ବ୍ୟବହାର ବିଷୟ ରେ ଯାହା ଦ୍ଵାରା ବିଭିନ୍ନ ସମସ୍ୟା ପାଇଁ ନିମ ପତ୍ର କୁ ଆମେ ଉଚିତ୍ ଭାବେ ବ୍ୟବହାର କରି ପାରିବା।

ଡାଇବେଟିସ କଣ୍ଟ୍ରୋଲ କରେ , ଆଜିର ଭୁଲ୍ ଜୀବନ ଶୈଳୀ ଓ ଅନିମୀୟତ ଖାଦ୍ୟ ଖାଇବା ଯୋଗୁ ଆଜି କାଲି ସମସ୍ତେ ଡାଇବେଟିସ ର ଶିକାର ହୋଇଛନ୍ତି।ଏହି ଡାଇବେଟିସ କୁ କଣ୍ଟ୍ରୋଲ କରିବା ପାଇଁ ଇଁସୁଲିନି ନିଆ ଯାଇଥାଏ। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଅତି ସାଧାରଣ ଦେଖା ଯାଉଥିବା ଏହି ନିମ ପତ୍ର ଦ୍ଵାରା ଆପଣ ନିଜର ଡାଇବେଟିସ କୁ କଣ୍ଟ୍ରୋଲ ରେ ରଖି ପାରିବେ। ପ୍ରତିଦିନ ସକାଳୁ ତିନି ଟି ନିମ ପତ୍ର ଚୋବେଇ ଖାଇବା ଦ୍ବାରା ଡାଇବେଟିସ କଣ୍ଟ୍ରୋଲ ରେ ରହିଥାଏ।

ହାର୍ଟ କୁ ସୁସ୍ଥ ରଖେ , ନିମ ରେ ଥିବା ଉପାଦାନ ରକ୍ତ କୁ ସଫା ରଖିବା ରେ ସାହାର୍ଯ୍ୟ କରିଥାଏ । ନିମ ପତ୍ର ସେବନ ଦ୍ଵାରା ରକ୍ତ ପରିଷ୍କାର ରହିଥାଏ , ରକ୍ତ ନଳୀ ସଙ୍କୁଚିତ ହୋଇ ନଥାଏ ଏଣୁ ଉଚ୍ଚ ରକ୍ତଚାପ ର ଭୟ ରହି ନଥାଏ । ଯାହା ଦ୍ଵାରା ହୃଦୁଘାତ ହେବାର ଭୟ ରହି ନଥାଏ। ତେବେ ପ୍ରତିଦିନ ସକାଳେ ନିମ ପତ୍ରରେ ସେବନ କରନ୍ତୁ କିମ୍ବା ନିମ ପତ୍ରର ଜୁସ ତିଆରି କରି ଏହାର ସେବନ କରନ୍ତୁ ।


ତ୍ୱଚ଼ା ଜନିତ ସମସ୍ୟା ଦୂର ହୋଇଥାଏ , ବ୍ୟାକ୍ଟେରିଆ , ଫଙ୍ଗସ୍ ଯୋଗୁ ମୁଁହ ରେ ଅନେକ ସମୟ ରେ ଇନିଫେକ୍ସନ୍ ହୋଇଥାଏ ଓ ବେଳେ ନଖ ରେ ମଧ୍ୟ ସଂକ୍ରମଣ ହୋଇ ଥାଏ।ତେବେ ନିମ ପତ୍ର ର ବ୍ୟବହାର ଦ୍ଵାରା ଏହି ସବୁ ସମସ୍ୟା ରୁ ମୁକ୍ତି ମିଳି ପାରିବ ।

ତେଣୁ ପ୍ରଥମେ ନିମ ପତ୍ରକୁ ଧୋଇ ଏହାକୁ ବାଟି ଦିଅନ୍ତୁ ଓ ସଂକ୍ରମଣ ହୋଇଥିବା ସ୍ଥାନ ରେ ଏହି ପେଷ୍ଟ ପ୍ରତିଦିନ ଲଗାନ୍ତୁ।ଆପଣ ଝାଳ ର ଦୁର୍ଗନ୍ଧ ଓ ଘିମିରି ରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ଏକ ଗ୍ଲାସ ପାଣିରେ ନିମ ପତ୍ର ଫୁଟାଇ ଦିଅନ୍ତୁ ଓ ଏହାକୁ ପାଣି ରେ ମିଶାଇ ଏହି ପାଣି ରେ ଗାଧୋଇବା ଦ୍ଵାରା ଘିମିରି ଓ ଝାଳ ଦୁର୍ଗନ୍ଧ ରୁ ମୁକ୍ତି ମିଳିଥାଏ ।

ପେଟ ରୋଗ ଭଲ କରିଥାଏ , ନିମ ପତ୍ର ସେବନ କରିବା ଦ୍ଵାରା ପେଟ ରେ ଥିବା ବ୍ୟାକ୍ଟେରିଆ ଓ କୃମି କୁ ଏହା ମାରି ଦେଇଥାଏ ଓ ପେଟ ରୋଗ ଦୁର କରିଥାଏ ଏହା ସହିତ ହଜମ ମଧ୍ୟ ଠିକ୍ ଭାବରେ ହୁଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.