New Twist – ମୁଁ ମୋ ଅଣ୍ଟା ଦେଖାଇ ନବମରୁ ୯୦ ଘୋଇତା | ..ଏମିତି କହିଲେ ଶ୍ରଦ୍ଧାଞ୍ଜଳି | ଦେଖନ୍ତୁ viral ଭିଡ଼ିଓ ଟିକୁ….

0 742

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗ ମାମଲାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ଇଡି ବାରମ୍ବାର ସମନ କରୁଥିଲେ ମଧ୍ୟ ଆଉ ହାଜର ହେଉନାହାନ୍ତି। ଇଡିର ବାରମ୍ବାର ସମନ୍ ସତ୍ତ୍ୱେ ଯଦି ସେ ହାଜର ନ ହୁଅନ୍ତି,ତେବେ ଖୁବ ଶୀଘ୍ର ତାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ବାହାରିବାର ସମ୍ଭାବନା ରହୁଛି।ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଶ୍ରଦ୍ଧାଞ୍ଜଳି ବେହେରା ବର୍ତ୍ତମାନ ଫେରାର ହୋଇଯାଇଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି।

ଅର୍ଚ୍ଚନା ନାଗ ମାମଲା ଅନ୍ୟତମ ଅଭିଯୁକ୍ତ ଶ୍ରଦ୍ଧାଞ୍ଜଳି ବେହେରା ଫେରାର ଆଶଙ୍କା । ବାରମ୍ବାର ସମନ ସତ୍ତ୍ୱେ ହାଜର ହେଉନାହାଁନ୍ତି । କୁଆଡେ ଚାଲିଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଖୁବଶୀଘ୍ର ଇଡି ଆରେଷ୍ଟ ୱାରେଣ୍ଟ ଜାରି କରିପାରେ । ପୂର୍ବରୁ ୨ଥର ସେ ହାଜର ହୋଇଛନ୍ତି ।ଏପଟେ ଦ୍ୱିତୀୟ ଦିନରେ ଇଡିରେ ହାଜର ହେଲେ ବ୍ୟବସାୟୀ ଶିବ ପ୍ରସାଦ ଦାସ ।

ହାଜର ବେଳେ ଗଣମାଧ୍ୟମକୁ କହିଛନ୍ତି ସେ କୌଣସି ଆର୍ଥିକ କାରବାର କରିନାହାନ୍ତି । ଶ୍ରଦ୍ଧାଞ୍ଜଳି ଓ ଖଗେଶ୍ୱରକୁ ଜାଣିନଥିବା କହିଛନ୍ତି ଶିବ ପ୍ରସାଦ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କୁ ଜାଣିଛନ୍ତି, ହେଲେ ସେ ହୋଟେଲ ଯାଇଥିବା କଥାକୁ ଅସ୍ୱୀକାର କରିନାହାନ୍ତି । ସେମାନେ ହୋଟେଲ ଯାଉଥିବାରୁ ଇଡି ତାଙ୍କୁ ସମନ କରିଥିବା କହିଛନ୍ତି ଶିବପ୍ରସାଦ । ଗୁରୁବାର ପ୍ରଥମ ଥର ଇଡିରେ ଶିବପ୍ରସାଦ ହାଜର ହୋଇଥିଲେ ।

ଅର୍ଚ୍ଚନା ନାଗ ବ୍ଲାକମେଲ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବଡ଼ବଡ଼ିଆଙ୍କୁ ଜେରା କରିବା ଆରମ୍ଭ କରିଛି। ପୂର୍ବରୁ ୨୩ ତାରିଖ ଦିନ ଶ୍ରଦ୍ଧାଞ୍ଜଳି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସେଦିନ ତାଙ୍କୁ ୧୪ ଘଣ୍ଟା ଧରି ଜେରା କରାଯାଇଥିଲା।

ପରେ ପୂର୍ବାହ୍ନ ପ୍ରାୟ ୧୦ଟା ସମୟର ପ୍ରଯୋଜକ ଅକ୍ଷୟ ପରିଜା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ପ୍ରଥମେ ସମସ୍ତଙ୍କୁ ଭିନ୍ନ ଭିନ୍ନ ରୁମରେ ଜେରା କରାଯାଇଥିଲା। ଏହାପରେ ଅକ୍ଷୟ, ଶ୍ରଦ୍ଧାଞ୍ଜଳି ଏବଂ ଖଗେଶ୍ବରଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା।

ପୁଣି ଇଡିରେ ହାଜର ହୋଇଛନ୍ତି ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ। ସେ ଦ୍ବିତୀୟ ଥର ଲାଗି ନିଜ ଓକିଲଙ୍କ ସହ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।ଇଡିରେ ହାଜର ହେବା ସମୟରେ ସେ ଗଣମାଧ୍ୟମକୁ କହିଛନ୍ତି, କୌଣସି ଆର୍ଥିକ କାରବାର କରି ନାହାନ୍ତି।

ଅର୍ଚ୍ଚନା ତାଙ୍କ ହୋଟେଲକୁ ଯାଉଥିଲେ। ହେଲେ ତାଙ୍କ ସହ ସେ କୌଣସି ଅର୍ଥନୈତିକ କାରବାର କରି ନାହାନ୍ତି। ଯେହେତୁ ଅର୍ଚ୍ଚନା ତାଙ୍କ ହୋଟେଲକୁ ଯାଉଥିଲେ ସେଥିପାଇଁ ଇଡି ଡାକିଛି। ଆଜି ଜମି ମାଲିକ ପ୍ରଭାତରଞ୍ଜନ ପତିଙ୍କୁ ମଧ୍ୟ ଇଡିରେ ପୁଣି ହାଜର ପାଇଁ ସମନ କରାଯାଇଛି। ସେପଟେ ଅର୍ଚ୍ଚନା ଓ ଜଗବନ୍ଧୁ ଆସନ୍ତା ୫ ତାରିଖରେ କୋର୍ଟରେ ହାଜର ହେବା ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ। କୋର୍ଟରେ ହାଜର ପରେ ଉଭୟଙ୍କୁ ରିମାଣ୍ଡରେ ଆଣି ଇଡି ପଚରାଉଚରା କରିବ।
ପ୍ରଯୋଜକ ଅକ୍ଷୟ ପରିଜା, ଶ୍ରଦ୍ଧାଞ୍ଜଳି ବେହେରା, ସମାଜସେବୀ ଅମୀୟ ଦାସ, ବିଧାୟକ ସୁଧୀର ସାମଲଙ୍କ ଭାଇ ଗଙ୍ଗାଧର ସାମଲ, ଅର୍ଚ୍ଚନାଙ୍କ ଡ୍ରାଇଭର୍ ଚନ୍ଦନ,ପ୍ରଯୋଜକ ପ୍ରମୋଦ ସ୍ୱାଇଁ, ଖଗେଶ୍ୱରର ସହଯୋଗୀ ଅଭିଳାଷ ପ୍ରିୟଦର୍ଶୀ, ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ ଓ ଜମି ବ୍ୟବସାୟୀ ପ୍ରଭାତରଞ୍ଜନ ପତି ପ୍ରମୁଖ ଏଯାବତ୍ ଇଡିରେ ହାଜର ହୋଇ ସାରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.