ରାତିରେ ଶୋଇଲା ପେଟରେ ଛୁଆ କଲା କଣ ଜାଣିନଥିଲା ଏବେ କଣ ମହୁ ସରିଗଲା ,ଏମିତି କହିଲେ ଦୀପିକା !ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 1,360

ଆଜିବି ଆସିଲେନି ଦିନେଶ ଡେଟ୍ ପରେ ଡେଟ୍ ଦେଇ ମୋତେ ହାରାସ୍ କରାଯାଉଛି । ଦେହ ଖରାପର ଆଳ ଦେଖାଇ ପଠେଇଲେ ଓକିଲଙ୍କୁ। ପୂର୍ବରୁ ଦୁଇଥର ହାଜର ହେବା ପାଇଁ ଦିନେଶଙ୍କୁ ନୋଟିସ ହୋଇଥିଲେ ମଧ୍ୟ ହାଜର ହୋଇନଥିଲେ ଦିନେଶ। କିନ୍ତୁ ଏଥର ଆଶା କରାଯାଉଥିଲା ଯେ ଉପସ୍ଥିତ ହେବେ ଓ କିଛି ସମାଧାନ ରାସ୍ତା ବାହାରିବ।

ତେବେ ଦିନେଶଙ୍କ ଅନୁପସ୍ଥିତିରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟିଥିଲେ ଦୀପିକା। ଅନ୍ୟପଟେ ଦିନେଶଙ୍କ ବାରମ୍ବାର ଅନ୍ୟପସ୍ଥିତକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ମହିଳା କମିଶନର ଅଧ୍ୟକ୍ଷା ଡ଼ଃ ମିନତି ବେହେରା।

ପୂର୍ବରୁ ନୋଟିସ ସତ୍ତ୍ୱେ ଭୁବନେଶ୍ୱର ମହିଳା କମିଶନଙ୍କ କାର୍ଯ୍ୟଳୟକୁ ଆସିନଥିବା ଦିନେଶ-ଦୀପିକା ବିବାଦ ଘଟଣାରେ ଆଜି ବି ଫେଲ ମାରିଲା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ଼ଃ ମିନତୀ ବେହେରାଙ୍କ ଉଦ୍ୟମ। ଦୀର୍ଘ ଚାରିଘଣ୍ଟା ଧରି ଅପେକ୍ଷ ପରେ ବି ମହିଳା କମିଶନରଙ୍କ ପାଖରେ ହାଜର ହେଲେ ନାହିଁ ଦିନେଶ। ବରଂ ନିଜ ଓକିଲ ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ସୂଚନା ପଠାଇଥିଲେ।

ଦିନେଶଙ୍କ ଆଡଭୋକେଟ କହିଥିଲେ ଯେ, ଦିନେଶ ଅସୁସ୍ଥ ଥିବା କାରଣରୁ ଆସି ପାରୁନାହାଁନ୍ତି। ସେଥିପାଇଁ ସେ କ୍ଷମା ପ୍ରାର୍ଥନା କରିଥିଲେ। ଏହାକୁ ନେଇ କିନ୍ତୁ ଦୀପିକା ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଦୀନେଶ ଜାଣିଶୁଣି ଅନୁପସ୍ଥିତ ରହୁଛନ୍ତି ଏବଂ କମିଶନଙ୍କୁ ଅବମାନନା କରିଛନ୍ତି। ଏତେ ଦିନ ଧରି ସେ ଅସୁସ୍ଥ ରହିବା ଅସମ୍ଭବ। କାରଣ ସେ ବାହାରେ ବୁଲୁଛନ୍ତି କିନ୍ତୁ ମହିଳା କମିଶନ ଡାକିଲା ବେଳକୁ ସେ ଅସୁସ୍ଥ।


ସେ ସ୍ପଷ୍ଟ କରିଛନ୍ତି ଯେ ମୁଁ ନିଶ୍ଚୟ ସ୍ତ୍ରୀର ପରିଚୟ ପାଇବି ଏବଂ ମୋ ପୁଅ ବାପର ପରିଚୟ ପାଇବ। ଯେ ପର୍ଯ୍ୟନ୍ତ ସେ ନିଜ ହକ ପାଇନାହାଁନ୍ତି ସେ ପର୍ଯ୍ୟନ୍ତ ସେ ଉଦ୍ୟମ ଜାରି ରଖିବେ। ରାଜ୍ୟମହିଳା କମିଶନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଦୀପିକା।

ଅନ୍ୟ ପକ୍ଷରେ ଗଣମାଧ୍ୟମ ଆଗରେ ଦିନେଶଙ୍କ ଓକିଲ ରାଜେନ୍ଦ୍ର ପ୍ରସାଦ କହିଛନ୍ତି ଯେ ମହିଳା କମିଶନ ତାଙ୍କୁ ଆଜି କିଛି କହିବା ପାଇଁ ସୁଯୋଗ ଦେଇନାହାନ୍ତି, ବରଂ ବିରକ୍ତି ପ୍ରକାଶ କରିଥିଲେ। କାରଣ ତାଙ୍କ କ୍ଲାଏଣ୍ଟ ଅସୁସ୍ଥ ଥିବା କଥା ସେ କମିଶନଙ୍କୁ ଅଵଗତ କରାଇଥିଲେ। କିନ୍ତୁ ଏହାକୁ ଗ୍ରହଣ କରିନଥିଲେ ଅଧ୍ୟକ୍ଷ।।

ଅନ୍ୟପକ୍ଷରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି ଯେ ଏହି ଘଟଣାରେ ଆପୋଷ ବୁଝାମଣା ନହେଲା ପର୍ଯ୍ୟନ୍ତ ଦିନେଶଙ୍କୁ ହାଜର ହୋଇ ପକ୍ଷ ରଖଯିବାକୁ ନୋଟିସ କରାଯିବ। ମୋଟ ଉପରେ ଦିନେଶଙ୍କ ଅନୁପସ୍ଥିତି ପାଇଁ କ୍ଷୋଭ ପ୍ରକାଶ କରିଛନ୍ତି ମହିଳା କମିଶନ। ସମସ୍ତ କ୍ଷମତା ଲଗାଇ ଦୀନେଶ ଙ୍କୁ କମିଶନ ଙ୍କ ତଦନ୍ତ ପରିସରଭୁକ୍ତ କରିବା ସହ ଦୀପିକାଙ୍କୁ ନ୍ୟାୟ ପ୍ରଦାନ କରାଯିବ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା।

ମୋଟ ଉପରେ ଦୀପିକା ଙ୍କ ଧାରଣା କୁ ଦିନ ବିତିଯାଇଥିଲେ ମଧ୍ୟ ନ୍ୟାୟ ପାଇଁ ଜିଲ୍ଲା ପୋଲିସଠାରୁ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦୀପିକା। ଅପେକ୍ଷ ମହିଳା କମିଶନଙ୍କ ପାଖକୁ କେବେ ଆସୁଛନ୍ତି ଦୀନେଶ। ଆଉ ଘଟଣାର ପୂର୍ଣ୍ଣଛେଦ ପଡୁଛି କେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.