( ମାଣବସା ଗୁରୁବାର ) ପାଳନ କରନ୍ତୁ ଏହି ନିୟମ,ଧନର ଆଗମନ ହେବ | Manabasa osha 2022
ଆପଣ ଜାଣିଥିବେ ଯେ ଓଡିଶାର ପ୍ରତ୍ୟେକ ବର୍ଷ ମାର୍ଗଶିର ମାସ ଗୁରୁବାର ସବୁ ପର୍ବଗୁଡିକ ମଧ୍ୟରୁ ଅନ୍ୟତମ |ଏହି ଉଷା ମା ଲଷ୍ମୀଙ୍କ ଅତିପ୍ରିୟ ଉଷା ଅଟେ, ଏହି ଉଷାକୁ ବ୍ରାହ୍ମଣ ଠାରୁ ଚଣ୍ଡାଳ ଯାଏ ସମସ୍ତେ ପାଳନ କରିଥାନ୍ତି |ଗୁରୁବାର ଦିନ ମା ଲଷ୍ମୀଙ୍କୁ ଭକତିରେ ପୂଜାକଲେ ଧନ ସମ୍ପତି ବୃଦ୍ଧି ହେବା ସହିତ ଘରେ ସୁଖ ଶାନ୍ତି ମଧ୍ୟ ଦେଖାଯାଏ | ଆମେ ଆଜି ଆପଣକୁ ଏମିତି କିଛି କାର୍ଯ୍ୟ ବିଷୟରେ କହିବି ଯାହାକି ଆପଣ ମାର୍ଗଶିର ମାସ ଗୁରୁବାର ଦିନ କରିବା ଦ୍ଵାରା ଆପଣଙ୍କୁ ଶୁଭ ଫଳ ମିଳିଥାଏ,
ଆପଣଙ୍କ ଉପରେ ମା ଲଷ୍ମୀ ପ୍ରସନ୍ନ ହେବା ସହିତ ଆପଣଙ୍କୁ ସୌଭାଗ୍ୟବତୀ ହେବାର ଆର୍ଶୀବାଦ ମଧ୍ୟ୍ୟ କରିଥାନ୍ତି |ତେବେ ଆସନ୍ତୁ ଜାଣିବା ଏହି ମାର୍ଗଶିର ମାସ ଗୁରୁବାର ଦିନ କଉଁ ନୀତିନିୟମ କଲେ ମା ଲଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଏବଂ କଉଁ କାର୍ଯ୍ୟ କଲେ ଆପଣ ଘରେ ଅଶାନ୍ତି ଦେଖାଯାଏ |
ପ୍ରଥମତଃ ଆପଣ ଗୁରୁବାର ଦିନ ବ୍ରହ୍ମ ମୁହୁର୍ତରୁ ଉଠି ସାନ୍ନସାରି ଯଦି ଠାକୁର ପୂଜା କରନ୍ତି ତେବେ ଆପଣଙ୍କ ବହୁତ ମଙ୍ଗଳ ହୋଇଥାଏ ଏବଂ ପୂଜା ଫଳ ମଧ୍ୟ ମିଳିବ |ମା ଲଷ୍ମୀ ସର୍ବଦା ଆପଣଙ୍କ ଉପରେ ପ୍ରସନ୍ନ ହେବା ସହିତ ଆପଣଙ୍କ ଘରେ ସୁଖ ଶାନ୍ତି ଦେଖାଯିବ |
ଏହିଦିନ ଆପଣ ମା ଲଷ୍ମୀ ନାରାୟଣଙ୍କ ପୂଜା କଲେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଥାଏ ଏବଂ ଆପଣଙ୍କ ଆର୍ଥିକ ସମସ୍ୟା ଧୀରେ ଧୀରେ ଠିକ ହୋଇଯାଏ |ଗୁରୁବାର ଦିନ ହଳଦୀ ରଙ୍ଗର ଶାଢ଼ୀ ପିନ୍ଧିଲେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ, ଏହା ସହିତ ଆପଣ ଯଦି ଗୁରୁବାର ଦିନ ମା ଲଷ୍ମୀଙ୍କୁ ହଳଦିଆ ରଙ୍ଗର ଫଳ ଓ ପୁଷ୍ପ ଅର୍ପଣ କରନ୍ତି ତେବେ ମା ଲଷ୍ମୀଙ୍କ ଅମାପ କୃପା ଆପଣଙ୍କ ଉପରେ ରହିଥାଏ |
ପ୍ରତ୍ୟେକ ଗୁରୁବାର ଦିନ ଆପଣ ହଳଦୀ ପାଣିରେ ଗାଧୋଇ ଯଦି ଏକ କଦଳୀ ଗଛମୂଳରେ ହଳଦୀ ପାଣି ଅର୍ପଣ କରନ୍ତି ତେବେ ଆପଣଙ୍କ ଘରେ ଧନର କୌଣସି ଅଭାବ ରହିବ |ଏହିଦିନ ଆପଣ ଉପବାସ ରହି କିଛି ଦ୍ରବ୍ୟ ଦାନକରନ୍ତି ତେବେ ମାଲଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହନ୍ତି |
ଆପଣ ତୁଳସୀ ଗଛମୂଳରେ କ୍ଷୀର ଅର୍ପଣ କଲେ ଏବଂ ମହାଦେବଙ୍କୁ ହଳଦିଆ ଫୁଲ ଅର୍ପଣ କଲେ ଆପଣକୁ ଶୁଭଫଳ ମିଳିଥାଏ |ଏହି ଗୁରୁବାରଦିନ ଆପଣ ଅସ୍ତଗଛ ମୂଳରେ ପାଣିଦେଲେ ଆପଣଙ୍କ ମାନସିକ ପୂରଣ ହୋଇଥାଏ |ଏହିପରି ନୀତିନିୟମ ଦ୍ଵାରା ଆପଣ ଗୁରୁଗ୍ରହକୁ ସନ୍ତୁଷ୍ଟ କରିପାରିଲେ ଆପଣଙ୍କ ଘରେ ଧନ ଐଶର୍ଯ୍ୟର ବୃଦ୍ଧି ହୋଇଥାଏ |
ଆପଣ ଭୁଲରେ ବି ଗୁରୁବାର ଦିନ ମୁଣ୍ଡ ଧୁଅନ୍ତୁ ନାହିଁ, ଏହିଦିନ ନଖ କିମ୍ବା ଦାଢ଼ି ମଧ୍ୟ କାଟନ୍ତୁ ନାହିଁ,ଏପରି କଲେ ଆପଣଙ୍କ ସବୁ କାର୍ଯ୍ୟରେ ଅସଫଳତା ଦେଖାଯାଏ |ଏହିଦିନ ଆପଣ କାହାଠାରୁ ଉଦ୍ଧାର ନିଅନ୍ତୁ ନାହିଁ କି ଦିଅନ୍ତୁ ନାହିଁ ଏହା ଉଚିତ ହୋଇନଥାଏ,ଏହାର ପରିଣାମ ଭୟଙ୍କର ହୋଇଥାଏ |
ଏହାଦ୍ଵାରା ଆପଣ କାଙ୍ଗାଳ ମଧ୍ୟ୍ୟ ହୋଇଯାଇ ପାରନ୍ତି ଏବଂ ଆପଣଙ୍କ ଘରେ ଅନେକ ସମସ୍ୟା ମଧ୍ୟ ଦେଖାଦେଈ ପରେ |ଗୁରୁବାର ଦିନ ଆପଣ ଘର ପୁଛା ମାରନ୍ତୁ ନାହିଁ ଏହା ମଧ୍ୟ ଆପଣଙ୍କ ପାଇଁ ଶୁଭ ହୋଇନଥଏ, ତେବେ ଆପଣ ଏଥିପ୍ରତି ସାବଧାନ ରୁହନ୍ତୁ |ମା ଲଷ୍ମୀଙ୍କୁ ଗୁରୁବାର ଦିନ ଭକତିର ସହିତ ପୂଜାପାଠ କରି ନିଜର ମନସ୍କାମନା ପୂରଣ କରନ୍ତୁ ଏବଂ ମା ଲଷ୍ମୀଙ୍କ କୃପାଲାଭ କରନ୍ତୁ |