winter skin care – ଶୀତ ଦିନରେ ଆପଣ ଙ୍କ ତ୍ଵଚା ର ଯତ୍ନ କିପରି ନେବେ। ଏହି ଉପାୟ ଆପଣାନ୍ତୁ….
ଶୀତ ଦିନରେ ଥଣ୍ଡା ବଢ଼ିବା କାରଣରୁ ଆମ ତ୍ୱଚା ଶୁଷ୍କ ପଡ଼ିଯାଏ। ଫଳରେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଏ। ବିଶେଷ କରି ତ୍ୱଚା ଶୁଖିଯିବାଠାରୁ ଆରମ୍ଭ କରି ଓଠ ଫାଟିବା, ଗୋଡ଼ ଫାଟିବା, ଚର୍ମ କୁଣ୍ଡେଇ ହେବା, ତ୍ୱଚା ଶୁଖିଲା ପଡ଼ି ଧଳା ପଡ଼ିଯିବା ବା ଶୀତଫୁଲା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
ଶୀତ ଦିନରେ ଆଉ ଏକ ସମସ୍ୟା ହେଲା ମଶା କାମୁଡ଼ିବା। ମଶା କାମୁଡ଼ିବା ଯୋଗୁଁ ତ୍ୱଚା ଫୁଲିଯିବା ସହ କୁଣ୍ଡେଇ ହୋଇ ନାଲି ପଡ଼ିଯାଏ। ତେଣୁ ଶୀତଦିନରେ ତ୍ୱଚାର ଯତ୍ନ ଅଧିକ ନେବାର ଆବଶ୍ୟକତା ରହିଛି।
ଶୀତଦିନେ ତ୍ୱଚା ର ପ୍ରାକୃତିକ ଉପଚାର କରନ୍ତୁ। ଶୁଷ୍କ ତ୍ୱଚା: ସମାନ ପରିମାଣର ଆଲ୍ମଣ୍ଡ୍ ଓ ଆପ୍ରିକଟ୍ ବାଟି, ଚନ୍ଦନ ତେଲରେ ମିଶାଇ ମୁହଁ ରେ ବୋଳନ୍ତୁ। ଏକ ଘଣ୍ଟା ପରେ ସାଧାରଣ ପାଣିରେ ଧୁଅନ୍ତୁ। ପ୍ରତି ଦିନ ଏ ପରି କରନ୍ତୁ।
ତୈଳାକ୍ତ ତ୍ଵଚା: ଦୁଇ ଚାମଚ କମଳା ଚୋପା ଗୁଣ୍ଡ, ଏକ ଚାମଚ ଆଲ୍ମଣ୍ଡ୍ ଗୁଣ୍ଡ, ଏକ ଚାମଚ ଓଟ୍ମିଲ୍, ଏକ ଚାମଚ ମହୁ ଏବଂ ଅଳ୍ପ ଗୋଲାପ ଜଳ ଭଲ ଭାବେ ମିଶାଇ ମୁହଁରେ ଧୀରେ ଧୀରେ ଦଶ ମିନିଟ୍ ମାଲିସ କରି, ଥଣ୍ଡା ପାଣି ରେ ଧୁଅନ୍ତୁ।
ଦିନେ ଛାଡ଼ି ଦିନେ ଏହି ଉପଚାର କରନ୍ତୁ। ସାଧାରଣ ତ୍ୱଚା: ଗୋଲାପ ଜଳ ରେ ମୁହଁ ସଫାକରି, ଆଖି ତଳ, ଗାଲ ଓ ବେକ ରେ ପ୍ରଥମେ ଆଲ୍ମଣ୍ଡ୍ ତେଲ ମାରନ୍ତୁ। ତିନିଟି ପାଚିଲା ଡିମିରି, ଏକ ଚାମଚ ଅଟା, ଅଧ ଚାମଚ ଲେମ୍ବୁ ରସ, ଏକ ଚାମଚ ମହୁ ଓ ଗୋଟିଏ ଅଣ୍ଡା ଏକାଠି ଫେଣ୍ଟି, ମୁହଁ ଏବଂ ବେକରେ ଦଶ ମିନିଟ୍ ମାଲିସ କରି, ଧୋଇ ଦିଅନ୍ତୁ।
ଦିନେ ଛାଡ଼ି ଦିନେ ଏ ପରି କଲେ, ତ୍ୱଚା ସୁରକ୍ଷିତ ରହିବ। ଶୀତ ଦିନ ସମସ୍ତେ ଖରାରେ ରହିବାକୁ ପସନ୍ଦ କରିଥାନ୍ତି। ତେଣୁ ସନ୍ ସ୍କ୍ରିନ୍ ଲୋସନ୍ ଲଗାଇବା ଭଲ। ଫଳ ରେ ଶରୀର କୁ କ୍ଷତି ପହଞ୍ଚାଉ ଥିବା କିରଣ ୟୁବିଏ ଓ ୟୁବିବି ଠାରୁ ତ୍ୱଚା କୁ ରକ୍ଷା କରି ପାରିବେ।
ପ୍ରତି ଦିନ ସ୍ନାନ କରନ୍ତୁ ଏହି ଋତୁ ରେ ସାଧାରଣତଃ ଲୋକେ ଗାଧୋଇବା କୁ ପସନ୍ଦ କରନ୍ତି ନାହିଁ। ଥଣ୍ଡା ହେଉ ଥିବା ଯୋଗୁଁ ଅନେକ ଲୋକ ଦୁଇ ରୁ ତିନି ଦିନ ଯାଏଁ ଲୋକେ ଗାଧାନ୍ତି ନାହିଁ। ଫଳ ରେ ତ୍ୱଚା ଶୁଖିଲା ଦେଖା ଯାଏ। ତ୍ୱଚା କୁ ସୁନ୍ଦର ରଖିବା ପାଇଁ ପ୍ରତିଦିନ ଗରମ ପାଣି ରେ ଗାଧାନ୍ତୁ।
ପାଣି ପିଅନ୍ତୁ ସାଧାରଣତଃ ଶୀତ ଦିନ ଆସିଲେ ଲୋକେ କମ୍ ପାଣି ପିଇଥାନ୍ତି। ଯାହାର ପ୍ରଭାବ ସିଧା ସଳଖ ମୁହଁ ଓ ତ୍ୱଚା ଉପରେ ଦେଖିବା କୁ ମିଳିଥାଏ। ଏଥିରୁ ଦୂରେଇ ରହିବା ପାଇଁ ଯଥେଷ୍ଟ ମାତ୍ରରେ ପାଣି ପିଅନ୍ତୁ। ପାଣି ପିଇବା ଦ୍ୱାରା ଶରୀରରେ ଥିବା ବର୍ଜ୍ୟବସ୍ତୁ ବାହାରିବାରେ ସହଜ ହୋଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।