କ୍ଷୀର ପିଇବା ପରେ କିମ୍ବା ପୂର୍ବରୁ ଭୁଲ ରେ ମଧ୍ୟ କରନ୍ତୁ ନାହିଁ ଏହି ସବୁ ଜିନିଷ ର ସେବନ ନଚେତ ଯାଇପାରେ ଜୀବନ
ଜଣେ ବ୍ୟକ୍ତିଙ୍କ ଠାରେ ଯେତେ ଅଧିକ ଧନ ସମ୍ପତ୍ତି ଥିଲେ ସୁଦ୍ଧା ତାର ସ୍ୱାସ୍ଥ୍ୟ ଯଦି ଠିକ ନଥାଏ , ତେବେ ତାର ସମସ୍ତ ଧନ ସମ୍ପତ୍ତି ଥିଲେ ମଧ୍ୟ ତାର ଜୀବନ ତୁଚ୍ଛ ହୋଇଥାଏ । କାରଣ ସେ ଗୋଟିଏ ସୁସ୍ଥ ଜୀବନ ଯାପନ କରି ପାରି ନଥାଏ , ତେଣୁ ପ୍ରଥମେ ଆପଣ ନିଜ ସ୍ୱାସ୍ଥ୍ୟକୁ ଠିକ ରଖିବା ଉଚିତ
ମନୁଷ୍ୟ ଜୀବନରେ ଏହି ଉକ୍ତିଟି ସର୍ବଦା କାର୍ଯ୍ୟକାରୀ ହୋଇଥାଏ ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ , ଅର୍ଥାତ୍ ସ୍ୱାସ୍ଥ୍ୟ ହିଁ ଆମର ଜୀବନ ହୋଇଥାଏ । ଜଣେ ବ୍ୟକ୍ତିଙ୍କ ଠାରେ ଯେତେ ଅଧିକ ଧନ ସମ୍ପତ୍ତି ଥିଲେ ସୁଦ୍ଧା ତାର ସ୍ୱାସ୍ଥ୍ୟ ଯଦି ଠିକ ନଥାଏ ,
ତେଣୁ ପ୍ରଥମେ ଆପଣ ନିଜ ସ୍ୱାସ୍ଥ୍ୟକୁ ଠିକ ରଖିବା ଉଚିତ । ନିଜର ଏକ ସୁସ୍ଥ ଶରୀର ଓ ସୁସ୍ଥ ମାନସିକତା ରଖିବା ପାଇଁ ଚାହୁଁଛନ୍ତି ତେବେ ଆପଣ ମାନେ ପ୍ରତିଦିନ କ୍ଷୀର ସେବନ କରିବା ଆବଶ୍ୟକ ଅଟେ ।
ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ କ୍ଷୀର ସେବନ ପରେ ବା ପୂର୍ବରୁ କେଉଁ ଜିନିଷ ଖାଇବା ଉଚିତ ନୁହେଁ । ଏହି ସବୁ ଜିନିଷ ଖାଇବା ଦ୍ୱାରା ଆମ ଶରୀରରେ ଏକ ପ୍ରକାର ଚର୍ମ ରୋଗ ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷ ସମ୍ପର୍କରେ ।
ଅନେକ ଲୋକମାନେ ପ୍ରତିଦିନ ସୁସ୍ଥ ଶରୀର ପାଇଁ କ୍ଷୀର ସେବନ କରିଥାନ୍ତି ଏବଂ କ୍ଷୀର ଆମ ଶରୀର ପ୍ରତି ବହୁତ ଲାଭଦାୟକ ହୋଇଥାଏ । କିନ୍ତୁ ଆମେ ମାନେ କ୍ଷୀର ସେବନ ପରେ ଏମିତି କିଛି ଖାଦ୍ୟ ଖାଇଥାଉ ଯାହା ଆମ ଶରୀର ପ୍ରତି ବହୁତ ହାନିକାରକ ହୋଇଥାଏ ।
1. ମାଛ :-ମାଛର ଧର୍ମ ହେଉଛି ଗରମ କରିବା ଏବଂ କ୍ଷୀର ର ଧର୍ମ ହେଉଛି ଥଣ୍ଡା କରିବା । କିନ୍ତୁ ଆପଣ ମାନେ ଯେତେବେଳେ କ୍ଷୀର ପରେ ମାଛର ସେବନ କରୁଛନ୍ତି , ସେତେବେଳେ ଆମ ଶରୀରରେ ଉଭୟ ପଦାର୍ଥ ଏକତ୍ରିତ ହୋଇ ଏକ ବିଷ ସୃଷ୍ଟି କରିଥାନ୍ତି ।ପ୍ରଥମଟି ହେଉଛି ମାଛ , କ୍ଷୀର ସେବନ ପରେ କେବେହେଲେ ମାଛ ଖାଆନ୍ତୁ ନାହିଁ , କାରଣ ମାଛର ଧର୍ମ ହେଉଛି ଗରମ କରିବା ଏବଂ କ୍ଷୀର ର ଧର୍ମ ହେଉଛି ଥଣ୍ଡା କରିବା
ଆମ ଶରୀରରେ ଏକ ଅଲଗା ପ୍ରକାର ଚର୍ମ ରୋଗ ଦେଖାଯାଇଥାଏ । ଏହି ରୋଗର ପ୍ରଭାବ ଆମ ଶରୀରରେ ଧଳା ରଙ୍ଗର ଦାଗ ଆସିଥାଏ , ତେଣୁ ଆପଣ ମାନେ ଏକ ସଙ୍ଗରେ ମାଛ ବା କ୍ଷୀର ସେବନ କରନ୍ତୁ ନାହିଁ । ଯଦି ଆପଣ ମାଛ ଖାଇବା ପାଇଁ ଚାହୁଁଛନ୍ତି ତେବେ କ୍ଷୀର ପିଇବାର କିଛି ସମୟ ପୂର୍ବରୁ ବା ପରେ ଗ୍ରହଣ କରିବା ଉଚିତ.
2. ଦହି :-
ଦ୍ୱିତୀୟଟି ହେଉଛି ଦହୀ , ଅନେକ ଲୋକମାନେ ଏକ ସଙ୍ଗରେ କ୍ଷୀର ଦହି ଖାଇବା ପାଇଁ ପସନ୍ଦ କରିଥାନ୍ତି । ଆଉ କେତେକ କ୍ଷୀର ପିଇବା ପରେ ଦହିର ସେବନ କରିଥାନ୍ତି କିନ୍ତୁ ଏମିତି କରିବା ଆଣ ଶରୀର ପାଇଁ ବହୁତ କ୍ଷତି କାରକ ହୋଇଥାଏ । ଏହାଦ୍ୱାରା ଅନେକ ପ୍ରକାର ପେଟ ଜନିତ ସମସ୍ୟା ଦେଖାଯାଇଥାଏ , ତେଣୁ ଆପଣ ମାନେ କ୍ଷୀର ର ସେବନ ପରେ ଦହି ଖାଆନ୍ତୁ ନାହିଁ । ଏହାକୁ ମାନିବା ଦ୍ୱାରା ଆପଣଙ୍କୁ ଅଜଣା ରୋଗର ସାମ୍ନା କରିବାକୁ ପଡିବ ନାହିଁ ।