୧୫ ମିନିଟ ରେ ହାତ,ଗୋଡ,ଅଣ୍ଟା ବିନ୍ଧା ଭଲ ହୋଇଯିବ |Home Remedies
ଅନେକ ସମୟରେ ଆମକୁ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟା ଦେଖିବାକୁ ମିଳିଥାଏ। ସାଧାରଣତଃ ବୟସ ଅଧିକ ହେଲେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଅନୁଭବ ହୋଇଥାଏ। କେବଳ ଆଣ୍ଠୁ ନୁହେଁ,ଆମ ଅଣ୍ଟା, ବେକ, କାନ୍ଧ ଏପରି ଅନେକ ଜାଗାରେ ଆମକୁ ଯନ୍ତ୍ରଣା ଅନୁଭବ ହୋଇଥାଏ। ଛୋଟ ବଡ଼ ସମସ୍ତଙ୍କ ମଧ୍ୟରେ ଆଣ୍ଠୁଗଣ୍ଠି ସମସ୍ୟା ଦେଖିବାକୁ ମିଳୁଛି।
କ୍ୟାଲସିୟମ ଅଭାବ ଯୋଗୁଁ ଆପଣଙ୍କୁ ଆଣ୍ଠୁ ଗଣ୍ଠି ସମସ୍ୟା ଭୋଗିବାକୁ ପଡ଼ିଥାଏ। ଆପଣ ଙ୍କର ଏହି ଆଣ୍ଠୁଗଣ୍ଠି ସମସ୍ୟା କେବଳ ୧୫ମିନିଟ୍ ରେ ଭଲ ହୋଇଯିବ ଏହି ଘରୋଇ ଉପଚାରର ତେଲ କୁ ଥରେ ମାତ୍ର ବ୍ଯବହାର କରନ୍ତୁ ଦେଖିବେ ଆପଣ ଙ୍କ ଆଣ୍ଠୁଗଣ୍ଠି ସମସ୍ୟା ଦୂର ହେଇଯିବ।
ଆବଶ୍ୟକ ସାମଗ୍ରୀ:-
ସୋରିଷ ତେଲ
ଡାଲଚିନି ଖଣ୍ଡ
ରସୁଣ
ମେଥି
ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ଆପଣ ଏକ ଗିନାକୁ ଏକ ପ୍ୟାନରେ ବସେଇ ଏହାକୁ ଗ୍ୟାସ ମାଧ୍ୟମରେ ଗରମ କରନ୍ତୁ। ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ହେଉଛି ସୋରିଷ ତେଲ। ସୋରିଷ ତେଲ ଆପଣଙ୍କ ଆଣ୍ଠୁ ଗଣ୍ଠି ସମସ୍ୟାକୁ ଦୂର କରିବା ପାଇଁ କେତେ ଲାଭକାରୀ ଆପଣ ତାହା ଜାଣି ଥିବେ ବହୁତ ପୁରାତନ କାଳରୁ ଆଣ୍ଠୁ ଗଣ୍ଠି ସମସ୍ୟା ଦୂର କରିବା ପାଇଁ ସୋରିଷ ତେଲ ବ୍ୟବହାର କରି ଆସୁଛନ୍ତି। ୧୦ ଚାମୋଚ ସୋରିଷ ତେଲ ଆପଣ ନେଇ ସେହି ଗିନାରେ ଢ଼ାଳି ଦିଅନ୍ତୁ।
ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ତାହା ହେଉଛି ଡାଲଚିନି ଖଣ୍ଡ। ଗୋଟେ ବଡ଼ ଡାଲଚିନି ଖଣ୍ଡ ନେଇ ଛୋଟ ଛୋଟ ଭାଙ୍ଗି ଏହି ତେଲରେ ପକାଇ ଦିଅନ୍ତୁ। ଆପଣଙ୍କୁ ତୃତୀୟ ସାମଗ୍ରୀର ଆବଶ୍ୟକତା ତାହା ହେଉଛି ରସୁଣ। ରସୁଣ ମଧ୍ୟ ଆମ ଆଣ୍ଠୁ ଗଣ୍ଠି ସମସ୍ୟାକୁ ଦୂର କରିବା ପାଇଁ ଲାଭକାରୀ ହୋଇଥାଏ। ପାଞ୍ଚ କୋଷା ରସୁଣକୁ ଚୋପା ଛଡେଇ ଏହି ଗରମ ହେଉଥିବା ସୋରିଷ ତେଲରେ ପକାନ୍ତୁ।
ଆପଣଙ୍କୁ ଶେଷ ସାମଗ୍ରୀର ଆବଶ୍ୟକତା ତାହା ଅଟେ ମେଥି। ମେଥି ଦାନା ମଧ୍ୟ ଆମର ଆଣ୍ଠୁ ଗଣ୍ଠି ସମସ୍ୟାର ନିବାରଣ ପାଇଁ ବହୁତ ଲାଭଦାୟକ ଅଟେ। ଅଧା ଚାମୋଚ ମେଥିର ପ୍ରୟୋଗ ଆପଣ ଏହି ତେଲରେ କରନ୍ତୁ। ଆପଣ ଏହି ତେଲ ମିଶ୍ରଣକୁ ୧୦ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ଏହାକୁ ହାଲକା ଚଲାନ୍ତୁ, ଯେପରି ତାହା ପୋଡ଼ି ଯିବ ନାହିଁ।
୧୦ ମିନିଟ ପରେ ଏହି ତେଲକୁ ହାଲକା ଥଣ୍ଡା ହେବା ପାଇଁ ଛାଡ଼ି ଦିଅନ୍ତୁ। ହାଲକା ଥଣ୍ଡା କରିବେ , ସମ୍ପୂର୍ଣ୍ଣ ଥଣ୍ଡା କରିବେ ନାହିଁ। ତେଲ ଥଣ୍ଡା ହୋଇଗଲା ପରେ ଆପଣ ଏହାକୁ ଗୋଟେ ପାତ୍ରକୁ ଛାଣି ନିଅନ୍ତୁ। ଆପଣଙ୍କର ଆଣ୍ଠୁ ଗଣ୍ଠି ସମସ୍ୟାକୁ ଦୂର କରିବା ପାଇଁ ପ୍ରାକୃତିକ ଘରୋଇ ତେଲ ପ୍ରସ୍ତୁତ।
ବ୍ୟବହାର କିପରି କରିବେ:-
ଆପଣଙ୍କର ଯେଉଁ ସ୍ଥାନରେ ଯନ୍ତ୍ରଣା ହେଉଛି କିପରି ତେଲର ପ୍ରୟୋଗ କରିବେ। ଦିନରେ ଯେକୌଣସି ସମୟରେ ଆପଣ ଏହାର ପ୍ରୟୋଗ କରନ୍ତୁ। ରାତି ସମୟରେ ଶୋଇବା ପୁର୍ବରୁ ଆପଣ ଏହାର ପ୍ରୟୋଗ କରି ପାରିବେ। ତେଲକୁ ନେଇ ଆଣ୍ଠୁ ଗଣ୍ଠି ବିନ୍ଧୁଥିବା ସ୍ଥାନରେ ଲଗାନ୍ତୁ ଏବଂ ୧୫ ମିନିଟ ପର୍ଯ୍ୟନ୍ତ ଭଲଭାବରେ ମାଲିଶ କରନ୍ତୁ। ଏହାର କିଛିଦିନ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ଆଣ୍ଠୁ ଗଣ୍ଠି ସମସ୍ୟା ସବୁଦିନ ପାଇଁ ଦୂରେଇ ଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।