health teeps-ଚନ୍ଦାପଣରୁ ଶୀଘ୍ର ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଉପାୟ,୧୦୦% ଗ୍ୟାରେଣ୍ଟି !
କେଶ ହେଉଛି ମଣିଷର ସୁନ୍ଦରତାର ଏକ ଅନନ୍ୟ ଉପାଦାନ । ଘନକେଶ ଥିବା ବ୍ୟକ୍ତି ଦେଖିବାକୁ ବହୁତ୍ ସୁନ୍ଦର୍ ହୋଇଥାନ୍ତି। କିନ୍ତୁ ଆଜିକାଲି କେଶ ସମସ୍ୟା ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ଆଜିର ଦିନରେ କେଶ ସମସ୍ୟା ପ୍ରାୟ ସମସ୍ତଙ୍କ ପାଖରେ ଦେଖା ଯାଉଛି। ଅଳ୍ପ ବୟସରୁ କେଶ ଝଡ଼ିବା, କେଶ ପାଚିବା,ଚନ୍ଦାପଣ ଆଦି ବହୁ ସମସ୍ୟା ଗୁଡ଼ିକ ଦେଖିବାକୁ ମିଳୁଛି।
ଆଜିର ଦୁନିଆରେ ଚନ୍ଦାପଣ ଏକ ମୁଖ୍ୟ ସମସ୍ୟା ରୂପରେ ଛିଡା ହୋଇଛି ଯାହା ଲୋକମାନଙ୍କର ମୁଣ୍ଡ ବିନ୍ଧାର କାରଣ ସାଜିଛି । ଅଳ୍ପ ବୟସରୁ କେଶ ଝଡ଼ିବା ବାଚନ୍ଦା ହେବା କାରଣରୁ ସେମାନେ ନିଜକୁ ଆତ୍ମବ୍ୟାନି ମନେ କରନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନ ଉପରେ ଚନ୍ଦାପଣ ବହୁତ ପ୍ରଭାବ ପକାଇଥାଏ। ଯାହା ଦ୍ୱାରା ସେମାନେ ଲୋକମାନଙ୍କ ଆଗକୁ ବାହାରିବାକୁ ସଙ୍କୋଚ କରିଥାନ୍ତି। ଏମିତି ବହୁତ ଲୋକ ଅଛନ୍ତି ଯେଁଉମାନେ ଚଣ୍ଡପଣ କାରଣରୁ ହତାଶ ଅନୁଭବ କରିଥାନ୍ତି। ଚନ୍ଦାପଣର ନିରାକରଣ ନିମନ୍ତେ
ଲୋକମାନେ ବଜାରରେ ମିଳୁଥିବା ରାସାୟାନିକ ସାମ୍ପୁ,ତେଲ, ଔଷଧ ଆଦି ବ୍ୟବହାର କରିଥାନ୍ତି ଯାହା କିଛି ସୁଫଳ ଦେଇନଥାଏ ।ତେବେ ଆସନ୍ତୁ ଜାଣିବା କିଭଳି ଉପାୟରେ ଘରୋଇ ଉପଚାର ମାଧ୍ୟମରେ ଚନ୍ଦାପଣ ର ନିରାକରଣ କରିହେବ।
ଆବଶ୍ୟକ ସାମଗ୍ରୀ:- ନଡ଼ିଆ ତେଲ,ମନ୍ଦାର ଫୁଲ ଗଛର ପତ୍ର, ପିଆଜ
ପ୍ରସ୍ତୁତ ପ୍ରଣାଳୀ:- ପ୍ରଥମେ ୧୫ ରୁ ୨୦ଟି ମନ୍ଦାର ପତ୍ର ନିଅନ୍ତୁ ପତ୍ରକୁ ଭଲ ଭାବରେ ଧୋଇ ସଫା କରନ୍ତୁ ।ଏବେ ପତ୍ରକୁ ଛେଚି ଏହାର ରସ ବାହାର କରନ୍ତୁ,ତାପରେ ଏହି ରସକୁ ନଡ଼ିଆ ତେଲ ରେ ମିଶାଇ ଦିଅନ୍ତୁ ଏବେ ଏହି ମିଶ୍ରଣକୁ ୪ ରୁ ୫ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ମିଶ୍ରଣ ଭଲ ଭାବରେ ଫୁଟାଇ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ଏହାକୁ ଏକ ପତ୍ରକୁ ଛାଣି ରଖନ୍ତୁ। ଏବେ ଗୋଟିଏ ପିଆଜ ନେଇ ତାର ରସ ବାହାର କରନ୍ତୁ ।
ପ୍ରୟୋଗ:- ନଡିଆ ତେଲ ଓ ମନ୍ଦାର ପତ୍ରରେ ପ୍ରସ୍ତୁତ ହୋଇଥିବା ତେଲକୁ ଚନ୍ଦା ହୋଇଥିବା ସ୍ଥାନରେ ପ୍ରତିଦିନ ମାଲିଶ କରନ୍ତୁ ଏବଂ ରାତିରେ ଶୋଇଲା ପୂର୍ବରୁ ଏକ ଚାମଚ ପିଆଜ ରସ ହାତକୁ ନେଇ ତା ସହିତ ନଡ଼ିଆ ତେଲ ଆଉ ମନ୍ଦାର ପତ୍ରରେ ପ୍ରସ୍ତୁତ ହୋଇଥିବା ତେଲ କୁ ମିଶାଇ ଲଗାନ୍ତୁ ।
ଏହାକୁ ରାତି ସାରା ଏମିତି ରଖନ୍ତୁ ତାପରେ ସକାଳୁ ଉଠି ଆପଣ ଏକ ଉଦା କପଡ଼ାରେ ନିଜ ମୁଣ୍ଡକୁ ପୋଛି ସଫା କରନ୍ତୁ ଏମିତି ନିୟମିତ ଭାବେ କରିବା ଦ୍ୱାରା ଆପଣଙ୍କର ଯେଁଉ କେଶ ଝଡ଼ି ଯାଇଛି ଏହି ତେଲ ମାଲିଶ କରିବା ଦ୍ୱାରା ବହୁତ ଜଲଦି ନୂଆ କେଶ ଉଠିବା ଆରମ୍ଭ ହୋଇଯିବ। ଏହା ସମ୍ପୁର୍ଣ୍ଣ ରୂପେ ପ୍ରାକୃତିକ ହୋଇଥିବାରୁ ଏହାର କୈାଣସି ଖରାପ ପ୍ରଭାବ ଚର୍ମ ଉପରେ ପଡ଼ିନଥାଏ ।ଏହି ଉପାୟ ଅବଲମ୍ବନ କରି କେଶ ଝଡ଼ିବା ସମସ୍ୟା ବା ଚନ୍ଦାପଣ ର ସମ୍ପୁର୍ଣ୍ଣ ଭାବରେ ମୁକ୍ତି ପାଆନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।