ଗୁଡ଼ ର ୭ ଟି ଔଷଧୀୟ ଗୁଣ ! ପ୍ରତିଦିନ ଗୁଡ ଖାଇବା ଦ୍ବାରା ମୂଳରୁ ଶେଷ ହୋଇଯାଏ ଏହିସବୁ..ଗମ୍ଭୀର ରୋଗ…
ଏବର ଡାଏଟ୍-ଫ୍ରି ସୁଗାର, ବ୍ରାଉନ୍ ସୁଗାରର ଯୁଗରେ ଆମେ ପୁରାତନ ଯୁଗର ମହୌଷଧି ଗୁଡ଼କୁ ପାସୋରିଗଲୁଣି ପ୍ରାୟ। କାଁଭାଁ କେତେକ ପ୍ରାନ୍ତରେ ଏହାର ବର୍ତ୍ତମାନ ବି ବ୍ୟବହାର ହେଉଛି। ଦକ୍ଷିଣ ଭାରତୀୟ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ଗୁଡ଼ର ଆଦର ରହିଛି। ନିୟମିତ ଗୁଡ଼ ଖାଇ ପ୍ରାଚୀନ କାଳରେ ଲୋକେ ଏକ ସୁସ୍ଥ ଜୀବନ ଅତିବାହିତ କରୁଥିଲେ। ବର୍ତ୍ତମାନର ଅପମିଶ୍ରଣ ଯୁଗରେ ପ୍ରତ୍ୟେକ ବର୍ଗର ଲୋକ ଦୈନିକ ଗୁଡ଼ ଖାଇବା ଉଚିତ। ବିଶେଷଜ୍ଞଙ୍କ ମତରେ ଗୁଡ଼ ଖାଇଲେ ଶରୀରର ଉଷ୍ଣତା ନିୟନ୍ତ୍ରିତ ରହିବା ସହ ଏହା ଯକୃତକୁ ପରିଷ୍କାର କରିଥାଏ।
ଏପରିକି ଶରୀରକୁ ଆବଶ୍ୟକ ଶକ୍ତି ମିଳିବା ସହ ଓଜନକୁ ମଧ୍ୟ ହ୍ରାସ କରାଇଥାଏ।ଲୌହ ଭରପୂର ଗୁଡ଼ ଖାଇଲେ ମିଠା ଓ ଚିନି ଖାଇବାର ଆଗ୍ରହ କମିଯାଏ ବୋଲି ବିିଭିନ୍ନ ପରୀକ୍ଷାରୁ ଜଣାପଡ଼ିଛି। ବିଶେଷ କରି ନିୟମିତ ଭୋଜନ ପରେ ଅଧ ଚାମଚ ଗୁଡ଼ ଖାଇବା ସ୍ବାସ୍ଥ୍ୟ ପାଇଁ ଖୁବ୍ ହିତକାରୀ।
୧- ହଜମ ପ୍ରକ୍ରିୟା
ଆମ ହଜମ ପ୍ରକ୍ରିୟାକୁ ସର୍ବୋତ୍କୃଷ୍ଟ କରିବାରେ ଗୁଡ଼ର ପ୍ରମୁଖ ଭୂମିକା ରହିଛି। ଭଲ ଭାବେ ଖାଦ୍ୟ ହଜମ ନ ହେବା କାରଣରୁ ହିଁ ଓଜନ ବଢ଼ିଥାଏ। ଏଣୁ ଗୁଡ଼ ଖାଇଲେ ଖାଦ୍ୟ ହଜମ ହେବା ସହ ପାକସ୍ଥଳୀକୁ ଭଲଭାବେ କାର୍ଯ୍ୟକ୍ଷମ କରାଏ।
୨-ଯକୃତକୁ ପରିଷ୍କାର-
ଯକୃତକୁ ପରିଷ୍କାର କରିବାରେ ଗୁଡ଼ର ଗୁରୁତ୍ବ ଥିବାର ଖାଦ୍ୟ ବିଶେଷଜ୍ଞଙ୍କ ମତ। ମଦ୍ୟପ ବା ନିଶାସେବନ କରୁଥିବା ଲୋକେ ପ୍ରତ୍ୟହ ଗୁଡ଼ ଖାଇବା ଉତ୍ତମ।ପୋଟାସିୟମ୍ ଭରପୂର ଗୁଡ଼ ଖାଇଲେ ଶରୀରକୁ ଶକ୍ତି ମିଳେ। ଗର୍ଭବତୀମାନେ ନିୟମିତ ଏଇ ଗୁଡ଼ ଖାଇବା ଖୁବ୍ ଭଲ। ଏହା ଗର୍ଭସ୍ଥ ଶିଶୁକୁ ମଧ୍ୟ ପୋଷଣ ଯୋଗାଇଥାଏ।
୩-ଶ୍ବାସରୋଗ ଏବଂ ବ୍ରୋଙ୍କାଇଟିସ୍ ରୋଗ ପାଇଁ ଗୁଡ଼:
ଗୁଡ଼ ଖାଇବା ଦ୍ବାରା ଏହା ଆପଣଙ୍କୁ ଅନେକ ପ୍ରକାର ରୋଗରୁ ମଧ୍ୟ ରକ୍ଷା କରିଥାଏ । ଯେପରିକି ଶ୍ବାସରୋଗ (ଆଜମା) ଏବଂ ବ୍ରୋଙ୍କାଇଟିସ୍ ପାଇଁ ଏହା ବହୁତ ଫଳପ୍ରଦ । ବିଶେଷଜ୍ଞମାନେ କହିଛନ୍ତି ଯେ ଯେଉଁମାନେ ଏହି ସମସ୍ୟାର ଶିକାର ହେଉଛନ୍ତି ସେମାନେ ପ୍ରତିଦିନ ମିଠା ହିସାବରେ ଗୁଡ଼ ଖାଇପାରିବେ । ଏଥିରୁ ସେମାନଙ୍କୁ ବିଭିନ୍ନ ପ୍ରକାର ଲାଭ ମିଳିବ ।
୪-ଋତୁସ୍ରାବ ଯନ୍ତ୍ରଣା ହ୍ରାସ କରେ:
ଭାରତୀୟ ଗ୍ରାମଗୁଡିକରେ ଆଜି ମଧ୍ୟ ଋତୁସ୍ରାବ ସମୟରେ ଗୁଡ଼ ଖାଇବା ଏକ ସାଧାରଣ କଥା ଅଟେ । ଏହା ବ୍ୟତୀତ ଏହି ସମୟରେ ହେଉଥିବା ପେଟ ଯନ୍ତ୍ରଣା ଏବଂ ମନୋବଳର ପରିବର୍ତ୍ତନ ସମସ୍ୟା ମଧ୍ୟ ଦୂର ହୋଇଥାଏ । ବାସ୍ତବରେ ଗୁଡ଼ ସେବନ କଲେ ଶରୀରରେ ଭଲ ହରମୋନ୍ ଉତ୍ପାଦନ ହୁଏ, ଯାହା ଋତୁସ୍ରାବ ସମୟରେ ଶରୀରକୁ ଆରାମ ଦେଇଥାଏ ।
୫-ଖଣିଜ ପଦାର୍ଥରେ ଭରପୂର: ଗୁଡ଼ ବିଭିନ୍ନ ଖଣିଜ ପଦାର୍ଥ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଅଟେ । ଯେପରିକି ପୋଟାସିୟମ୍, ଜିଙ୍କ ଏବଂ ସେଲେନିୟମ୍ । ଏହି ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟଗୁଡିକ ଦ୍ବାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବହୁଗୁଣିତ ହୁଏ, ଯାହା ଦ୍ବାରା ଆମେ ନିଜକୁ ସଂକ୍ରାମକ ରୋଗରୁ ରକ୍ଷା କରିପାରିବା ।
୬-ଗୁଡ଼ ମସ୍ତିଷ୍କକୁ ସକ୍ରିୟ ରଖିବାରେ ବଡ ଭୂମିକା ଗ୍ରହଣ କରିଥାଏ। ମାଇଗ୍ରେନ୍ ସମସ୍ୟା ଥିବା ବ୍ୟକ୍ତି ନିୟମିତ ଗୁଡ଼ ସେବନ କରିବା ଭଲ।
୭-ସର୍ଦ୍ଦି ଓ ଜ୍ୱରରୁ ଉପଶମ ପାଇଁ ଗୁଡ଼ ବ୍ୟବହାର କରନ୍ତୁ। କାଶ ହେଉଥିଲେ ଗୁଡ ସହ ଅଦା ମିଶାଇ ଗରମ କରି ଖାଆନ୍ତୁ। ଚିନି ବଦଳରେ ଗୁଡ଼ ବ୍ୟବହାର ସ୍ବାସ୍ଥ୍ୟ ପାଇଁ ହିତକର।