ଦେଖନ୍ତୁ Shocking ଭିଡ଼ିଓ : ଗର୍ଲଫ୍ରେଣ୍ଡ୍‌କୁ 35 ଖଣ୍ଡ କରି କାଟି ଫ୍ରିଜ୍‌ରେ ରଖିଥିଲା, ମୃତଦେହ ଫିଙ୍ଗିବା ପାଇଁ ରାତି 2 ଟାରେ…ପୁରା ଘଟଣା ଦେଖିଲେ ଆପଣ ବି ଆଉ ପ୍ରେମ କରିବେ ନାହିଁ..

0 3,462

ପ୍ରେମିକ ସାଜିଲା ପିଶାଚ। ଗର୍ଲଫ୍ରେଣ୍ଡ୍‌କୁ ହତ୍ୟା କରି ମୃତ ଦେହ କୁ 35 ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଲା ପ୍ରେମିକ। ସବୁଠାରୁ ଆଶ୍ଚର୍ଯ୍ୟ କର କଥା, ଯୁବକ ଜଣକ ପ୍ରେମିକା କୁ ହତ୍ୟା କରିବା ପରେ ଶରୀର କୁ 35 ଖଣ୍ଡ କରି ଏହାକୁ ଫ୍ରିଜ୍‌ ରେ ରଖି ଥିଲା। ପରେ ଏହାକୁ ବିଭିନ୍ନ ସ୍ଥାନରେ ଫିଙ୍ଗି ଥିଲା। ଯେପରି କେହି ତା’ ଉପରେ ସନ୍ଦେହ କରିବେ ନାହିଁ। ଏଥିପାଇଁ ସେ ସ୍ୱତନ୍ତ୍ର ଏକ ଫ୍ରିଜ୍ ମଧ୍ୟ କିଣି ଥିଲା। ଦିଲ୍ଲୀ ରେ ଜଣେ ଯୁବକ ଙ୍କ ଏଭଳି ବର୍ବର କାଣ୍ଡକୁ ନେଇ ସାରା ଦେଶ ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ, ଅଫତାବ ଅମିନ ପୁନାଓ୍ୱାଲା ଓ ଶ୍ରଦ୍ଧା ମୁମ୍ବାଇ ସ୍ଥିତ ମଲ୍ଟି ନ୍ୟାସନାଲ୍‌ କମ୍ପାନୀ ର ଏକ କଲ୍‌ ସେଣ୍ଟର ରେ କାର୍ଯ୍ୟ କରୁ ଥିଲେ। ସେଠାରୁ ଉଭୟ ଙ୍କ ମଧ୍ୟରେ ଦେଖା ସାକ୍ଷାତ ହୋଇ ଥିଲା। ପ୍ରଥମେ ଡେଟିଂ ଓ ପରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠି ଥିଲା। ଉଭୟ ବିବାହ ପାଇଁ ପରିବାର କୁ ଜଣାଇ ଥିଲେ। ହେଲେ ପରିବାର ଲୋକେ ଏଥିରେ ରାଜି ହୋଇ ନ ଥିଲେ। ପରେ ଉଭୟ ଦିଲ୍ଲୀ ଆସି ମେହରଉଲି ରେ ଏକ ଫ୍ଲାଟ୍‌ ରେ ଲିଭ୍ ଇନ୍‌ ରେ ରହୁ ଥିଲେ।

ହେଲେ ହଠାତ୍‌ ଶ୍ରଦ୍ଧା ଘର ଲୋକ ଙ୍କ ଫୋନ୍‌ ଆଉ ରିସିଭ୍‌ କଲେ ନାହିଁ। ଝିଅ ସହ କୌଣସି ଯୋଗାଯୋଗ ନ ହୋଇ ପାରିବା ରୁ ସନ୍ଦେହ କରି ଗତ ନଭେମ୍ବର 8 ତାରିଖ ରେ ତାଙ୍କ ବାପା ବିକାଶ ମଦନ ଦିଲ୍ଲୀ ରେ ପହଞ୍ଚି ଶ୍ରଦ୍ଧା ରହୁ ଥିବା ଫ୍ଲାଟ୍‌ କୁ ଯାଇ ଥିଲେ। ହେଲେ ଫ୍ଲାଟ୍‌ ରେ ତାଲା ପଡ଼ି ଥିବା ଦେଖି ପୋଲିସ୍‌ ରେ ସେ ଅପହରଣ ଅଭିଯୋଗ କରି ଥିଲେ। ଅଭିଯୋଗ ଆଧାର ରେ ପୋଲିସ୍‌ ଶ୍ରଦ୍ଧା ଙ୍କ ବୟଫ୍ରେଣ୍ଡ୍‌ ଅଫତାବ ଙ୍କୁ ଶନିବାର ଗିରଫ କରି ଥିଲା।

ଏହାପରେ ଚାଞ୍ଚଲ୍ୟକର ଖୁଲାସା ହୋଇ ଥିଲା। ଶ୍ରଦ୍ଧା ଙ୍କୁ ଅଫତାବ ହତ୍ୟା କରି ଥିବା ଜଣା ପଡ଼ିଥିଲା। ପଚରାଉଚରା ବେଳେ ଅଫତାବ ଚାଞ୍ଚଲ୍ୟକର ଖୁଲାସା କରି ଥିଲା। ତଦନ୍ତ ବେଳେ ଜଣା ପଡ଼ି ଥିଲା ଯେ, ଅଫତାବ ଙ୍କୁ ବିବାହ କରିବାକୁ ଚାହୁଁ ଥିଲେ ଶ୍ରଦ୍ଧା। ଏଥି ପାଇଁ ସବୁବେଳେ ଉଭୟ ଙ୍କ ମଧ୍ୟ ପାଟିତୁଣ୍ଡ ଲାଗି ରହୁଥିଲା।

ସୂଚନାଥାଉ କି, ଗତ ମେ’ ମାସରେ ଶ୍ରଦ୍ଧା ଙ୍କୁ ହତ୍ୟା କରିଥିଲା ଅଫତାବ୍‌। ଏହାପରେ ଶରୀର କୁ 35 ଖଣ୍ଡ କରି କାଟି ସେ ଫ୍ରିଜ୍‌ରେ ରଖି ଥିଲା। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଶ୍ରଦ୍ଧାଙ୍କ ମୃତଦେହ ଫିଙ୍ଗିବାକୁ ରାତି 2 ଟା ବେଳେ ସବୁଦିନ ବାହାରକୁ ଯାଉଥିଲା ଅଫତାବ। ଖାଲି ଏତିକି ନୁହେଁ ଶରୀର କୁ 35 ଖଣ୍ଡ କରି କାଟି ଏହାକୁ ସେ ମେହରଉଲି ଜଙ୍ଗଲ ର ବିଭିନ୍ନ ସ୍ଥାନରେ ଫିଙ୍ଗି ଥିଲା। 18 ଦିନ ଧରି ସେ ଏଭଳି କରି ଥିଲେ। ଅନ୍ୟପକ୍ଷେ, ପୋଲିସ୍‌ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ଶ୍ରଦ୍ଧାଙ୍କ ମୃତଦେହ ଖୋଜୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.