Gas,Acidity – ( ଗ୍ୟାସ୍,ଏସିଡିଟି,କବଜ,କୋଷ୍ଠ କାଠିନ୍ୟ ) ୫ମିନିଟ୍ ରେ ଭଲ ହେବ |

0 34

ଆପଣଙ୍କୁ କାଷ୍ଠ କାଠିନ୍ୟ ସମସ୍ୟା ରହୁଛି କି ? ଆପଣଙ୍କ ପେଟ ଫୁଲିବା, ଛାତି ରେ ଜଲନ ହେବା ଓ ଏସିଡିଟି ଆଦି ସମସ୍ୟା ରହୁଛି କି ? ତେବେ ଏହି ସବୁ ସମସ୍ୟା ରୁ ମୁକ୍ତି ପାଇଁ ଆଜି ଆମେ ଆପଣଙ୍କୁ କହିବୁ ଏକ ଚମତ୍କାର ଘରୋଇ ଉପାୟ ଯାହା ଦ୍ୱାରା ଆପଣ ଏସବୁ ରୁ ସମ୍ପୂର୍ଣ ମୁକ୍ତି ପାଇ ପାରିବେ। ତେବେ ଚାଲନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ ଯାହା ଦ୍ୱାରା କି ଆପଣ ଏହି ସବୁ ସମସ୍ୟା ରୁ ମୁକ୍ତି ପାଇ ପାରିବେ।

ତେଣୁ ଆଜିର ଯୋଉ ଉପଚାର ବିଷୟରେ ଆମେ କହିବାକୁ ଯାଉଛୁ ତାହା ବହୁତ ଶକ୍ତିଶାଳୀ ଉପାୟ ଅଟେ। ଏହାକୁ କରିବାର ମାତ୍ର ପାଞ୍ଚ ମିନିଟ ଭିତରେ ଆପାନଙ୍କୁ ଭୟଙ୍କର ଗ୍ୟାସ ରୁ ମୁକ୍ତି ମିଳିପାରିବ।

ଆବଶ୍ୟକ ସାମଗ୍ରୀ।

ଏକ ଗ୍ଲାସ ପାଣି , ଲେମ୍ୱୁ , ଜିରା, ଡାଲଚିନି ଏବଂ କଳାଲୁଣ।

ଏହା କୁ ପ୍ରସ୍ତୁତ କରିବା ପାଇଁ ଆପଣ ଗ୍ୟାସ ରେ ଏକ ଗ୍ଲାସ ପାଣି ଗରମ କରନ୍ତୁ। ଏହା ପରେ ଆପଣ ସେହି ପାଣିରେ ଏକ ଚାମଚ ଜିରା ପକାନ୍ତୁ। ଜିରା ଆପଣ କୌଣସି ବି ସ୍ଥାନରେ ସହଜରେ ପାଇ ପାଇରିବେ।

ଆୟୁର୍ବେଦ ଅନୁସାରେ ଜିରା ଗୋଟେ ଏପରି ମସଲା ଯାହାକି ହଜମ କାରୀ ରସ କୁ ଉତ୍ପାଦିତ କରେ ଓ ଗ୍ୟାସ ଏସିଡିଟି ଓ ପେଟ ସମସ୍ୟା ଭଳି ଆଦି ସବୁ ରୁ ମୁକ୍ତି ଦେଇ ଥାଏ। ଏହା ପରେ ଏଥିରେ ଅଳ୍ପ ପରିମାଣରେ ଡାଲ ଚିନି ପକାନ୍ତୁ। ଡାଲ ଚିନି ରେ ମଧ୍ୟ କିଛି ସକ୍ରିୟ ଉପାଦାନ ଥାଏ ଯାହାକି ହଜମ ପ୍ରକ୍ରିୟା ରେ ସାହାଯ୍ୟ କରେ। ଏହା ପରେ ଏହାକୁ ଲୋ ଫେମ ରେ ଅଳ୍ପ ସମୟ ଗରମ କରିବାକୁ ଛାଡି ଦିଅନ୍ତୁ।

ତାପରେ ପାଞ୍ଚ ମିନିଟ ପରେ ଆପଣ ସେହି ପାଣି କୁ କାଢି ଦିଅନ୍ତୁ ଓ ଭଲ ଭାବରେ ଛାଙ୍କି ଦିଅନ୍ତୁ। ଏହା ପରେ ଆପଣ ଏଥିରେ ଫାଳେ ଲେମ୍ବୁ କୁ ଭଲ ଭାବାରେ ଚିପୁଡି ଦିଅନ୍ତୁ ଓ ଏଥିରେ କଲା ଲୁଣ ଏକ ଚାମଚ ମିଶାନ୍ତୁ। କଳାଲୁଣ ରେ କ୍ଷରୀୟ ଗୁଣ ରହିଛି ଯାହା କି ପେଟର ଅମ୍ଳ ଅଂଶ କୁ କମ କରେ । ବର୍ତମାନ ସେହି ସବୁ ସାମଗ୍ରୀ କୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ଯାହା ଫଳରେ ଆପଣଙ୍କ ର ଉପଚାର ଟି ଭଲ ଭାବରେ ପ୍ରସ୍ତୁତ ହୋଇ ଯିବ।

ତେବେ ଏହାକୁ ଆପଣ ପ୍ରତିଦିନ ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ ବହିଟି ଲାଭ ମିଳିଥାଏ। ଆପଣ ଏହାକୁ ପ୍ରତିଦିନ ସକାଳୁ ଓ ସନ୍ଧ୍ୟାରେ ସେବନ କରନ୍ତୁ। ଦେଖିବେ ଆପଣଙ୍କୁ ନିଶ୍ଚିତ ଭାବରେ ମାତ୍ର ପାଞ୍ଚ ମିନିଟ ଭିତରେ ପେଟ ବଥା ଗ୍ୟାସ ଓ ଏସିଡିଟି ସହ ଛାତି ଜଳାପୁଡା ଆଦିରୁ ସମ୍ପୂର୍ଣ ମୁକ୍ତି ମିଳିଯିବ। ଏହି ଉପଚାର କୁ ଲଗାତାର ବ୍ୟବହାର କରନ୍ତୁ ଆପଣ ଏହି ସବୁ ସମସ୍ୟା ରୁ ମୁକ୍ତି ପାଇପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.