ଗାଧେଇବା କିମ୍ବା ଖାଇବା ଆଗରୁ ପରିଶ୍ରା କଲେ କଣ ଲାଭ ମିଳିଥାଏ – Ajira odia sadhu bani
ମଣିଷ ଜୀବନରେ ସବୁଦିନ ବିଭିନ୍ନ ପ୍ରକାରର ପରିବର୍ତ୍ତନ ହୋଇଥାଏ। ଏହା ସହିତ ମଣିଷ ଜୀବନ ବହୁତ ସମୟରେ ଅନେକ ନୀତି ନିୟମ ଅନୁସାରେ ସବୁକିଛି କାମ କରିବାକୁ ପଡ଼ିଥାଏ। ତେବେ ଲୋକେ ସମାଜରେ ସୁଖ ସମୃଦ୍ଧି ରେ ବଞ୍ଚିବା ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି। ତେବେ ଆମ ଶାସ୍ତ୍ର ଅନୁସାରେ ମଣିଷ ଜୀବନରେ କଣ କରିବା ଉଚିତ୍ ନ କରିବା ଉଚିତ୍ ସେହି ସବୁ ନୀତି ନିୟମ ବିଷୟରେ ଆଜି ଆମେ ଆପଣଙ୍କୁ ଜଣେଇବୁ।
୧- ମନେ ରଖିବେ ଯଦି କେବେ ଆପଣଙ୍କ ଘର ଉପରେ ଧଳା ପେଚା ବିଶେ ତାହେଲେ ତାହା ଶୁଭ ଆଉ ଘରେ ଧଳା ପେଚା ରହିଲେ ତାହେଲେ ଧନ ଲାଭ ହେଇଥାଏ ।
୨-ପ୍ରତ୍ୟେକ ବ୍ୟକ୍ତି ମନେ ରଖିବେ ଆପଣ ସକାଳୁ ଉଠିଲେ ପ୍ରଥମେ ମୁହଁ ଧୋଇବେ ତାପରେ ଯାଇ ଆଇନା ଦେଖିବେ ।ମୁହଁ ନଧୋଇ ଆଇନା ଦେଖିଲେ ବହୁତ ଖରାପ ହେଇଥାଏ ।
୩-ମନେ ରଖନ୍ତୁ ଘରେ ନେଉଳ ବା ଧଳା ପାରା ପାଳିଲେ ତାହା ଖୁବ ଶୁଭ ଫଳ ଦେଇଥାଏ ।
୪-ସକାଳୁ ଉଠି ପ୍ରଥମେ ନିଜ ହାତ କୁ ଯୋଡି ଦେଖିଲେ ଖୁବ ଭଲ ଆଉ ନିଜ ବାପାମାଆ ଓ ଦେବାଦେବୀ ଙ୍କୁ ଦର୍ଶନ କରିବା ଦ୍ଵାରା ଖୁବ ଶୁଭ ହେଇଥାଏ ।
୫ – ତେବେ ସନ୍ଧ୍ୟା ସମୟରେ କେବେ ହେଲେ ଖାଇବେ ନାହିଁ,ପଡିବେ ନାହିଁ, ଶୋଇବେ ନାହିଁ ଓ ମୈଥୁନ କରିବେ ନାହିଁ ।
୬-ତେବେ ସବୁଠାରୁ ବଡ଼ କଥା ଆପଣ କେବେ ଉଲଗ୍ନ ହେଇ ଗାଧାନ୍ତୁ ନାହିଁ ଏପରି କଲେ ବହୁତ ଅଶୁଭ ତ ହେଇଥାଏ ତା ଛଡା ଆପଣଙ୍କ ପାଖରେ ଥିବା ପିତୃ ପୁରୁଷ ଙ୍କ ଖରାପ ନଜର ପଡିଥାଏ ।
୭- ତେବେ ମନେ ରଖିବେ ଆପଣ ନିଜ ଘରେ ଠାକୁର ପୂଜା କରୁଥିବେ ତେବେ ଯେତେବେଳେ ବି ଠାକୁର ପୂଜା କରିବେ ସେତେବେଳେ ଠାକୁରଙ୍କ ମୁହଁ ପୂର୍ବ ଦିଗ କୁ ରହିବ ଆଉ ପୂଜା କରୁଥିବା ବ୍ୟକ୍ତିର ମୁହଁ ଯେମିତି ପଶ୍ଚିମ ଦିଗ କୁ ରହିବ ।
୮ -ତେବେ ମନେ ରଖିବେ ଘରେ ଝାଡୁ କେବେ ଖୋଲା ସ୍ଥାନରେ ରଖିବେ ନାହିଁ ଆଉ ଝାଡୁ କୁ କେବେ ଗୋଡ଼ରେ ଆଡେଇବେ ନାହିଁ ।ଏହା କଲେ ଖୁବ ଖରାପ ହେଇଥାଏ ।
୯-ମନେ ରଖିବେ ମୁଣ୍ଡରେ,ପାଦରେ ଓ ଗାଲରେ କେବେ ହାତ ରଖି ଖାଇ ବସିବେ ନାହିଁ ।
୧୦ -ନାରୀ ମନେ ସିନ୍ଦୁର ପିନ୍ଧିଲା ବେଳେ କେବେ ଆଙ୍ଗୁଳିରେ ସିନ୍ଦୁର ପିନ୍ଧନ୍ତୁ ନାହିଁ ରୁପା କଣ୍ଟା ବା ପଇସାରେ ସିନ୍ଦୁର ପିନ୍ଧିବେ ।
୧୧-ସକାଳେ କେବେ ଅଧିକ ସମୟ ଧରି ବିଛଣା ରୁହନ୍ତୁ ନାହିଁ ଜଲଦି ଉଠିବା ଦ୍ଵାରା ଆପଣଙ୍କ ଦେହ ମନ ସୁସ୍ଥ ରହିଥାଏ ।ଆଉ ଏମିତି ଅଭ୍ୟାସ ଯୋଗୁ ଆପଣ ଜୀବନରେ ସବୁବେଳେ ସଫଳତା ହାସଲ କରିଥାନ୍ତି ।