ଅସ୍ତ୍ରୋପଚାର କରି ଲିଙ୍ଗ ପରିବର୍ତ୍ତନ କଲେ ଶିକ୍ଷୟିତ୍ରୀ,ଇଚ୍ଛା ହେଲା ଛାତ୍ରୀଙ୍କୁ ବିବାହ କରିବା ପାଇଁ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 1,436

ରାଜସ୍ଥାନର ଭରତପୁରରେ ଜଣେ ଶିକ୍ଷୟିତ୍ରୀ ନିଜ ଛାତ୍ରୀଙ୍କୁ ଭଲ ପାଇ ବସିଲେ। ଆଶ୍ଚର‌୍ୟ୍ୟଜନକ କଥା ହେଉଛି, ଛାତ୍ରୀ ମଧ୍ୟ ସେହି ଶିକ୍ଷୟିତ୍ରୀଙ୍କୁ ପ୍ରେମ କରିବା ଆରମ୍ଭ କଲେ। କାହାଣୀ କିନ୍ତୁ ଏଇଠି ଶେଷ ହେଲା ନାହିଁ। ଦୁଇଜଣ ନିଜ ପ୍ରେମକୁ ସାର୍ଥକ କରିବା ପାଇଁ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଲେ। କୁହନ୍ତି, ପ୍ରେମରେ ସବୁକିଛି ସମ୍ଭବ। ଯେତେବେଳେ ପ୍ରେମକୁ ପାଇବା ପାଇଁ ଜିଦ୍ ଥିବ, ସେତେବେଳେ କିଛି ବି ସମ୍ଭବ ହୋଇପାରିବ। ଏମିତି ହିଁ କିଛି କରି ଦେଖାଇଛନ୍ତି ମହିଳା ଶିକ୍ଷୟିତ୍ରୀ।

ପ୍ରେମ ଜ୍ୱର ଥରେ ମୁଣ୍ତରେ ଚଢ଼ିଲେ ଓହ୍ଲାଇବାକୁ ନାଁ ଧରେନି । ଠିକ୍‌ ଏଭଳି ଏକ ପ୍ରେମ କାହଣୀ ଏବେ ରାଜସ୍ଥାନରେ ଦେଖିବାକୁ ମିଳିଛି । ଲୋଭ କୁ ଲିଏ କୁଛ ଭି କରେଗା’ ମାନେ ପ୍ରେମ ପାଇଁ କିଛି ବି କରିପାରେ । ପ୍ରେମ ଅନ୍ଧ ହୋଇଥାଏ ବୋଲି ସମସ୍ତେ କୁହନ୍ତି, ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ରାଜସ୍ଥାନ ଭରତପୁରର ଅରବ କୁନ୍ତଲ ।

ପେଶାରେ ଶିକ୍ଷକତା କରୁଥିବା ଅରବ ସେହି ସ୍କୁଲର ଛାତ୍ରୀ କଳ୍ପନାଙ୍କୁ ମନେ ମନେ ଭଲ ପାଉଥିଲେ । ଏମିତିକି ତାଙ୍କୁ ବାହା ହେବା ଲାଗି ନିଜ ଲିଙ୍ଗ ପରିବର୍ତ୍ତନ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।କଥାରେ ଅଛି ‘ଏଭ୍ରି ଥିଙ୍ଗ ଇଜ୍‌ ଫେୟାର ଇନ୍‌ ଲଭ୍‌ ଆଣ୍ତ ୱାର୍‌’ ।

ପ୍ରେମ ପାଇଁ କିଏ କାହାର ଜୀବନ ନେଇଯାଉଛି ତ କିଏ ଜୀବନ ବି ଦେଇଦେଉଛି । ପ୍ରେମ ଜ୍ୱର ଥରେ ମୁଣ୍ତରେ ଚଢ଼ିଲେ ଓହ୍ଲାଇବାକୁ ନାଁ ଧରେନି । ଠିକ୍‌ ଏଭଳି ଏକ ପ୍ରେମ କାହଣୀ ଏବେ ରାଜସ୍ଥାନରେ ଦେଖିବାକୁ ମିଳିଛି । ଯେଉଁଠି ପ୍ରେମିକ ଜଣକ ବାହା ହେବା ପାଇଁ ଲିଙ୍ଗ ପରିବର୍ତ୍ତନ କରିଦେଇଛନ୍ତି ।

ଲିଙ୍ଗ ପରିବର୍ତ୍ତନ କରିଥିବା ପ୍ରେମିକ ବାସ୍ତବରେ ଜଣେ ଝିଅ ଥିଲେ । ସେ ରାଜସ୍ଥାନର ଏକ ସ୍କୁଲ୍‌ରେ ଖେଳ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ । ଏହି ସମୟରେ ସ୍କୁଲ୍‌ରେ ପାଠ ପଢ଼ୁଥିବା ଜଣେ ଛାତ୍ରୀ କଳ୍ପନାଙ୍କୁ ସେ ଭଲ ପାଇ ବସିଥିଲେ ।

ଏହାପରେ ସେ ତାଙ୍କୁ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ସେ କଳ୍ପନାଙ୍କୁ ବିବାହ କରିବା ପାଇଁ ଲିଙ୍ଗ ପରିବର୍ତ୍ତନ କରିବା ଭଳି ଚରମ ନିଷ୍ପତ୍ତି ନେଇଥିଲେ ।ଏଥିଲାଗି ୨୦୧୯ରେ ସେ ଅପରେସନ କରିଥିଲେ ଆରମ୍ଭ କରିଥିଲେ ଓ ୨୦୨୨ ଫେବୃଆରୀ ରେ ଅନ୍ତିମ ସର୍ଜରୀ ପରେ ମୀରା ସମ୍ପୂର୍ଣ ଭାବେ ଆରବ ହେଇଗଲା ।

ମହିଳାରୁ ପୁରୁଷ ହେବା ଲାଗି ଅରଭ ଅପରେସନ କରିବା ପରେ ନିଜ ଷ୍ଟୁଡେଣ୍ଟ କଲ୍ପନା ଙ୍କୁ ବିବାହ ଲାଗି ପ୍ରସ୍ତାବ ଦେଇଥିଲେ । ଶେଷରେ କଳ୍ପନା ଏଥିରେ ରାଜି ହେବା ପରେ ଏବେ ଦୁହେଁ ବିବାହ କରିଛନ୍ତି । ଏହି ବିବାହ ଏବେ ରାଜସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିବାହକୁ ଉଭୟ ପରିବାରର ଲୋକ ବି ମାନି ନେଇଛନ୍ତି ।

ଛାତ୍ରୀ କଳ୍ପନା କହିଛନ୍ତି, ‘ମୋ ସ୍କୁଲରେ ମୀରା ଶାରୀରିକ ଶିକ୍ଷୟିତ୍ରୀ ଥିଲେ। ସେ ହିଁ ମୋତେ ୧୦ମ ଶ୍ରେଣୀରୁ ଖେଳ ଶିଖାଇଛନ୍ତି। ମୋ ଖେଳ ହେଉଛି କବାଡ଼ି ଏବଂ ଆଜି ମୁଁ ଯାହା ବି କିଛି ହୋଇଛି, ସବୁ ମୋ ସ୍ୱାମୀ ଆରବଙ୍କ ଯୋଗୁ ହିଁ ହୋଇଛି। ମୁଁ ପ୍ରଥମରୁ ହିଁ ତାଙ୍କୁ ଚାହୁଁଥିଲି। ଯଦି ସେ ନିଜର ସର୍ଜରୀ କରାଇ ନ ଥାଆନ୍ତେ, ତା’ ହେଲେ ବି ମୁଁ ତାଙ୍କୁ ବିବାହ କରି ଥାଆନ୍ତି। ଯେତେବେଳେ ସେ ସର୍ଜରୀ କରାଇବାକୁ ଯାଇଥିଲେ, ସେତେବେଳେ ମୁଁ ତାଙ୍କ ସାଥୀରେ ଥିଲି’।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.