ମୋ ସ୍ୱାମୀ ଦିନରେ ପୁଅ ରାତିରେ ଝିଅ । ମତେ ନ୍ୟାୟ ଦିଅ।ଏମିତି କହିଲେ ସ୍ତ୍ରୀ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଇଞ୍ଜିନିୟର କହି ବାହା କରାଇ ଦେଲେ ହେଲେ ଜାଣିଲା ବେଳ କୁ ସ୍ୱାମୀ ଜଣେ ସମଲିଙ୍ଗୀ। ଇଞ୍ଜିନିୟର ନୁହେଁ, ବରଂ ସାଧାରଣ ଲେବର। ଚଳାଉ ଥିଲେ ସେକ୍ସ ରାକେଟ୍। ସ୍ୱାମୀ ଙ୍କ କଳାକାରନାମାର ଗଦା ଗଦା ଫଟୋ ଦେଖି ହତ ବାକ ସ୍ତ୍ରୀ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଞ୍ଚଳ ରୁ ଏମିତି ଏକ ଚାଞ୍ଚଲ୍ୟ କର ଘଟଣା ସାମ୍ନା କୁ ଆସିଛି। ସ୍ୱାମୀ ବିରୋଧ ରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ।
ସୋର ଥାନା ମୂଳି ସିଂହ ଗ୍ରାମ ର ଚିରଞ୍ଜୀତ ଖିଲାର। ନିଜ କୁ ଇଞ୍ଜିନିୟର କହି ୨୦୧୯ ମାର୍ଚ୍ଚ ୮ରେ ଖଇରା ଥାନା ଅଞ୍ଚଳ ର ଜଣେ ଯୁବତୀ ଙ୍କୁ ବିବାହ କରିଥିଲେ। ବିବାହ ର ୬ ମାସ ଠିକ୍ ଠାକ୍ ଚାଲିବା ପରେ ଚିରଞ୍ଜିତ ଙ୍କ ଅସଲ ପରିଚୟ ଜଣା ପଡ଼ି ଥିଲା। ଚିରଞ୍ଜିତ କାମ କରୁଥିବା ସହର ସୁରତ କୁ ଯାଇ ଥିଲେ ପୀଡ଼ିତା ମହିଳା।
ସେଠି ଯାଇ ଯାହା ଜାଣିଲେ ତାଙ୍କ ପଦ ତଳୁ ମାଟି ଖସି ଗଲା। ସ୍ୱାମୀ ଯେ ଜଣେ ସମଲିଙ୍ଗୀ ଜାଣି ପାରି ଥିଲେ ପତ୍ନୀ। ଦିନ ରେ ପୁଅ ରାତି ରେ ଝିଅ ବେଶ। ତା ସହ ଚଳାଉଛନ୍ତି ସେକ୍ସ ରାକେଟ। ଏ କଥା ଜାଣିବା ପରେ ବିରୋଧ କରି ଥିଲେ ପତ୍ନୀ।
ହେଲେ ତା ବଦଳ ରେ ମିଳି ଥିଲା ଅକଥନୀୟ ଅତ୍ୟାଚାର। ଦେହ ବ୍ୟବସାୟ ରେ ସାମିଲ ହେବା କୁ ପତ୍ନୀ କୁ ଜୋର ଜବରଦସ୍ତ ବାଧ୍ୟ କରି ଥିଲେ ଚିରଞ୍ଜିତ। ଆଉ ସ୍ୱାମୀ ଚିରଞ୍ଜିତ ଙ୍କ ସବୁ କାରନାମା ରେ ଶାଶୂ ଶ୍ୱଶୁର ଓ ନଣଦ ସାମିଲ୍ ଅଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପୀଡ଼ିତ ମହିଳା।
ଅତ୍ୟାଚାର ସହି ନ ପାରି ସୁରତ ରେ ଥାନା ର ଦ୍ୱାରସ୍ଥ ହୋଇ ଥିଲେ ମହିଳା। ହେଲେ ଚିରଞ୍ଜିତ ମିଠା ମିଠା କଥା କହି ଭୂଆଁ ବୁଲାଇ ପତ୍ନୀ ଙ୍କୁ ଘର କୁ ପଠାଇ ଦେଇ ଥିଲେ। କିନ୍ତୁ ତଥାପି ସୁଧରି ଲେନି ଚିରଞ୍ଜିତ କି ବଦଳିଲାନି ତାଙ୍କ ସ୍ୱଭାବ।ସେ ଦେହ ବ୍ୟବସାୟ କରିଥିଲେ ଓ ତାଙ୍କର ଗୋଟିଏ କୋଠିରେ କାମ କରୁଥିଲେ ଦିନ ରେ ପୁଅ ହୋଇଥିବା ବେଳେ ରାତିରେ ହୋଇଥିଲେ ଝିଅ ଓ ଦେହର ଭୋକ ମେଟା ଉଥିଲେ ।
ଏବେ ଖଇରା ଥାନା ରେ ଦ୍ୱାରସ୍ଥ ହୋଇ ନ୍ୟୟ ମାଗି ଛନ୍ତି ପୀଡ଼ିତା। ତେବେ ଏ ନେଇ ଚିରଞ୍ଜିତ ଙ୍କ ପକ୍ଷ ରୁ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।ଚିରଞ୍ଜିତ ନକର ଏହି ରୂପ କୁ ସାମ୍ନା କୁ ଆଣି ଥିଲେ ତାଙ୍କ ପତ୍ନି । ତାଙ୍କ ପତ୍ନୀ କୁ ଜବରଦସ୍ତ ବାଧ୍ୟ କରି ଥିଲେ ଦେହ ବ୍ୟବସାୟ କରିବା ପାଇଁ ।
ସେ ବିରୋଧ କରିବାରୁ ଚିରଞ୍ଜିତ ତାଙ୍କୁ ଖୁବ ମାଡ଼ ମାରିଥିଲେ ।ତାଙ୍କର ଏହି ଘୃଣ୍ୟ କାମ କୁ ପ୍ରଶୟ ଦେଇଥିଲେ ତାଙ୍କ ବାପା, ମା ଓ ଭଉଣୀ ତାଙ୍କୁ ଏହି କାମରେ ସାହଯ୍ୟ କରିଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।