ମୁଣ୍ଡରେ ବାଳ ପାଚିଲେ ( WHITE HAIR ) କଣ କରିବେ ? | DR. SWETA
ଅଳ୍ପ ବୟସରେ ମୁଣ୍ଡର କେଶ ଧଳା ପଡ଼ିଗଲେ ବା ପାଚି ଗଲେ ଦୁଃଖ ଲାଗିବା ସ୍ୱାଭାବିକ୍। ହେଲେ ଏହାକୁ ନେଇ ଲୋକମାନେ ଚିଡ଼ାଇବା ଆରମ୍ଭ କରି ଦେଇଥାନ୍ତି। ଯାହା ଆମକୁ ଖରାପ ଲାଗିବା ସହ କଷ୍ଟ ମଧ୍ୟ ହୋଇଥାଏ। ଆଜିକାଲି ଅଧିକାଂଶ ଲୋକଙ୍କର ମୁଣ୍ଡର କେଶ ଧଳା ପଡ଼ି ଯାଉଥିବା ଦେଖିବାକୁ ମିଳିଛି। ଅଳ୍ପ ବୟସର ଯୁବକ ଯୁବତୀମାନେ ମଧ୍ୟ ଏନେଇ ଚିନ୍ତିତ ଥିବା ଜଣାପଡ଼ିଛି।
ଯଦି ଅଳ୍ପ ବୟସରେ ମୁଣ୍ଡର କେଶ ଧଳା ପଡ଼ିଗଲେ ବା ପାଚି ଗଲେ ଦୁଃଖ ଲାଗିବା ସ୍ୱାଭାବିକ୍। ହେଲେ ଏହାକୁ ନେଇ ଲୋକମାନେ ଚିଡ଼ାଇବା ଆରମ୍ଭ କରି ଦେଇଥାନ୍ତି। ଯାହା ଆମକୁ ଖରାପ ଲାଗିବା ସହ କଷ୍ଟ ମଧ୍ୟ ହୋଇଥାଏ। ଆଜିକାଲି ଅଧିକାଂଶ ଲୋକଙ୍କର ମୁଣ୍ଡର କେଶ ଧଳା ପଡ଼ି ଯାଉଥିବା ଦେଖିବାକୁ ମିଳିଛି।
ଅଳ୍ପ ବୟସର ଯୁବକ ଯୁବତୀମାନେ ମଧ୍ୟ ଏନେଇ ଚିନ୍ତିତ ଥିବା ଜଣାପଡ଼ିଛି। ଆମେ ଭାବିଥାଉ କି ମୁଣ୍ଡରେ ଅନେକ ଜିନିଷ ପ୍ରୟୋଗ କରିବା ଫଳରେ ଏସବୁ ହୋଇଥାଏ। ହୁଏତ ଏହା ମଧ୍ୟ ଏକ କାରଣ ହୋଇପାରେ, ହେଲେ ଏମିତି କିଛି ଛୋଟ ଛୋଟ ଜିନିଷ ଅଛି ଯାହାକୁ ଆମେ ଅଣଦେଖା କରିବା ଫଳରେ କେଶର ରଙ୍ଗ କଳାରୁ ଧଳା ହୋଇଥାଏ।
ଏଠି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ କହିବୁ ଯାହାକୁ ଟିକେ ଧ୍ୟାନ ଦେଲେ ଆପଣଙ୍କର କଳା କେଶ ଧଳା ହେବନି । ତାହାବି ପୁଣି ବିନା ପଇସାରେ। ଏଥିପାଇଁ ଆପଣଙ୍କୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବନି।ତେବେ ଆସନ୍ତୁ ଜାଣିବା ଧଳା କେଶରୁ କେମିତି ମୁକ୍ତି ପାଇବେ…ବେଶୀ ଚିନ୍ତା ରହିବା ଯୋଗୁ ମୁଣ୍ଡର କେଶ ଧଳା ହୋଇଥାଏ।
ତେଣୁ ଯଥା ସମ୍ଭବ ଚିନ୍ତାମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ।ଆପଣ ଖାଉଥିବା ଖାଦ୍ୟରେ ପରିବର୍ତ୍ତନ ଆଣନ୍ତୁ। ଖାଦ୍ୟରେ ପୋଷକତତ୍ତ୍ୱ ରହିଲେ ଏହା ଶରୀର ପାଇଁ ଅନେକ ଫାଇଦା ଆଣିଥାଏ। ଏହାର ପ୍ରଭାବ ଆପଣଙ୍କ ମୁଣ୍ଡ କେଶକୁ ନୂଆ ଜୀବନ ଦେବାରେ ସାହାଯ୍ୟ କରିଥାଏ।
ଅଳ୍ପ ବୟସରେ କେଶ ଧଳା ହେବା ପଛରେ ସବୁଠୁ ବଡ଼ କାରଣ ହେଉଛି ଧୂମ୍ରପାନ। ଯଦି ଆପଣ ଧୂମ୍ରପାନର ଅଭ୍ୟାସ ଛାଡ଼ି ଦେବେ ତେବେ ଅସମୟରେ ବା ଅଳ୍ପ ବୟସରେ ମୁଣ୍ଡର କେଶ ଧଳା ହେବାରୁ ଏହା ରକ୍ଷା କରିଥାଏ।ଆପଣଙ୍କ ସବୁବେଳେ ଭଲରେ ଶୋଉଛନ୍ତି!
ତେବେ ଏହା ଆପଣଙ୍କୁ ଅନେକ ଫାଇଦା ଦେଇଥାଏ। ନିଦ ଭଲରେ ହେଲେ ଚିନ୍ତାରୁ ମୁକ୍ତି ମିଳିଥାଏ ଆଉ କେଶ ଉପରେ ଏହା କେଶ ଉପରେ ଏହାର ଭଲ ପ୍ରଭାବ ପଡ଼ିଥାଏ।ମୁଣ୍ଡରେ ତେଲ ଲଗାନ୍ତି ତାହେଲେ ନଡ଼ିଆ ତେଲ ମଧ୍ୟ ଚୁଟି କଳା କରିଥାଏ ।
କେଶ ପାଚିବାର ଆମର ଜେନେଟିକ ପ୍ରୋବ୍ଲେମ ଅର୍ଥାତ ଆପଣ ଙ୍କର ବଂଶ ରେ ଯଦି ବାପା ଜେଜେବାପା, ମା ଙ୍କର କମ ବୟସରୁ ଅର୍ଥାର 15-20 ବର୍ଷ ବୟସରେ ଚୁଟି ପାଚିଯାଏ ତାହେଲେ ଆମର ମଧ୍ୟ ପାଚି ଥାଏ ।ପୁରୁଷ ହୁଅନ୍ତୁ ବା ମହିଳା ସେମାନଙ୍କର ଶରୀରରେ ମେଲାଲିନ ର ଅଭାବ ହେବା ଯୋଗୁଁ ମଧ୍ୟ ଚୁଟି ପାଚିଥାଏ । କାରଣ ଆମେ ଜାଣିଛୁ କି ମେଲାଲିନ ଆମ ର ଚୁଟି କୁ କଳା ରଖିଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।