ସାମ୍ବାଦିକଙ୍କୁ କାଠ ଫାଳିଆ ଧରି ଗୋଡ଼ାଇଲେ ମହିଳା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 531

ଅର୍ଚ୍ଚନା ନାଗ ଘଟଣାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ । ମାମଲା ରୁଜୁ କଲା ED ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନା ନାଗ ଏବଂ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନାଁରେ ମାମଲା ରୁଜୁ କରିଛି । ଅର୍ଚ୍ଚନା ନାଗଙ୍କ ସହ ମୋଟ ୪ ଜଣଙ୍କ ନାଁରେ ମାମଲା ।

ଖଗେଶ୍ୱର ସାହୁ ଏବଂ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ବି ମାମଲା ହୋଇଛି । ଅର୍ଚ୍ଚନା ଲିଙ୍କରେ ସଂପୃକ୍ତ ଥିବା ଲୋକଙ୍କୁ ଖୁବ୍‌ଶୀଘ୍ର ନୋଟିସ୍ କରିବ ଇଡି । ଅଭିଯୁକ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ଖୋଳତାଡ଼ ବି କରାଯାଉଛି । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇଡି । ଅଭିଯୁକ୍ତଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟର ଖୋଳତାଡ଼ ବି କରାଯାଉଛି । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଇଡି ।

ଗତ ୨୭ ଅକ୍ଟୋବରରେ ଇଡି ହାତରେ ଲାଗିଥିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲା । ଅର୍ଚ୍ଚନା ବିରୋଧରେ ହୋଇଥିବା ଦୁଇଟି ଯାକ ଏଫ୍‌ଆଇଆର କପି ଇଡି ହାତରେ ଲାଗିଥିଲା । କମିଶନରେଟ୍ ପୋଲିସ ପକ୍ଷରୁ ଏହି ଏଫ୍‌ଆଇଆର୍‌ କପିଗୁଡ଼ିକ ଇଡିକୁ ହସ୍ତାନ୍ତର କରାଯାଇଥିଲା ।

ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ଦୁଇଟି ପୃଥକ ପୃଥକ FIR କପି ଇଡିକୁ ହସ୍ତାନ୍ତର କରିଥିଲା କମିଶନରେଟ ପୋଲିସ ।ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ବିରୋଧରେ ନୟାପଲ୍ଲୀ ଥାନାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା କରିଥିବା ଏଫ୍‌ଆଇଆର କପି ଇଡିକୁ ଦିଆଯାଇଥିବା ବେଳେ ଖଣ୍ଡଗିରି ଥାନାରେ ଅନ୍ୟ ପୀଡ଼ିତ ଯୁବତୀ ଦାଖଲ କରିଥିବା ଏଫ୍‌ଆଇଆର୍ ମଧ୍ୟ ଇଡି ନିକଟରେ ଦାଖଲ କରିଥିଲା ପୋଲିସ ।


ଇଡି ଏହି ମାମଲା ନିଜ ହାତକୁ ନେଇଛି। ପ୍ରାଥମିକ ଭାବେ ଇଡି ଅର୍ଚ୍ଚନା ଏବଂ ଧନଞ୍ଜୟ ଚାନ୍ଦଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଳତାଡ କରିଛି। ଯେଉଁଥିରେ ସେମିତି କିଛି ଆର୍ଥିକ କାରବାରର ଟେର ପାଇନି ଇଡି। ହେଲେ ଯେଉଁମାନେ ପଇସା ପଠାଇଛନ୍ତି !

ସେମାନଙ୍କ ତାଲିକା ପ୍ରସ୍ତୁତ କରି ପଚରାଉଚରା କରିବ ବୋଲି ସୂଚନା ରହିଛି। ଏବେ କେବଳ ଅର୍ଚ୍ଚନାଙ୍କ ବିରୋଧରେ ଖଣ୍ଡଗିରି ଥାନାରେ ଏତଲା ଦେଇଥିବା ଯୁବତୀ ଶ୍ରଦ୍ଧାଞ୍ଜଳି ଏବଂ ଧନଞ୍ଜୟଙ୍କ ସ୍ୱାମୀଙ୍କୁ ଇଡି ସମନ ପଠାଇଛି। ହାଜର ନହେଲେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି।

ଅର୍ଚ୍ଚନା ନାଗ ଯାହା ଜିନିଷ କିଣି ଥିଲେ ସେ ଟଙ୍କା ନଗଦ ଦେଇଦେଉଥିଲେ କାରବାର କରିଥବାରୁ ଏହାର ଖୋଳତାଡ କରିବାକୁ ପ୍ରୟାସ କରିଛି ଇଡି। ଅର୍ଚ୍ଚନା ଦାମୀ ଜିନିଷ କିଣା ଥିବା ଦୋକାନ ବା ସୋରମୁକୁ ଯାଇ ଇଡିର ଏକି ଟମ୍ ପଚରାଉଚରା କରିବ ବୋଲି ସୂଚନା ରହିଛି। ଯଦି ସଂପୃକ୍ତ ସୋରୁମ କିମ୍ବା ଦୋକାନୀ ନିୟମ ବାହାରକୁ ଯାଇ ନଗଦ ଟଙ୍କା କାରବାର କରିଥିବେ ତାହେଲେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରେ ।

ଏହି ନେଇ ଯୁବତୀ ଶ୍ରଦ୍ଧାଞ୍ଜଳି ବେହେରା ଙ୍କ ଘର କୁ କଟକ ବାଙ୍କୀ ଥରେ ଇଡି ପହଞ୍ଚିଥିଲା ତାଙ୍କ ସହିତ ଯାଇଥିଲେ ଗଣମାଧ୍ୟମ ଓ ସାମ୍ବାଦିକ ପ୍ରଶ୍ନ ପଚାରିବାରୁ ଶ୍ରଦ୍ଧାଞ୍ଜଳି ଙ୍କ ମାଆ ସାମ୍ବାଦିକ ଙ୍କୁ କାଠ ଫାଳିଆ ନେଇ ମାଡ଼ ମାରିବାକୁ ଆସି ଥିଲେ ନେଇ ଗଡାଇଲେ । ତାପରେ ସାମ୍ବାଦିକ ପୋଲିସ୍ ଥାନା ରେ ଅଭିଯୋଗ କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.