Big News – ଗୁରୁତ୍ୱର ଅବସ୍ଥାରେ ହସ୍ପିଟାଲରେ ଭାରତୀୟ କ୍ରିକେଟର ଋଷଭ ପନ୍ତ…ଦେଖନ୍ତୁ viral ଭିଡ଼ିଓ ଟିକୁ…

0 283

ଭାରତୀୟ କ୍ରିକେଟର ଋଷଭ ପନ୍ତଙ୍କ ଦୁର୍ଘଟଣା ସମସ୍ତ କ୍ରିକେଟ୍ ଜଗତକୁ ସ୍ତବ୍ଧ କରି ଦେଇଛି। ଦୁର୍ଘଟଣା ପରେ ପନ୍ତଙ୍କ ଫଟୋ ଏବଂ ତାଙ୍କର ଜଳିଯାଇଥିବା କାର୍‌ର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ପ୍ରଶଂସକମାନେ ପନ୍ତଙ୍କ ଦୁର୍ଘଟଣା ପରେ ସୋସିଆଲ ମିଡିଆରେ ଫଟୋ ଗୁଡ଼ିକ କ୍ରମାଗତ ଭାବରେ ସେୟାର କରୁଛନ୍ତି । କିନ୍ତୁ ବର୍ତ୍ତମାନ ଋଷଭ ପନ୍ତଙ୍କ କାର ଦୁର୍ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି ଯେଉଁଥିରେ ପନ୍ତଙ୍କ କାର କେଉଁଭଳି ଭାବେ ଯାଇ ଡିଭାଇଡରରେ ପିଟି ହୋଇଥିଲା ତାହା ଦେଖିବାକୁ ମିଳିଛି ।

କାର ଦୁର୍ଘଟଣାରେ କ୍ରିକେଟର ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଏ ନେଇ ବିସିସିଆଇ ତରଫରୁ ସୂଚନା ଦିଆଯାଇଛି । ଦିଲ୍ଲୀରୁ ରୁଡକି ଯିବା ସମୟରେ ଋଷଭଙ୍କ କାର ଦୁର୍ଘଟଣା ହୋଇଥିଲା । ଡିଭାଇଡରରେ ପିଟି ହୋଇ ପନ୍ତଙ୍କ କାରଟି ଜଳିଯାଇଥିଲା ।

ପରେ ଲୋକେ ସେଠାରୁ ଉଦ୍ଧାର କରି ଏକ ଆମ୍ବୁଲାନ୍ସରେ ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲେ । ଦିଲ୍ଲୀରୁ ଘରକୁ ଯାଉଥିବା ବେଳେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ଦୁର୍ଘଟଣା ମାଙ୍ଗାଲୋର କୋଟୱାଲୀର ଏନ.ଏଚ ୫୮ରେ ଘଟିଛି ।ପନ୍ତଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ପନ୍ତଙ୍କ କାର ଦେଖିଲେ ଲାଗୁଛି ଏହି ଦୁର୍ଘଟଣା କେତେ ଭୟଙ୍କର ଥିଲା । ପନ୍ତଙ୍କ ମୁଣ୍ଡ ଓ ଗୋଡ ଦେହରେ ଗଭୀର ଆଘାତ ଲାଗିଛି । ପନ୍ତଙ୍କ ଗୋଡ ଭାଙ୍ଗି ଯାଇଛି ବୋଲି ସୂଚନା ରହିଛି । ତାଙ୍କ ଜୀବନ ପ୍ରତି ବିପଦ ନଥିବା ଡାକ୍ତର ସ୍ପଷ୍ଟ କରିଛନ୍ତି ।

ଏଭଳି ପରିସ୍ଥିତିରେ ସେ କ୍ରିକେଟ୍ ଠାରୁ ବହୁତ ସମୟ ଦୂରରେ ରହିପାରନ୍ତି । ନିକଟରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟି-୨୦ ଏବଂ ଦିନିକିଆ ସିରିଜ୍ ପାଇଁ ପନ୍ତ ଟିମ୍ ଇଣ୍ଡିଆରେ ସ୍ଥାନ ପାଇନାହାନ୍ତି । ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବା ଖବର ଆସିଥିଲା ଏବଂ ବିସିସିଆଇ ତାଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀ ବା ଏନସିଏକୁ ରିପୋର୍ଟ କରିବାକୁ କହିଛି । ଏହି ଦୁର୍ଘଟଣା ପରେ ପନ୍ତଙ୍କ ଅଡୁଆ ଆହୁରି ବଢିଯାଇଛି ।

ପନ୍ତଙ୍କୁ ଘଟଣା ସ୍ଥଳରୁ ମେଡିକାଲ ଆଣିଥିବା ପ୍ରଥମ ବ୍ୟକ୍ତି ଥିଲେ ମନୁ କୁମାର । ମନୁ କୁମାର ଜଣେ ଫର୍ମାସିଷ୍ଟ ସହିତ ସେ ୧୦୮ ଆମ୍ବୁଲାନ୍ସ ସେବାରେ କାମ କରନ୍ତି । ମନୁ କୁମାର ଇଟିଭି ଭାରତକୁ କହିଛନ୍ତି ” ମୋତେ ସକାଳ ୫.୨୮ ସମୟର ଜଣେ ଫ୍ୟାକ୍ଟ୍ରି କର୍ମଚାରୀଙ୍କ ଫୋନ ଆସିଥିଲା । ସେ କହିଥିଲେ ମହମ୍ମଦପୁର ପାଖରେ ଦୁର୍ଘଟଣା ଘଟିଛି ଜଲଦି ସେଠାକୁ ଆସନ୍ତୁ ।”

ମୁଁ 7 ରୁ ୮ ମିନିଟ ଭିତରେ ଘଟଣା ସ୍ଥଳରେ ପହଁଞ୍ଚିଥିଲି । ସେଠାରେ ଯାଇ ଦେଖିଥିଲି ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତି ଜଣକ ଆଉ କେହି ନୁହଁନ୍ତି ଭାରତୀୟ କ୍ରିକେଟର ଋଷଭ ପନ୍ତ । ତାଙ୍କୁ କାରରୁ ବାହାର କରିବା ବେଳେ ତାଙ୍କର କପଡା ଚିରି ଯାଇଥିଲା । ଘଟଣାସ୍ଥଳରେ ଥିବା ଲୋକମାନଙ୍କ ସହ ପନ୍ତଙ୍କୁ ଷ୍ଟ୍ରେଚର ଦ୍ବାରା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଅଣାଯାଇଥିଲା । ଆମେ ତାଙ୍କ ସହିତ କଥା ହେବା ପାଇଁ ଚେଷ୍ଟା କରିଥିଲୁ । ସିଏ ହୋସ୍‌ରେ ଥାଇ ମଧ୍ୟ କଥା କହିବା ଅବସ୍ଥାରେ ନଥିଲେ । ଏହା ପରେ ପେନ୍‌ କ୍ଲିୟର ଇଞ୍ଜେକସନ ଲଗାଯିବା ପରେ ତାଙ୍କୁ ଯନ୍ତ୍ରଣାରୁ ମୁକ୍ତି ମିଳିଥିଲା ।”

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.