Exclusive : ରାଜଧାନୀରେ ପିଲାଟି ମୁହଁ ଓ ଛାତି ସାହାଯ୍ୟରେ ବଜାଉଛି ଡିଜେ ,ଡିସିପିଙ୍କୁ ବି କରିଦେଲା ଇମ୍ପ୍ରେସ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 63

ସାଲିଆସାହିରେ ବେଆଇନ ଦେଶୀ ମଦ ତିଆରି ଚାଲୁଥିବା ବେଳେ କମିଶନରେଟ୍ ପୋଲିସ ଚଢ଼ଉ କରିଥିଲା। ଆଉ ଏତିକି ବେଳେ ଡିସିପି ଆଉ ଏହି ପିଲାମାନଙ୍କ ମଧ୍ୟରେ ଚାଲିଥିଲା ଥଟ୍ଟାମଜା। ଡିସିପିଙ୍କ ସହ ଏମାନେ କଥା ହେବା ସହ ତାଙ୍କୁ ଚକୋଲେଟ ଅଫର କରିଥିଲେ।

ସେପଟେ ଡିସିପି ମଧ୍ୟ ଏହି ପିଲାମାନଙ୍କ ମୁଣ୍ଡ ଆଉଁଶି ଦେବା ସହ ତାଙ୍କ ସହ ମନଖୋଲି କଥା ହେଇଥିଲେ। ଆଉ ପଚାରିଲେ ତୁମେ ମାନେ କେଉଁ ଶ୍ରେଣୀ ରେ ପାଠ ପଢ଼ୁଛ । ତାପରେ ପିଲାଟି ଡିସିପି ସାରଙ୍କ ଆଗରେ ନିଜର ପ୍ରତିଭା କୁ ଦେଖିଥିଲେ ଯେ ସେ ଛାତି ଓ ପାଟି ରୁ ଡିଜେ ସାଉଣ୍ଡ କାଢ଼ି ଥିଲେ ଓ ଡିସିପି ସାର ଏହାକୁ ଦେଖି ଖୁସି ହେଇ ଯାଇ ଥିଲେ । ଖୁବ୍ ସୁନ୍ଦର ଭାବରେ ସେ ପିଲାଟି ଡିସିପି ଙ୍କ ଆଗରେ ମୁହଁରୁ ଡ଼ିଜେ ସାଉଣ୍ଡ ବାହାର କରିଥିଲେ ।

ପିଲାଟି ର ନାମ ହେଲା କାହ୍ନୁ ସେ ସପ୍ତମ ଶ୍ରେଣୀରେ ପାଠ ପଢୁଛି ତାଙ୍କର ବୟସ 12 ଅଟେ ଏହି ବାର ବର୍ଷ ର ପିଲା ଏମିତି ମୁହଁରୁ ଡ଼ିଜେ ସାଉଣ୍ଡ ବାହାର କରି ଡିସିପି କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ଓ ଡିସିପି ମଧ୍ୟ ତାଙ୍କୁ ସାବାସ ବୋଲି କହିଥିଲେ ଓ ତାଙ୍କୁ ପଚାରି ଥିଲେ !

ଯେ ତୁ କଉଠୁ ଶିଖିଲ ଆଉ ସେ କହିଥେ କି ସେ ତା ସାଙ୍ଗ ପାଖରୁ ଶିଖିଛି ତା ସାଙ୍ଗ ର ନାମ ବିବେକ ଠୁଁ ସେ ଶିଖିଛି ସେ ଘରେ ପ୍ରାକଟିସ କରିଥିଲେ ଓ ସାଙ୍ଗ ସହିତ ମିଶି ପ୍ରାକଟିସ କରୁଥିଲେ । ପ୍ରାୟ 10 ଘଣ୍ଟା ଧରି ସେ ପ୍ରାକଟିସ କରୁଥାଏ ତାପରେ ଯାଇ ସେ ସଫଳତା ହାସଲ କରିଥିଲେ।

ଘର ଭିତରେ ରହିଛି ଗୁପ୍ତ ସୁଡ଼ଙ୍ଗ। ଆଉ ସୁଡ଼ଙ୍ଗ ଭିତରକୁ ଗଲେ ପାଇବେ ମଦର ଭାଟି। ଭୁବନେଶ୍ୱର ସାଲିଆ ସାହିରେ ପୋଲିସର ଚଢାଉ ଚାଲିଥିବା ବେଳେ ମିଳିଥିଲା ଏମିତି ଏକ ଗୁପ୍ତ ସୁଡ଼ଙ୍ଗ। ଦେଖିବାକୁ ଲାଗୁଛି ଏକଦମ ଘର ଭଳି, ହେଲେ ସୁଡ଼ଙ୍ଗ ଭିତରକୁ ପଶିଲେ ଜାଣିବେ ଏହା ବଡ଼ ମଦ ଭାଟି ବୋଲି। ଥରେ ନଜର ପକାନ୍ତୁ।

କମିଶନରେଟ୍ ପୋଲିସର ଅପରେସନ୍ ବସ୍ତି। ଘନଘନ ଚଢ଼ଉ। ହଜାର ହଜାର ଲିଟର ମଦ ନଷ୍ଟ। ପୂଜା ପାର୍ବଣକୁ ଦୃଷ୍ଟିରେ ରଖି ଡିସିପିଙ୍କ ନେତୃତ୍ୱରେ କମିଶନରେଟ ପୋଲିସ ପକ୍ଷରୁ ସାଲିଆ ସାହି ବସ୍ତିରେ ବଡ଼ ଧରଣର ରେଡ୍ କରାଯାଇଛି। ସେପଟେ କିନ୍ତୁ ବସ୍ତିବାସିନ୍ଦାଙ୍କ ଅଭିଯୋଗ, ଆମ ପାଖରେ ରୋଜଗାର ନାହିଁ, ତେଣୁ ପେଟପାଟଣା ପାଇଁ ଏହି ମଦ ତିଆରି କରି ବିକ୍ରି କରୁଛୁ।

ସେପଟେ ଦେଶୀ ମଦ ଜବତ ହେଉଥିବା ବେଳେ ଏ ପଟେ ଡିସିପି ସାର ପିଲା ମାନଙ୍କ ସହିତ ପିଲାମାନଙ୍କ ମଧ୍ୟରେ ଚାଲିଥିଲା ଥଟ୍ଟାମଜା। ଡିସିପି ସାରମଧ୍ୟ ଏହି ପିଲାମାନଙ୍କ ମୁଣ୍ଡ ଆଉଁଶି ଦେବା ସହ ତାଙ୍କ ସହ ମନଖୋଲି କଥା ହେଇଥିଲେ ଡିସିପି ସାର ତାଙ୍କୁ ସାବାସ ବୋଲି କହିଥିଲେ ଆଉ ପଚାରି ଥିଲେ ବଡ଼ ହେଲେ କଣ କରିବୁ ସେ କହିଥିଲେ କି ପାଠ ପଢିବି ଆଉ ବାଦ୍ୟ ବାଯାଇବି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !

Leave A Reply

Your email address will not be published.