Exclusive – ପ୍ରଥମ ସ୍ୱାମୀ ଘର ଆଗରେ ଶାଶୁ ଶଶୁରଙ୍କ ସହ ଶୁଭଲକ୍ଷ୍ମୀଙ୍କ ଲଢେଇ ..ଘର ତାଲା ଭାଙ୍ଗି ପଶିବା ବେଳେ ତୁମୁଳ କାଣ୍ଡ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 100

ସୋସିଆଲ ମିଡ଼ିଆ ରେ ବିଭିନ୍ନ ପ୍ରକାର ଭିଡ଼ିଓ ଦେଖି ବାକୁ ମିଳୁଛି ହେଲେ ସବୁଠାରୁ ଏବେ ଅଧିକ ମାତ୍ର ରେ ଦେଖିବାକୁ ମିଳିଛି ପାରିବାରିକ କୋଳହ ଚାଲି ରହିଥାଏ ସେହି ଭଳି ଭରେ ଶୁଭ ଲକ୍ଷ୍ମୀ ନ୍ୟାୟ ଦାବି ରେ ଶାଶୁ ଘର କବାଟ ଭାଙ୍ଗିଲା ବୋହୂ।

ଦୀର୍ଘ ଦେଢ଼ ମାସ ଧରି ଶାଶୁ ଘର କୁ ଯିବା କୁ ଚେଷ୍ଟା କରି ବିଫଳ ହେବା ପରେ ଆଜି କିଛି ଏମିତି ଢଙ୍ଗ ରେ ଶାଶୁ ଘର ବାହାରେ ନ୍ୟାୟ ପାଇଁ କବାଟ ଭାଙ୍ଗିବା କୁ ଉଦ୍ୟମ କରିଛି ବୋହୂ। ଘଟଣା ଘଟିଛି ପୁରୀ ସହର ରେ। ଏହି ମହିଳା ଙ୍କ ନାମ ଶୁଭଲକ୍ଷ୍ମୀ ପ୍ରଧାନ ବୋଲି ଜଣାପଡ଼ିଛି।

 ବୋହୂ ପୁରୀ ଜିଲ୍ଲା ଚନ୍ଦନପୁର ଅନ୍ତର୍ଗତ ଜିରାକନ୍ଦି ଗାଁ ର ଶୁଭଲକ୍ଷ୍ମୀ ପ୍ରଧାନ ସମୁଦ୍ର କୂଳ ଥାନା ଅନ୍ତର୍ଗତ ପ୍ରହଲ୍ଲାଦ ପ୍ରଧାନ ଙ୍କୁ ୨୦୧୫ ମସିହା ରେ ବିବାହ କରିଥିଲେ । ବିବାହ ପରେ ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ନେଇ ଥିଲା । ଶୁଭଲକ୍ଷ୍ମୀ ୨ ମାସ ର ଗର୍ଭବତୀ ହୋଇ ଥିବା ବେଳେ ଶାଶୁ ଓ ନଣନ୍ଦ ଯୌତୁକ ପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉ ଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ ପୁରୀ ସି ବିଚ୍ ଥାନା ଅନ୍ତର୍ଗତ ବାଙ୍କୀମୁହାଣ ନିକଟ ରେ ଶୁଭଲକ୍ଷ୍ମୀ ଙ୍କ ଶାଶୁ ଘର। ଦୀର୍ଘ ଦେଢ ମାସ ଧରି ସେ ତାଙ୍କ ଶାଶୁ ଘରେ ରହିବା ପାଇଁ ଉଦ୍ୟମ କରି ଫେଲ ମାରିବା ପରେ ଆଜି ଏମିତି କିଛି ଉଦ୍ୟମ କରିଛନ୍ତି। ଏହି ସମୟ ରେ ଶାଶୁ ଘର ଲୋକ ଙ୍କ ସହ ବୋହୂ ଶୁଭଲକ୍ଷ୍ମୀ ଙ୍କ ମଧ୍ୟରେ ହାତା ହାତି ସ୍ଥିତି ମଧ୍ୟ ଉପୁଜିଥିଲା।


ଶାଶୁ ଘରେ ତାଙ୍କୁ ପସାଇ ଦିଆ ନ ଯିବା ରୁ ଶୁଭଲକ୍ଷ୍ମୀ ଏକ ପଥର ରେ କବାଟ କୁ ବାଡେଇ ଚାଲି ଥିଲେ। ଏହି ସମୟ ରେ ତାଙ୍କ ଶାଶୁ, ଶ୍ୱଶୁର ଓ ନଣନ୍ଦ କାଠ ଫାଳିଆ ଧରି ଶୁଭଲକ୍ଷ୍ମୀ ଙ୍କୁ ବାଡେଇବା କୁ ଲାଗି ଥିଲେ। ଏଥିରୁ ବଞ୍ଚିବା ପାଇଁ ଶୁଭଲକ୍ଷ୍ମୀ ସେମାନ ଙ୍କ ଉପର କୁ ଏକ ପଥର ଫୋପାଡିବା କୁ ଉଦ୍ୟମ କରିଥିଲେ।

ତେଣୁ ପ୍ରତିପକ୍ଷ ଆକ୍ରମଣ କାରୀ ଘଟଣା ସ୍ଥଳ ରୁ ଦୌଡି ପଳାଇ ଥିଲେ। ହେଲେ ସେମାନେ ଯିବା ସମୟ ରେ ଲଙ୍କା ଗୁଣ୍ଡ ଉଡାଇ ଥିଲେ। ଯାହାକି ଶୁଭଲକ୍ଷ୍ମୀ ଙ୍କ ୫ ଵର୍ଷ ର ପୁଅ ଆଖିରେ ପଡିଛି। ତେବେ ଏହି ସମୟ ରେ ସମୁଦ୍ରକୂଳ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲା କୁ ନିୟନ୍ତ୍ରଣ କରିଛି।

ଶୁଭଲକ୍ଷ୍ମୀ ଙ୍କ ଅଭିଯୋଗ, ତାଙ୍କ ସ୍ୱାମୀ ପ୍ରହଲ୍ଲାଦ ପ୍ରଧାନ ଓ ପରିବାର ମିଶି ତାଙ୍କୁ ମାରିଦେବା କୁ ଉଦ୍ୟମ କରିଥିଲେ। ହେଲେ ତାଙ୍କ ସ୍ୱାମୀ ଙ୍କ ବିରୋଧ ରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇନି। ଥାନା ରେ ମାମଲା ହୋଇଥିଲେ ହେଁ ତାଙ୍କୁ ଗିରଫ କରା ଯାଉନି କିମ୍ବା ଶାଶୁ ଘରେ ରହିବାକୁ ଦିଆ ଯାଉନି।ସେ ପଟେ ଶୁଭଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ ପ୍ରହଲ୍ଲାଦ ପ୍ରଧାନ ଙ୍କ ଭିତରେ ଛାଡପତ୍ର ମାମଲା ହେବା ପରେ ଏହି ବିବାଦ ଦେଖା ଦେଇ ଥିବା ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.