ଦେଖନ୍ତୁ shocking ଭିଡିଓ. ମନ ଦୁଃଖରେ ବସିଥିଲା ବିଧବା ଝିଅ, ମଥାରେ ସିନ୍ଦୁର ପିନ୍ଧାଇ ବୋହୂ କରି ଘରକୁ ଆଣିଲା ବାପା…..
ତେବେ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ । ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆମ ସାମ୍ନାକୁ ଆସିଥାଏ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ଯେଉଁଠି ଦେଖିବାକୁ ମିଳିଛି କି ଏକ ବିଧବା କୁ ଘରର ବୋହୂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ନିଜ ପୁଅ ସହିତ ଲୋକ ଜଣଙ୍କ । ଆଉ ପୁଅ ମଧ୍ୟ ନିଜର ଜୀବନ ସାଥି ବୋଲି ଗ୍ରହଣ କରିଛନ୍ତି ବିଧବା ଝିଅ ଜଣଙ୍କୁ । ଦୁଇ ପରିବାରର ସହମତି କ୍ରମେ ସେହି ବିବାହ ଟି ହୋଇଛି ବୋଲି କୁହାଯାଉଛି । ତାହେଲେ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ଉପରେ ନଜର ପକାଇବା ।
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଟି ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଚାନ୍ଦ୍ରଦେଇ ପୁର ରେ । ତେବେ ଯାହା କୁହାଯାଉଛି କି ନା ଲାଗୁଚି ଜାତକ ନା ଜାତି ଗୁତ୍ର ଯାହା କେବଳ ଦରକାର ପଡିଛି ତାହା ହେଉଛି ସାଥି ପରିଜନ ମାନଙ୍କର ସହମତି । ଚାନ୍ଦ୍ରଦେଇ ପୁର ବିମ୍ବାଧର କର ଙ୍କ ପୁଅ ଅମୁଲ୍ୟ କୁମାର, କଟକ ଜିଲ୍ଲା ନିଶ୍ଚିନ୍ତ କୋଇକି ଅଞ୍ଚଳର, ଗୁହାଳ ଗାଁ ର ଅକ୍ଷୟ ପରିଡା ଙ୍କର ବିଧବା ଝିଅ ଅନୁସୟା ପରିଡା ଙ୍କୁ ବୌଦିକ ରୀତି ନୀତି ରେ ବିବାହ କରିଛନ୍ତି ।
ତେବେ ଯାହା କୁହାଯାଉଛି କି ଅନୁସୟା ୨୦୧୬ ମସିହାରେ ସାଲେପୁର ରେ ବିବାହ କରିଥିଲେ , ଆଉ ଯାହା କୁହାଯାଉଛି କି ତାଙ୍କର ସ୍ୱାମୀ କୋରାନା ମହାମାରୀ ରେ ମୃତ୍ୟୁ ବରଣ କରିଥିଲେ । ଆଉ ସ୍ୱାମୀ ମରିବା ପର ଠାରୁ ଅନୁସୟା ତାଙ୍କର ବାପା ଙ୍କ ଘରେ ରହୁଥିଲେ । ତେବେ ତାଙ୍କର ବାପ ଘରେ ସେତେ ସମ୍ବଳ ମଧ୍ୟ ନ ଥିଲା ଝିଅ କୁ ସାରା ଜୀବନ ପୋଷିବା ପାଇଁ ଆଉ ଯେଉଁଥିପାଇଁ ଅମୁଲ୍ୟ ନିଜେ ଯାଇ ଅନୁସୟା ଙ୍କ ଘରେ ବିବାହ ର ପ୍ରସ୍ତାବ ଦେଇଥିଲେ ଆଉ ଦୁଇ ପରିବାର ରାଜି ହୋଇ ଶେଷରେ ସେମାନେ ବିବାହ କରିଥିଲେ ।
ଆଉ ସମାଜରେ ଅମୁଲ୍ୟ ବ୍ରାହ୍ମଣ ଘରର ପୁଅ ହୋଇଥିବା ବେଳେ ଅନୁସୟା ଜଣେ ଖଣ୍ଡାୟତ ଘରର ଝିଅ । ତେବେ ସମାଜ ସୃଷ୍ଟି କରିବାର ଦାୟିତ୍ୱ ହେଉଛି ଆମ ମଣିଷ ମାନଙ୍କର ତେଣୁ ସମାଜରେ ବିଧବା ବିବାହ କୁ ନେଇକି ଯେଉଁ ସବୁ ଧାରଣା ଅଛି ତାହା କୁ ହଟାଇ ସମାଜକୁ ଆଗକୁ ନେବା ପାଇଁ ପ୍ରୟାସ କରିଛନ୍ତି ଅମୂଲ୍ୟ ।
ତେବେ ୩୭ ବର୍ଷୀୟ ଅମୁଲ୍ୟ ଙ୍କର ଏହି ଭଳି ଇଚ୍ଛା ଓ ବିଧବା ଙ୍କୁ ମଧ୍ୟ ସମାଜରେ ମୁଖ୍ୟ ଶ୍ରତରେ ସାମିଲ କରେଇବାକୁ ଚାହିଁଥିଲେ ଅମୁଲ୍ୟ ଆଉ ଶେଷରେ ସେ ଅନୁସୟା ଙ୍କୁ ବିବାହ କରିଛନ୍ତି ଆଉ ଦୁଇ ପରିବାର ଏବେ ବହୁତ ଖୁସି ମଧ୍ୟ ଅଛନ୍ତି । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡ଼ିଆରେ ।