ଦେଖନ୍ତୁ Socking ଭିଡ଼ିଓ- ଏହି ଯୁବକଙ୍କର ମୁହଁସାରା ବଢିଚାଲିଛି ଚୁଟି , ଏପରି ରୂପରେ ଦୁନିଆକୁ ସାମ୍ନା କରୁଛନ୍ତି ଯୁବକ…ଦେଖିଲେ ଆପଣବି ହେବେ ଆଶ୍ଚର୍ଯ୍ୟ..

0 407

ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ଠାରେ କିଛି ନା କିଛି ରୋଗ ରହିଥାଏ ଯାହା ସେମାନଙ୍କୁ ବହୁତ ବଡ ଚିନ୍ତାର ବିଷୟ ପାଲଟିଥାଏ । କିନ୍ତୁ ଏମିତି କିଛି ଅଜଣା ରୋଗ ଗୁଡିକ ରହିଛି ଯାହାର ଅନୁସନ୍ଧାନ ଓ ନିରାକରଣ କରିବା ବହୁତ କଷ୍ଟକର ହୋଇଥାଏ । ଏମିତିରେ ତ ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ଠାରେ କିଛି ନା କିଛି ରୋଗ ରହିଥାଏ କିନ୍ତୁ ଏମିତି ଏକ ଅଜଣା ରୋଗ ଆସିଥାଏ ଯାହା ଆମକୁ ଭାବିବା ପାଇଁ ବାଧ୍ୟ କରିଥାଏ ।

ତେବେ ସୋସିଆଲ୍ ମିଡିଆରେ ପ୍ରାୟ ପ୍ରତିଦିନ ଏପରି ଅନେକ ପିଲା ଙ୍କ ଫଟୋ ସବୁ ଭାଇରାଲ୍ ହେଉଛି, ଯେଉଁ ପିଲା ମାନେ କି ସାଧାରଣ ପିଲା ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା। ଦୁନିଆ ରେ ପ୍ରତିଦିନ ହଜାର ହଜାର ଶିଶୁ ଜନ୍ମ ଗ୍ରହଣ କରୁଛନ୍ତି । କିନ୍ତୁ ସମସ୍ତେ ସମାନ ହୋଇ ଜନ୍ମ ଗ୍ରହଣ କରି ନଥାନ୍ତି । ସେମାନଙ୍କ ମଧ୍ୟ ରୁ କିଛି ଶିଶୁ ଙ୍କ ର ହାତ ଭଲ ଭାବରେ ହୋଇ ନଥାଏ ତ କାହାର ଗୋଡ଼ ।

ଏହି ଭଳି ଶିଶୁ ମାନଙ୍କୁ ଆମେ ଆବନର୍ମାଲ ଶିଶୁ ବୋଲି କହି ଥାଉ । ପ୍ରତିଦିନ ହଜାର ହଜାର ଏହି ପରି ଶିଶୁ ଜନ୍ମ ଗ୍ରହଣ କରି ଥାଆନ୍ତି ଯାହାର ମୁଣ୍ଡ ଶରୀର ଠାରୁ ବଡ଼ ତ କାହାର ହାତ ଗୋଡ଼ ସମାନ ସାଇଜ ର ନୁହଁ । ତେବେ ଏମାନଙ୍କ ଅଙ୍ଗ ରେ କିଛି ତ୍ରୁଟି ଦେଖାଯାଏ ଯାହା ଦ୍ଵାରା ସେମାନେ ଚର୍ଚ୍ଚା ର ବିଷୟ ପାଲଟି ଥାଆନ୍ତି ।ଆମେ ଏମିତି ପିଲା ମାନଙ୍କୁ ପ୍ରାୟତଃ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଇ ଥାଉ ।

କିନ୍ତୁ ଆମେ ଆଜି ଯେଉଁ ଘଟଣା ବିଷୟ ରେ କହିବାକୁ ଯାଉଛୁ ଯିଏ କୌଣସି ଶିଶୁ ନୁହେଁ ବରଂ 17 ବର୍ଷର ଯୁବକ ଅଟନ୍ତି ଏବେ ତାଙ୍କର ଫଟୋ ଏ ଇଣ୍ଟରନେଟ ରେ ଭାଇରାଲ ହେବାରେ ଲାଗିଛି । ଏହି ଯୁବକଟିର କାହାଣୀ ସମସ୍ତ ଙ୍କ ଠାରୁ ଭିନ୍ନ ଅଟେ ।

ତେବେ ବେଳେବେଳେ ଲୋକମାନେ ଏପରି ଅଜଣା ରୋଗରେ ଆକ୍ରାନ୍ତ ହୋଇଥାନ୍ତି ଯେ, ଡାକ୍ତର ସେହି ରୋଗ ବିଷୟରେ କିଛି ଜାଣି ପାରନ୍ତି ନାହିଁ । ଫଳରେ ପିଡ଼ିତ ବ୍ୟକ୍ତି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି । ତେବେ ଏଭଳି ଏକ ଅଜଣା ରୋଗରେ ଜଣେ ବ୍ୟକ୍ତି ଆକ୍ରାନ୍ତ ହୋଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ମଧ୍ୟପ୍ରଦେଶର ରତଲାମର ବାସିନ୍ଦା ଲଳିିତଙ୍କୁ ୱରୱଲ୍ଫ ସିଣ୍ଡ୍ରୋମ ରହିଛି । ଏହି ରୋଗ ଦ୍ୱାରା ଶରୀରରେ ଚୁଟି ଆବଶ୍ୟକତା ଠାରୁ ଅଧିକ ବଢିଥାଏ । ଏପରି ପରିସ୍ଥିତିରେ ତାଙ୍କ ଚେହେରା ଭୟଙ୍କର ଦେଖାଯାଇଥାଏ ।

17 ବର୍ଷୀୟ ଲଲିତ ପାଟିଦାର ଏକ ବିରଳ ରୋଗରେ ପୀଡିତ ଅଛନ୍ତି । ଯେଉଁଥି ପାଇଁ ତାଙ୍କ ମୁହଁରେ ଚୁଟି 5ସେମି ପର୍ଯ୍ୟନ୍ତ ବଢିଥିବା ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶର ନନ୍ଦଲେଟା ଗାଁର ଲଳିତ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ପଚାଶ ଜଣଙ୍କ ମଧ୍ୟରୁ ଜଣେ । ସୂଚନା ଅନୁସାରେ ଲଳିତ କହିଛନ୍ତି ଯେ, ସେ ଜଣେ ସାଧାରଣ ପରିବାରରୁ ଆସିଛନ୍ତି, ତାଙ୍କ ବାପା ଜଣେ କୃଷକ ଏବଂ ସେ ବର୍ତ୍ତମାନ ଦ୍ୱାଦଶ ଶ୍ରେଣୀରେ ପାଠ ପଢୁଛନ୍ତିି । ସେ ମଧ୍ୟ ତାଙ୍କ ବାପାଙ୍କୁ ତାଙ୍କ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଥିବା କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଛୋଟ ପିଲାମାନେ ତାଙ୍କର ଏଭଳି ଅବସ୍ଥାକୁ ଦେଖି ଡରି ଯାଉଥିଲେ ଏବଂ ସେ ପିଲାଦିନେ ଏହା ବୁଝି ପାରିନଥିଲେ କିନ୍ତୁ ବଡ ହେବା ପରେ ସେ ଅନୁଭବ କରିଥିଲେ ଯେ ତାଙ୍କ ଅବସ୍ଥା ଅନ୍ୟ ସମସ୍ତଙ୍କ ଭଳି ନୁହେଁ ।

Leave A Reply

Your email address will not be published.