ମାତ୍ର 2 ମିନିଟରେ କଳା ଓଠକୁ ଗୋଲାପୀ କରିବ ଏହି ଜିନିଷକୁ ନଡ଼ିଆ ତେଲରେ ମିଶାଇ ଏହାକୁ ପ୍ରୟୋଗ କରନ୍ତୁ…..

0 734

ମୁହଁର ସୌନ୍ଦର୍ଯ୍ୟ କୁ ଅଧିକ ଆକର୍ଷଣୀୟ କରିଥାଏ ଓଠ । ଅଧିକାଂଶ ସମୟରେ ମହିଳାମାନେ ନିଜ ଓଠ ଜନିତ ସମସ୍ୟାକୁ ନେଇ ଚିନ୍ତିତ ଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ ତାହା ନେଇ କିଛି ସରଳ ଓ ସହଜ ଉପାୟ ସଂପର୍କରେ ଅବଗତ କରାଇବୁ ।

ଯାହାକୁ ନିୟମିତ ଭାବରେ ବ୍ୟବହାର କଲେ ସବୁଦିନ ପାଇଁ ଏହି ସମସ୍ୟାରୁ ରକ୍ଷା ପାଇପାରିବେ ।ମହିଳା ମାନେ ଲିପିସ୍ଟିକ ସୌନ୍ଦଯ୍ୟ ବୃଦ୍ଧି ପାଇଁ ବ୍ୟବହାର କରିଥାନ୍ତି । କିନ୍ତୁ ସର୍ଭେରୁ ଜଣା ପଡିଛି ୬୦% ଲିପିସ୍ଟିକ ବିଷାକ୍ତ, ଯାହାକି ଆପଣଙ୍କ ସ୍ମୃତିଶକ୍ତି ହ୍ରାସ କରିଥାଏ ।ତେଣୁ ଲିପିସ୍ଟିକ ବଦଳରେ ଆମେ କିଛି ପ୍ରାକୃତିକ ଉପାୟ ଅବଲମ୍ବନ କରିବା ଦରକାର ନିଜ ଓଠକୁ ଗୋଲାପୀ ରଖିବାକୁ।ଲାଲ ଓଠ ମୁହଁର ସୌନ୍ଦଯ୍ୟ ବୃଦ୍ଧି କରିଥାଏ ।

ଫାଳେ ଲେମ୍ବୁରେ କିଛି ମାତ୍ରାରେ ଚିନି ମିଶାଇ ଓଠରେ ଘଷନ୍ତୁ । ଏହା ଦ୍ୱାରା ମୃତ କୋଷ ବାହାରିଯାଏ ଏବଂ କଳା ଦାଗ ଦୂର ହେବା ସହ ଓଠ ଫାଟିବା ଆଦି ସମସ୍ୟା ଦୂର ହୋଇଥାଏ ।

• କଳା କିମ୍ବା ଫିକା ପଡିଆସୁଥିବା ଓଠର ଉପଚାର ପାଇଁ ବିଟ୍ ରସ ଖୁବ୍ ଉପକାରୀ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ତାଜା ବିଟ୍ ରସ ଓଠରେ ଲଗାନ୍ତୁ ଏବଂ ସକାଳେ ଏହାକୁ ଧୋଇ ଦିଅନ୍ତୁ । ଏହାର ପ୍ରାକୃତିକ ଲାଲ ଉପାଦାନ ଓଠକୁ ମସୃଣ ଓ ଗୋଲାପୀ କରିଥାଏ ।

ନଡ଼ିଆ ତେଲ:ଶୋଇବା ପୂର୍ବରୁ ବୁନ୍ଦେ ନଡ଼ିଆ ତେଲ ଆଣି ଓଠରେ ଲଗାନ୍ତୁ । କିଛି ଦିନ ଏମିତି କରିବା ଦ୍ୱାରା ଦେଖିବେ ଆପଣଙ୍କ ଓଠର ରଙ୍ଗ ଗୋଲାପି ହୋଇଯିବ।

ଲେମ୍ବୁ: ଲେମ୍ବୁ ବ୍ୟବହାର କରିବା ଦ୍ୱାରା ଓଠରେ ଥିବା କଳାଦାଗ ଦୂରହୋଇଥାଏ। ଏଥିରେ ବ୍ଲିଚିଂ ଗୁଣ ରହିଛି ଯାହା ଦ୍ୱାରା ଓଠରେ ଥିବା କଳାଦାଗକୁ ଦୂରକରିବାରେ ସାହାଯ୍ୟ କରିଥାଏ। ଭଲ ହେବ ରାତିରେ ଶୋଇବା ପୂର୍ବରୁ ଦୁଇବୁନ୍ଦା ଲେମ୍ବୁରସ ୨ମାସ ପର୍ଯ୍ୟନ୍ତ ବ୍ୟବହାର କରିବା ଦ୍ୱାରା ଓଠର ରଙ୍ଗ ପରିବର୍ତ୍ତନ ହୋଇଥାଏ।

ଗୋଲାପଜଳ : ଗୋଲାପଜଳ ବ୍ୟବହାର କରିବା ଦ୍ୱାରା ଥଣ୍ଡା ଅନୁଭବ ହୁଏ, ଯାହା ମଶ୍ଚରାଇଜର ପରି କାମ କରିଥାଏ। ଗୋଲାପଜଳରେ କେଇବୁନ୍ଦା ମହୁ ମିଶାଇ ଲଗାଇବା ଦ୍ୱାରା ଓଠର କଳାଦାଗ ଦୂର ହୋଇଥାଏ।

ଚିନି: ଓଠରେ ଚିନି ବ୍ୟବହାର କରିବା ଦ୍ୱାରା ଏହା ସ୍କ୍ରବ୍‌ ପରି କାମ କରିଥାଏ। ଫଳରେ ଡେଡ୍‌ ସ୍କିନ୍‌ ଦୂର ହୋଇଥାଏ। ଅଳ୍ପ ଚିନିକୁ ନେଇ ମିକ୍ସଚରରେ ଗ୍ରାଇଣ୍ଡକରି ଦିଅନ୍ତୁ। ଏହି ମିକ୍ସ ହୋଇଥିବା ଚିନିରେ ଅଳ୍ପ ଲହୁଣି ମିଶାଇ ଓଠରେ ଲଗାଇଲେ ଓଠ ମୁଲାୟମ ହେବା ସହ ସଫା ମଧ୍ୟ ହୋଇଥାଏ।

ବିଟ୍‌: ବିଟ୍‌ରେ ନାଚୁରାଲ ବ୍ଲିଚ୍‌ ଗୁଣ ରହିଛି। ଏହା ଓଠର କଳାପଣ ଦୂରକରିବାରେ ସାହାଯ୍ୟ କରିଥାଏ। ଏଥିସହ ବିଟ୍‌ ନାଚୁରାଲ୍‌ ରଙ୍ଗ ଓଠକୁ ଗୋଲାପୀ କରିବାରେ ସାହାଯ୍ୟ କରେ। ବିଟ୍‌ର ରସ କିମ୍ବା ପେଷ୍ଟ ରାତିରେ ଶୋଇବା ପୂର୍ବରୁ ଲଗାଇ ଶୋଇପଡ଼ନ୍ତୁ। ରାତି ସାରା ଏମିତି ରଖିବା ପରେ ତାକୁ ସକାଳେ ଓଠକୁ ଭଲଭାବେ ଧୋଇଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.