viral ଭିଡ଼ିଓ – ଛିଃ…ଛିଃ..ମା’ କୁ ଠେଲି ଦେଇ ପ୍ରେମିକ ପାଖକୁ ଦୌଡ଼ିଗଲା ଝିଅ…ଆଉ ତାପରେ ହେଲା ଏମିତି,ଦେଖନ୍ତୁ viral ଭିଡ଼ିଓ ଟିକୁ….
ପ୍ରେମ ଆଗରେ ପର ହେଲେ ଜନ୍ମକଲା ବାପା ମାଆ। ଆଉ ପ୍ରେମ ଆଗରେ ଛୋଟ ହୋଇଗଲା ବାପା ମାଆଙ୍କର ସମସ୍ତ ଭଲ ପାଇବା ଓ ସ୍ନେହ ଆଦର। ଶେଷରେ ଦୁନିଆ ଆଗରେ ମା’କୁ ଲାତ ମାରି ପ୍ରେମିକ ସାଙ୍ଗରେ ଚାଲିଗଲା ଝିଅ। ଏଭଳି ହାଡ୍ରାମା ଦେଖିବାକୁ ମିଳିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଭିତରେ।
ସୂଚନା ଅନୁସାରେ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଙ୍ଗ ଗାଁର ଗୈାରୀବାଳା ସାହୁଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ବ୍ରହ୍ମପୁରରେ ଇଞ୍ଜିନିୟରିଂ ପାଠ ପଢ଼ୁଥିଲେ । ସେହିଠାରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପରେ 2021ରେ ଘରେ କେହି ନଥିବା !
ବେଳେ ପୁଅ ସହ କେଉଁଆଡେ ଚାଲିଯାଇଥିଲେ । ତେବେ ଗାଙ୍ଗପୁର ଥାନାରେ ଏନେଇ ଅଭିଯୋଗ କରିଥିଲେ ପରିବାର ଲୋକେ । ପରେ ଉଦ୍ଧାର କରି ବ୍ରହ୍ମପୁର ସୁଧାରଗୃହରେ 7 ମାସ ରଖାଯାଇଥିଲା । କିନ୍ତୁ ପୁଅ ଘର ଲୋକେ ସୁଧାର ଗୃହରୁ ଝିଅକୁ ନେଇଯାଇଥିଲେ ।
ଏହାପରେ ପ୍ରାୟ ଦେଢ଼ ବର୍ଷ ହେଲା ପରିବାର ଲୋକଙ୍କୁ ଝିଅକୁ ଦେଖାଉନଥିଲେ ପୁଅଙ୍କ ପରିବାର ଲୋକେ । ଏପରିକି ଜନ୍ମକଲା ଝିଅକୁ ଦେଖାଇବା ପାଇଁ 5 ଲକ୍ଷ ଦାବି କରିଥିଲେ ପୁଅର ପରିବାର ଲୋକେ । ତେବେ ଏହି ଘଟଣାରେ ଆଜି ଝିଅ ବୈଦ୍ୟନାଥପୁରରେ ଉଭୟ ପରିବାର ପହଞ୍ଚିବା ପରେ ହୋଇଥିଲା ହାଇଡ୍ରାମା ।
ତେବେ ମାଁ ଗୈାରୀବାଳା ଙ୍କ କହିବା କଥା ତାଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ଙ୍କୁ ତାର ପ୍ରେମିକ ଏବଂ ସେହି ପୁଅର ପରିବାର ଲୋକମାନେ ସୁଧାର ଘରେ ରଖିଥିବା ସମୟରେ ଅର୍ଥାତ 21.01.2021 ରେ ବ୍ରାଉନ ସୁଗାର ଖୁଆଇ ସେଠାରୁ ଅପହରଣ କରି ନେଇ ଆସିଥିଲେ ।
ଆଉ ସେ ଏବେ ଉଗ୍ରରୂପ ହୋଇ ମାଁକୁ ନାତ ମାରିଛି । ତେବେ ଏଠାରେ ମାଁ ତାଙ୍କ ଝିଅର ପ୍ରେମିକ ଏବଂ ତାଙ୍କ ପରିବାର ଲୋକଙ୍କୁ ଅଭିଶାପ ଦେଇଛନ୍ତି ଏବଂ କହିଛନ୍ତି ବିନାଶ କାଳେ ବିପରୀତ ବୁଦ୍ଧି । ପ୍ରକୃତରେ ଯଦି ଭଗବାନ ଅଛନ୍ତି ତାହେଲେ ଏ ପରିବାର ନାଶ ନିଶ୍ଚିତ ଭାବରେ ହେବ ।
ମାଁଙ୍କ କହିବା କଥା ତାଙ୍କ ଝିଅକୁ ଯାହା କୁହାଯାଇଛି ସେ ତାହା ହିଁ କହୁଛି । ଏହାଛଡା ମାଁ ଗୋରୀବାଳା କହିଛନ୍ତି ଆମର କିଛି ଅଭିଯୋଗ ନାହିଁ କେବଳ ଝିଅ କହି ଦେଉ ମୋର ମାଁ ବାପା କେହି ନାହାଁନ୍ତି ଏବଂ କୌଣସି ସଂପତିର ଅଧିକାର ନାହିଁ ।
ତାସହିତ ସେମାନେ ଏହା ମଧ୍ୟ ଚାହୁଛନ୍ତି ଯେ ସେ ପୁଅ ତାଙ୍କ ଝିଅକୁ କୋର୍ଟ ମ୍ୟାରେଜ୍ କରି ଘରେ ରଖନ୍ତୁ ଏମିତି କଣ ପାଇଁ ରଖିଛନ୍ତି । ଆଜି ରଖିଛନ୍ତି କାଲି ହୁଏତ ଛାଡି ଦେବେ ଯାହା ଆଜିର ସମାଜରେ ପ୍ରତିଦିନ ଘଟୁଛି ଯାହାପରେ ଝିଅ ପୁଣି ମାଁ ପାଖକୁ ଫେରି ଆସୁଛି । ତେଣୁ ସେମାନେ କୋର୍ଟମ୍ୟାରେଜ୍ କରି ସାଙ୍ଗରେ ରୁହନ୍ତୁ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେସ୍ ଭାଇରାଲ୍ ହେଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।