Durga Puja – ମାଙ୍କୁ ଅର୍ପଣ କରନ୍ତୁ ଏହି ଫୁଲ ଭାଗ୍ୟ ବଦଳିବ | ଘରେ ହେବ ଧନର ବର୍ଷା !

0 11

ପୂଜା ପାଠ ରେ ଫୁଲ ର ବହୁତ ବଡ଼ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଋହିଛି । କେତେ ବେଳେ କେଉଁ ଫୁଲ ଏବଂ କେଉଁ ଠାକୁର ଙ୍କୁ ଚଢାଇବା ଉଚିତ ତାହା ଜାଣିବା ବହୁତ ଆବଶ୍ୟକ ଅଟେ । ତେବେ କେଉଁ ଭଗବାନ ଙ୍କୁ କେଉଁ ଫୁଲ ଚଢ଼ାଇଲେ ଭଗଵାନ ପ୍ରସନ୍ନ ହୋଇଥାନ୍ତିଏହି ବିଷୟରେ ନିହାତି ଜାଣିବା ଆବଶ୍ୟକ । ସେହି ଫୁଲ ମଧ୍ୟରୁ ଗୋଟିଏ ଫୁଲ ହେଉଛି ମନ୍ଦାର ଫୁଲ । ତେବେ ଆସନ୍ତୁ ସେହି ମନ୍ଦାର ଫୁଲ ବିଷୟ ରେ କିଛି କଥା କିମ୍ବା କିଛି ଚମତ୍କାର କଥା ବିଷୟ ରେ ଆଲୋଚନା କରି ନେବା ।

ତେବେ ଏହି ମନ୍ଦାର ଫୁଲ ହେଉଛି ଏକ ଦୁର୍ଲଭ ଫୁଲ ଯାହାର ଅନ୍ୟନାମ ହେଉଛି ପାରିଜାତ । ଦେବୀଙ୍କ ପୂଜାରେ ନାଲି ରଙ୍ଗ ର ଫୁଲ ର ବହୁତ ଅଧିକ ମହତ୍ତ୍ଵ ରହିଥାଏ ଏବଂ ଦେବତା ଙ୍କ ପୂଜା ରେ ହଳଦୀ ରଙ୍ଗର ଫୁଲ ର ଗୁରୁତ୍ୱ ରହିଥାଏ । ଏଣୁ ଆଜି ଆପଣ ମାନେ ଏହି ମନ୍ଦାର ଫୁଲ ର କିଛି ଚମତ୍କାର ବିଷୟରେ ଜାଣନ୍ତୁ ଏବଂ କିପରି ଏହି ଫୁଲ ଦ୍ୱାରା ଆମେ ଧନୀ ହୋଇ ପାରିବା ତାହା ମଧ୍ୟ ଜାଣିବା ।

ତେବେ ଦେବୀ ନବଦୁର୍ଗା ଙ୍କୁ ଏହି ନାଲି ମନ୍ଦାର ଅର୍ପଣ କରନ୍ତୁ ୯ ଟି ଏଗାର ଟି କିମ୍ବା ୨୧ ଟି ମନ୍ଦାର ଫୁଲ ର ମାଳ ମାଆ ଙ୍କୁ ଅର୍ପଣ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ର ସମସ୍ତ ପ୍ରକାରର ମନସ୍କାମନା ପୂର୍ଣ ହୋଇ ଯିବ । ମାତା ନିଶ୍ଚିତ ଏହି ମନ୍ଦାର ଫୁଲ କୁ ଅତି ଶ୍ରଦ୍ଧା ର ସହିତ ଗ୍ରହଣ କରିବେ ଏବଂ ଆମର ସମସ୍ତ ପ୍ରକାରର ମନବାଞ୍ଛା କୁ ମଧ୍ୟ ପୂର୍ଣ୍ଣ କରିଥାନ୍ତି ।

ମାଆ ଦୁର୍ଗା ଏବଂ ମାତା ଲକ୍ଷ୍ମୀ ଙ୍କୁ ଏହି ମନ୍ଦାର ଫୁଲ ବହୁତ ପ୍ରିୟ ହୋଇଥାଏ ଏହା ଛଡା ହନୁମାନ ଙ୍କ ର ମଧ୍ୟ ଏହି ଫୁଲ ବହୁତ ପ୍ରିୟ ହୋଇଥାଏ । କାହିଁକି ନା ହନୁମାନ ଲାଲ ରଙ୍ଗ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି । ମଙ୍ଗଳ ବାର ଦିନ ହନୁମାନ କିମ୍ବା ନବଦୁର୍ଗା ଙ୍କୁ ଏହି ମନ୍ଦାର ଫୁଲ ଅର୍ପଣ କଲେ ଏବଂ ଶୁକ୍ରବାର ଦିନ ମାତା ଲକ୍ଷ୍ମୀ ଙ୍କୁ ମନ୍ଦାର ଫୁଲ ଅର୍ପଣ କଲେ ସୁଖ ସମୃଦ୍ଧି, ଧନ ରତ୍ନ ଆଦି ବୃଦ୍ଧି ହୋଇଥାଏ ।


ଏଥିରେ ଗ୍ରହ ପୀଡା ମଧ୍ୟ ଦୁର ହୋଇଥାଏ । ଶୁଭଫଳ ପ୍ରାପ୍ତି ହୋଇଥାଏ । ଯେଉଁ ମାନେ ନବଦୁର୍ଗା ଏବଂ ସୂର୍ଯ୍ୟନାରାୟଣ ଙ୍କ ଉପାସନା କରୁଥାନ୍ତି ସେମାନଙ୍କ ପାଇଁ ଏହି ମନ୍ଦାର ଫୁଲ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଏହା ମାନ୍ୟତା ଅଛି କି ପ୍ରତିଦିନ ଯଦି ଗୋଟିଏ ମନ୍ଦାର ଫୁଲ ନବଦୁର୍ଗା ଙ୍କୁ ଅର୍ପଣ କରାଯାଏ!

ତେବେ ଆପଣଙ୍କ ସମସ୍ତ ଶତ୍ରୁ ମାନଙ୍କୁ ଦେବୀ ଦମନ କରିଥାନ୍ତି । ଏହି ମନ୍ଦାର ଫୁଲ କୁ ଜଳ ରେ ପକାଇ ସୂର୍ଯ୍ୟ ନାରାୟଣଙ୍କୁ ଅର୍ପଣ କଲେ ଦିର୍ଘାୟୁ ପ୍ରାପ୍ତ ହୋଇଥାଏ ଏବଂ ସମସ୍ତ ରୋଗ ନାଶ ହୋଇଥାଏ ।ଘରେ ଥିବା କଳସ କିମ୍ବା ଫୁଲ ତୋଡା ରେ ମନ୍ଦାର ଫୁଲ କୁ ସର୍ଵଦା ରଖିଲେ ଘରେ ସ୍ନେହ ଶ୍ରଦ୍ଧା ଏବଂ ସହାନୁଭୂତି ପ୍ରାପ୍ତି ହୋଇଥାଏ । ଏହାଛଡା ପରିବାର ରେ ମଧ୍ୟ ଏକତା ଦେଖା ଦେଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ

Leave A Reply

Your email address will not be published.