Dr. kalpana devi -ପେଟର ଚର୍ବିକୁ ( Belly Fat ) କମ କରନ୍ତୁ ସ୍ଲିମ ଓ ଟ୍ରିମ ରୁହନ୍ତୁ ଏହି ଉପାୟ ଦ୍ୱାରା….

0 15

ତେବେ ଆଜିକାଲି ଜୀବନ ଶୈଳୀ ଦ୍ୱାରା ଶରୀର ରେ ଅନେକ ସମସ୍ୟା ଦେଖା ଯାଇଥାଏ | ଯେମିତି ମେଦ ବହୁଳତା ଦ୍ୱାରା ବ୍ୟକ୍ତି ମାନେ ଅନେକ ଅସୁବିଧା ର ସାମ୍ନା କରି ଥାଆନ୍ତି | ଯଦି ଥରେ ଓଜନ ବଢିଛି କିମ୍ବା ପେଟରେ ଚର୍ବି ବଢିଛି ତେବେ ଆମକୁ ଚାଲିବା ଓ ବସିବା ପାଇଁ ବହୁତ ଅସୁବିଧା ହୋଇଥାଏ |

ଏହା ସହିତ ଆମ ଶରୀର ର ଏହା ସୋନ୍ଦର୍ଯ୍ୟ କୁ ମଧ୍ୟ ଖରାପ କରି ଦେଇଥାଏ ଯାହାକି ଖୁବ ଚିନ୍ତା ର କାରଣ ମଧ୍ୟ ହୋଇ ଥାଏ | ତେବେ ଆଜି ଏଭଳି ଦୁଇଟି ଉପାୟ ସମ୍ପର୍କ ରେ କହିବୁ ଯାହା ଦ୍ୱାରା ଆପଣ ଆପଣଙ୍କ ପେଟରେ ଚର୍ବି କମାଇବା ରେ ବହୁତ ସାହାଯ୍ୟ କରିବ |

ପ୍ରଥମ ଉପାୟ :-


ତେବେ ପ୍ରଥମ ଉପାୟ ରେ ଆପଣ ଏକ ପାତ୍ର ରେ ଚାମଚ ମେଥି ନିଅନ୍ତୁ ଆଉ ଏହି ମେଥି କୁ ପାଣି ସାହାଯ୍ୟ ରେ ଭିଜାଇ ରଖନ୍ତୁ | ତେବେ କିନ୍ତୁ ଏହି ମେଥି କୁ ରାତି ସାରା ଭିଜାଇ ରଖନ୍ତୁ ଆଉ ତାପରଦିନ ସକାଳେ ସେହି ମେଥି କୁ ଛାଣି ନିଅନ୍ତୁ | ତେବେ ସକାଳେ ଉଠି ଏହି ମେଥି କୁ ଆପଣ 20 ମିନିଟ ପର୍ଯ୍ୟନ୍ତ ଚୋବାନ୍ତୁ ଆଉ ଖାଇ ଦିଅନ୍ତୁ | ଦେଖିବା ଏହା କରିବା ଦ୍ୱାରା ଆସ୍ତେ ଆସ୍ତେ ଆପଣ ଙ୍କ ପେଟରେ ଚର୍ବି କମ ହେବାକୁ ଲାଗିବ ଏବଂ ଆପଣ ସ୍ଲିମ ହୋଇ ଯିବେ ଯାହା ଦ୍ୱାରା ଆପଣ ଖୁବ ସୁନ୍ଦର ମଧ୍ୟ ଦେଖା ଯିବେ |

ଦ୍ୱିତୀୟ ଉପାୟ :-

ତେବେ ଏହି ଦ୍ୱିତୀୟ ଉପାୟ ରେ ଆପଣ ଙ୍କୁ ନିହାତି ଭାବେ ଅଁଳା ର ଆବଶ୍ୟକତା ପଡ଼ିବ | ଆପଣ ପ୍ରତିଦିନ ସକାଳେ ଉଠି ଜଳଖିଆ ଖାଇବା ପୂର୍ବରୁ 3 ରୁ 4 ଟି ଅଁଳା ନେଇ ଖାଆନ୍ତୁ, ନଚେତ ସେଓ ରେ ଚୋପା ନ ଛଡାଇ ଖାଆନ୍ତୁ ଦେଖିବେ ଧୀରେ ଧୀରେ ଏହା ଆପଣ ଙ୍କ ପେଟରେ ଚର୍ବି କମ କରି ଦେବ | ଏହାକୁ କିଛି ଦିନ ଲଗାତାର ଖାଇବା ଦ୍ୱାରା ଆପଣଙ୍କ ପେଟରେ ଚର୍ବି କମ ହୋଇ ଯିବ

ତେବେ ଏହି ଉପାୟ ଦୁଇଟି ସହିତ ଯଦି ଆପଣ ନିଜ ଦୈନନ୍ଦିନ ଜୀବନ କୁ ମଧ୍ୟ ପରିବର୍ତ୍ତନ କରିବେ ତେବେ ମଧ୍ୟ ଆପଣ ସ୍ଲିମ ହୋଇ ଯିବେ | ଅନେକ ଖାଦ୍ୟ ରହିଛି ଯାହାକୁ ଖାଇବା ଦ୍ୱାରା ଆମ ପେଟରେ ଚର୍ବି ବଢିବାକୁ ଲାଗିଥାଏ | ତେଣୁ ନିଜ ଖାଦ୍ୟ ରେ ଧ୍ୟାନ ଦେବା ସହିତ ପ୍ରତିଦିନ ଯୋଗ ବ୍ୟାୟାମ ଆଦି କରନ୍ତୁ | ଏହା ଦ୍ୱାରା ମଧ୍ୟ ପେଟରେ ଚର୍ବି ନ ବଢ଼ିବା ସହିତ ଶରୀର ମଧ୍ୟ ସର୍ବଦା ସୁସ୍ଥ ରହିବ | ତେଣୁ ଏହି ପ୍ରତିଦିନ ଏହି ଦୁଇଟି ଉପାୟ ମଧ୍ୟ ପ୍ରୟୋଗ କରି ଦେଖନ୍ତୁ ଯାହାର ରେଜଲ୍ଟ ଆପଣ ନିଜେ ଜାଣି ପାରିବେ |

Leave A Reply

Your email address will not be published.